Advertisment

ଶେଷ ବଲରେ ଜିତିଲା ଚେନ୍ନାଇ

ଆବୁ ଧାବି: ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ୨ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆରକୁ ପରାସ୍ତ କରିଛି। ଏହି ବିଜୟ ସହ ଚେନ୍ନାଇ ଆଇପିଏଲ୍-୧୪ର ପଏଣ୍ଟ ଟେବୁଲ ଶୀର୍ଷକୁ ଉଠି ପ୍ଲେ-ଅଫ୍ ଏକ ପ୍ରକାର ନିଶ୍ଚିତ କରିଛି। ଉକ୍ତ ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୧୭୧ ରନ୍ କରିଥିଲା। ଜବାବରେ ଚେନ୍ନାଇ ୮ ୱିକେଟ୍ ହରାଇ ୧୭୨ ରନ୍ କରି ବିଜୟୀ ହୋଇଛି। ଚେନ୍ନାଇ ପକ୍ଷରୁ […]

author-image
Ranjit Kumar Jena
ଶେଷ ବଲରେ ଜିତିଲା ଚେନ୍ନାଇ

csk

ଆବୁ ଧାବି: ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ୨ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆରକୁ ପରାସ୍ତ କରିଛି। ଏହି ବିଜୟ ସହ ଚେନ୍ନାଇ ଆଇପିଏଲ୍-୧୪ର ପଏଣ୍ଟ ଟେବୁଲ ଶୀର୍ଷକୁ ଉଠି ପ୍ଲେ-ଅଫ୍ ଏକ ପ୍ରକାର ନିଶ୍ଚିତ କରିଛି। ଉକ୍ତ ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୧୭୧ ରନ୍ କରିଥିଲା। ଜବାବରେ ଚେନ୍ନାଇ ୮ ୱିକେଟ୍ ହରାଇ ୧୭୨ ରନ୍ କରି ବିଜୟୀ ହୋଇଛି। ଚେନ୍ନାଇ ପକ୍ଷରୁ ଜାଡେଜା ୮ ବଲରେ ୨ ଚୌକା ଓ ୨ ଛକା ସହ ୨୨ ରନ୍ କରିଛନ୍ତି।

Advertisment

୧୭୨ ରନର ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇର ଶୀର୍ଷ ତିନି ଜଣ ବ୍ୟାଟର ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁଇ ଓପ୍ନର ଋତୁରାଜ ଓ ଫାଫ୍ ଡୁପ୍ଲେସିସ୍ ପ୍ରଥମ ୱିକେଟ୍ ପାଇଁ ୭୪ ରନର ଭାଗିଦାରୀ କରିଥିଲେ। ଋତୁରାଜ ୪୦ (୨୮ ବଲ୍, ୨ ଚୌକା, ୩ ଛକା) ରନ୍ କରି ଆନ୍ଦ୍ରେ ରସେଲଙ୍କ ଶିକାର ହୋଇଥିଲେ। ଡୁପ୍ଲେସିସ୍ ୩୦ ବଲରେ ୭ ଚୌକା ସହ ୪୪ ରନ୍ କରି ଆଉଟ୍ ହୋଇଥିଲେ। ମୋଇନ୍ ଅଲୀ ୨୮ ବଲରେ ୩୨ (୨ ଚୌକା, ୧ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ତେବେ ମିଡଲ୍ ଅର୍ଡର ବ୍ୟାଟର୍ସ ନିରାଶ କରିଥିଲେ। ଅମ୍ବାତି ରାୟୁଡୁ (୯), ସୁରେଶ ରାଇନା (୧୧) ଓ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି (୧)ଙ୍କ ୱିକେଟ୍ ପତନ ଦ୍ୱାରା ଚେନ୍ନାଇ ବ୍ୟାକଫୁଟକୁ ଚାଲିଥିଲା। ବିଶେଷକରି ଧୋନିଙ୍କୁ କ୍ଲିନ୍ ବୋଲ୍ଡ କରି ବରୁଣ ଚକ୍ରବର୍ତ୍ତୀ ମ୍ୟାଚକୁ କେକେଆର୍ ସପକ୍ଷରେ କରିଥିଲେ। ଧୋନିଙ୍କ ଆଉଟ୍ ପରେ ଚେନ୍ନାଇକୁ ଶେଷ ୨ ଓଭରରେ ୨୬ ରନ୍ ଦରକାର ଥିଲା। କିନ୍ତୁ ଏହି ସମୟରେ ବଡ଼ ଭୁଲ କରିଥିଲେ କେକେଆର୍ କ୍ୟାପଟେନ୍ ମୋର୍ଗାନ୍। ସେ ଷ୍ଟାର୍ ସ୍ପିନର ସୁନୀଲ ନରିନଙ୍କ ବଦଳରେ ପ୍ରସିଦ୍ଧ କ୍ରିଷ୍ଣଙ୍କୁ ୧୯ତମ ଓଭର ବୋଲିଂ କରିବାକୁ ଦେଇଥିଲେ।

Advertisment

ଜାଡେଜା ଏହି ଓଭରରେ ୨୨ ରନ୍ ସଂଗ୍ରହ କରି ଚେନ୍ନାଇକୁ ବିଜୟ ନିକଟତର କରାଇଥିଲେ। ଚେନ୍ନାଇକୁ ୩ ବଲରେ ୧ ରନ୍ ଦରକାର ଥିଲା ବେଳେ ଜାଡେଜା ଚତୁର୍ଥ ବଲ୍ ଡଟ୍ ଖେଳିଥିବା ବେଳେ ପଞ୍ଚମ ବଲରେ ଆଉଟ୍ ହୋଇଥିଲେ। ତେବେ ଶେଷ ବଲରେ ଦୀପକ ଚହର୍ ୧ ରନ୍ ନେଇ ଚେନ୍ନାଇକୁ ଜିତାଇଥିଲେ। କେକେଆର୍ ପକ୍ଷରୁ ନରିନ୍ ୩ଟି ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ କେକେଆର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପ୍ନର ଶୁବମନ୍ ଗିଲ୍ ୯ ରନ୍ କରି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ଜବରଦସ୍ତ ଫର୍ମରେ ଥିବା ଭେଙ୍କଟେଶ ଆୟର୍ (୧୮) ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ତାଙ୍କୁ ଶାର୍ଦ୍ଦୁଲ ଠାକୁର ପ୍ୟାଭିଲିୟନ୍ ପଠାଇଥିଲେ। କ୍ୟାପଟେନ୍ ଇଆନ୍ ମୋର୍ଗାନ (୮)ଙ୍କର ଖରାପ ଫର୍ମ ଜାରି ରହିଛି। ଅଷ୍ଟ୍ରେଲୀୟ ପେସର୍ ଜୋଶ ହେଜଲଉଡଙ୍କ ବଲରେ ସେ ଫାଫ୍ ଡୁପ୍ଲେସିସଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ରାହୁଲ୍ ତ୍ରିପାଠୀ ପୁଣିଥରେ ନିଜ ବ୍ୟାଟର ଜଲୱା ଦେଖାଇଥିଲେ। ସେ ୩୩ ବଲର ସାମ୍ନା କରି ୪୫ ରନ୍ କରିଥିଲେ, ଯେଉଁଥିରେ ୪ ଚୌକା ଓ ୧ ଛକା ସାମିଲ୍ ଅଛି। ରାହୁଲଙ୍କୁ ରବୀନ୍ଦ୍ର ଜାଡେଜା କ୍ଲିନ୍ ବୋଲ୍ଡ କରିଥିଲେ। ରାହୁଲଙ୍କ ଆଉଟ୍ ପରେ ନୀତୀଶ ଓ ଆନ୍ଦ୍ରେ ରସେଲ୍ ସ୍ଥିତି ସମ୍ଭାଳିଥିଲେ।

ରସେଲ ୧୫ ବଲରେ ୨୦ (୨ ଚୌକା, ୧ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ସ୍ଥାନରେ ଆସିଥିବା କାର୍ତ୍ତିକ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ମାତ୍ର ୧୧ ବଲରେ ଦ୍ରୁତ ୨୬ ରନ୍ (୩ ଚୌକା, ୧ ଛକା) କରିଥିଲେ। ନୀତୀଶ ଶେଷ ଯାଏ ଅପରାଜିତ ରହି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ନୀତୀଶ ୩୭ (୨୭ ବଲ୍, ୩ ଚୌକା, ୧ ଛକା) ରନ୍ କରିଛନ୍ତି। ଚେନ୍ନାଇ ପକ୍ଷରୁ ହେଜଲଉଡ୍ ଓ ଠାକୁର ୨ଟି ଲେଖାଏ ଓ ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ।

IPL 2021