Advertisment

ଭାରତ ସିରିଜ୍ ପୂର୍ବରୁ ବଡ଼ ଟୁର୍ଣ୍ଣାମେଣ୍ଟ ବାତିଲା କଲା ଦକ୍ଷିଣ ଆଫ୍ରିକା

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକାରେ କରୋନା ନୂଆ ଭାରିଏଣ୍ଟ ‘ଓମିକ୍ରନ’ ଭୟଭୀତ କରିବାରେ ଲାଗିଛି। ଏହାର ପ୍ରଭାବ ଏବେ ଦେଶର କ୍ରିକେଟ୍ ଉପରେ ପଡ଼ିବାରେ ଲାଗିଛି। କିଛି ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ) ତା’ର ଘରୋଇ କ୍ରିକେଟ୍ ମ୍ୟାଚକୁ ସ୍ଥଗିତ କରିଛି। ଯାହା ପରେ ଚଳିତ ମାସରେ ଭାରତ ଗସ୍ତକୁ ନେଇ ଚିନ୍ତା ବଢ଼ିଯାଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୀଘ୍ର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ କିଛି ନିଷ୍ପତ୍ତି […]

ଭାରତ ସିରିଜ୍ ପୂର୍ବରୁ ବଡ଼ ଟୁର୍ଣ୍ଣାମେଣ୍ଟ ବାତିଲା କଲା ଦକ୍ଷିଣ ଆଫ୍ରିକା

bcci-and-csa

Advertisment

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକାରେ କରୋନା ନୂଆ ଭାରିଏଣ୍ଟ ‘ଓମିକ୍ରନ’ ଭୟଭୀତ କରିବାରେ ଲାଗିଛି। ଏହାର ପ୍ରଭାବ ଏବେ ଦେଶର କ୍ରିକେଟ୍ ଉପରେ ପଡ଼ିବାରେ ଲାଗିଛି। କିଛି ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ) ତା’ର ଘରୋଇ କ୍ରିକେଟ୍ ମ୍ୟାଚକୁ ସ୍ଥଗିତ କରିଛି। ଯାହା ପରେ ଚଳିତ ମାସରେ ଭାରତ ଗସ୍ତକୁ ନେଇ ଚିନ୍ତା ବଢ଼ିଯାଇଛି।

Advertisment

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୀଘ୍ର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ କିଛି ନିଷ୍ପତ୍ତି ନେଇପାରେ। ଦକ୍ଷିଣ ଆଫ୍ରିକାରେ କୋଭିଡ ଭାରିଏଣ୍ଟର ନୂଆ ଭାରିଏଣ୍ଟ ମିଳିବା ପରେ ଭାରତ ସିରିଜ ଉପରେ ସନ୍ଦେହର ବାଦଲ ଦେଖା ଦେଇଛି। ସିଏସଏ ଏକ ବିବୃତ୍ତିରେ କହିଛି ଯେ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ନିଶ୍ଚିତ କରିଛି ଯେ ଡିସେମ୍ବର ୨ରୁ ୫ ତାରିଖ ମଧ୍ୟରେ ହେବାକୁ ଥିବା ଡିଭିଜନ୍-୨ ଚାରିଦିନିଆ ଘରୋଇ ସିରିଜର ଚତୁର୍ଥ ରାଉଣ୍ଡର ସମସ୍ତ ତିନୋଟି ମ୍ୟାଚ୍ ସ୍ଥଗିତ କରାଯାଇଛି।

ବୋର୍ଡ କହିଛି, ଏହି ଟୁର୍ଣ୍ଣାମେଣ୍ଟ ବାୟୋ-ବବଲ୍ ବାତାବରଣରେ ଆୟୋଜିତ ହେଉନାହିଁ ଏବଂ ଗତ କିଛି ଦିନ ଭିତରେ ଟିମ୍ ଗୁଡ଼ିକ ପହଞ୍ଚିବା ପୂର୍ବରୁ ଟେଷ୍ଟିଂରେ କିଛି ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। କ୍ରୀଡ଼ା ସହିତ ଜଡ଼ିତ ସମସ୍ତଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ସୁସ୍ଥତାକୁ ସୁନିଶ୍ଚିତ କରିବା ପାଇଁ ସଂସ୍ଥାର କୋଭିଡ୍-୧୯ ସତର୍କତାମୂଳକ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ସିଏସଏର ସର୍ବୋଚ୍ଚ ପ୍ରାଥମିକତା।

Advertisment

ଯଦି ଭାରତ ବିପକ୍ଷ ସିରିଜ୍ ଆୟୋଜିତ ହେବ, ତାହେଲେ ଏହା କଡ଼ା ସୁରକ୍ଷା ବାତାବରଣରେ ହେବ। ବୋର୍ଡ କହିଛି, ସିଏସଏ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସମୟ ଆସିଲେ ଆସନ୍ତା ବର୍ଷରେ ହେବାକୁଥିବା ବାକି ମ୍ୟାଚ୍ ଉପରେ ନିଷ୍ପତ୍ତି ନିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe