Advertisment

ପୁଣି ରୋହିତଙ୍କୁ ହରାଇଲେ ଧୋନି, ୨ନଂରେ ପହଞ୍ଚିଲା ଚେନ୍ନାଇ

ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୯ ରନ କରିଥିଲା। ଦଳ ପକ୍ଷରୁ ନେହାଲ ୱାଦ୍ଧେରା ସର୍ବାଧିକ ୬୪ ରନ କରିଥିଲେ। ଏହାର ଜବାବରେ ଚେନ୍ନାଇ ୧୪ ବଲ ପୂର୍ବରୁ ୪ ୱିକେଟ ହରାଇ ବେଶ ସହଜରରେ ୧୪୦ ରନର ଟାର୍ଗେଟକୁ ହାସଲ କରି ନେଇଛି।

CSK

CSK

Advertisment

ଚଳିତ ଆଇପିଏଲଲରେ ପୁଣି ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ହାରିଛନ୍ତି ରୋହିତ ଶର୍ମା। ଆଜି ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌ରେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ୬ ୱିକେଟରେ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି।

Advertisment

ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୯ ରନ କରିଥିଲା। ଦଳ ପକ୍ଷରୁ ନେହାଲ ୱାଦ୍ଧେରା ସର୍ବାଧିକ ୬୪ ରନ କରିଥିଲେ। ଏହାର ଜବାବରେ ଚେନ୍ନାଇ ୧୪ ବଲ ପୂର୍ବରୁ ୪ ୱିକେଟ ହରାଇ ବେଶ ସହଜରରେ ୧୪୦ ରନର ଟାର୍ଗେଟକୁ ହାସଲ କରି ନେଇଛି।

ଏହି ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ୧୧ ମ୍ୟାଚ୍‌ରୁ ୬ ବିଜୟ, ୪ ପରାଜୟ ଓ ବର୍ଷା ଯୋଗୁ ବାତିଲ ହୋଇଥିବା ଗୋଟିଏ ମ୍ୟାଚ୍‌କୁ ମିଶାଇ ମୋଟ ୩ ପଏଣ୍ଟ ହାସଲ କରି ନେଇଛି। ମୁମ୍ବାଇ ୧୦ ମ୍ୟାଚ୍‌ରୁ ୧୦ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛି। 

Advertisment

ଚଳିତ ସିଜିନରେ ମୁମ୍ବାଇ ଓ ଚେନ୍ନାଇ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ଏହାପୂର୍ବରୁ ୱାଙ୍ଖେଡେରେ ଖେଳା ଯାଇଥିବା ମ୍ୟାଚ୍‌ରେ ମଧ୍ୟ ଚେନ୍ନାଇ ଏକତରଫା ବିଜୟ ହାସଲ କରିଥିଲା। ଉକ୍ତ ମ୍ୟାଚ୍‌ରେ ଅଜିଙ୍କ୍ୟ ରାହାଣେଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। 

ଟସ୍‌ ହାରି ଆଜି ଚେପକରେ ପ୍ରଥମେ ବ୍ୟାଟିଂ କରୁଥିବା ମୁମ୍ବାଇ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ନିୟମିତ ଓପନର ତଥା ଅଧିନାୟକ ରୋହିତ ଶର୍ମା ଆଜି ଇନିଂସ ଆରମ୍ଭ କରି ନଥିଲେ। ତାଙ୍କ ବଦଳରେ ଈଶାନ କିଶନଙ୍କ ସହ କାମେରନ ଗ୍ରୀନ ଓପନ କରିଥିଲେ। ହେଲେ ଗ୍ରୀନ କେବଳ ୬ ରନ କରିବାକୁ ସକ୍ଷମ ହୋଇଥିଲେ।

ଈଶାନ କିଶନ ୭ ଓ ରୋହିତ ଶର୍ମା ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ଗତ ମ୍ୟାଚ୍‌ର ହିରୋ ସୂର୍ଯ୍ୟ କୁମାର ଯାଦବ କେବଳ ୨୬ ରନ କରି ପାରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ୱାଦ୍ଧେରା ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ସେ ଶେଷ ଆଡ଼କୁ ବଡ଼ ଶଟ ଖେଳିବାକୁ ଚେଷ୍ଟା କରି ୬୪ ରନରେ ପ୍ୟାଭିଲିୟନ ଫେରିଥିଲେ।

ତ୍ରିସ୍ତାନ ଷ୍ଟବ୍ସ ୨୦, ଟିମ ଡାଭିଡ ୨ ଓ ଅର୍ଶଦ ଖାନ କେବଳ ୧ ରନ କରିବାକୁ ସକ୍ଷମ ହୋଇଥିଲେ। ଜୋଫ୍ରା ଆର୍ଚର ଅପରାଜିତ ୩ ଓ ପୀୟୁଷ ଚାୱଲା ୨ ରନ କରିବାରୁ ମୁମ୍ବାଇ ୮ ୱିକେଟ ହରାଇ ୧୩୯ ରନ କରିଥିଲା।

୧୪୦ ରନର ଟାର୍ଗେଟ ପାଇଥିବା ଚେନ୍ନାଇ ଠିକ ଠାକ ଆରମ୍ଭ କରିଥିଲା। ୪ ଓଭର ସୁଦ୍ଧା ଦଳୀୟ ସ୍କୋର ୪୬ରେ ମଧ୍ୟ ପହଞ୍ଚି ଯାଇଥିଲା। ଏତିକି ବେଳେ ପୀୟୁଷ ଚାୱଲା ନିଜର ପ୍ରଥମ ଓଭରର ପ୍ରଥମ ବଲରେ ୧୬ ବଲରେ ୩୦ ରନ କରିଥିବା ଋତୁରାଜ ଗାଏକ୍ୱାଡଙ୍କୁ ଆଉଟ କରିଥିଲେ। ଅଜିଙ୍କ୍ୟ ରାହାଣେ ୧୭ ବଲରେ ୨୧ ରନ କରି ଚାୱଲାଙ୍କ ଦ୍ୱିତୀୟ ଶିକାର ବନିଥିଲେ।

୮୧ ରନରେ ଦଳ ଦ୍ୱିତୀୟ ୱିକେଟ ହରାଇଥିଲା। ଅମ୍ବାତି ରାୟୁଡୁ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ହେଁ ୧୨ ରନ କରି ଷ୍ଟବ୍ସଙ୍କ ବଲରେ ଆଉଟ ହୋଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ହେଁ ଡେଭୋନ କନୱେ ତାଙ୍କ ଖେଳ ଜାରି ରଖିଥିଲେ। ତେବେ ସେ ୪୪ ରନ କରିଥିବା ବେଳେ ତାଙ୍କୁ ଆକାଶ ମାଧୱଲ ଆଉଟ କରିଥିଲେ।

କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। କାରଣ ରାୟୁଡୁଙ୍କ ୱିକେଟ ପରେ କ୍ରିଜ୍‌କୁ ଆସିଥିବା ଶିବମ ଦୁବେ ବଡ଼ବଡ଼ ଶଟ ଖେଳି ସାରିଥିଲେ। ଦଳୀୟ ସ୍କୋର ୧୩୦ ଥିବା ବେଳେ ହିଁ କନୱେ ଆଉଟ ହୋଇଥିଲେ। ବାକି ଔପଚାରିକତା ଧୋନି ଓ ଦୁବେ ପୂରଣ କରିଥିଲେ। ଧୋନି ଶେଷ ଯାଏ ୩ ବଲରେ ୨ ଓ ଦୁବେ ୧୮ ବଲରେ ୨୬ ରନ କରି ଚେନ୍ନାଇ ମ୍ୟାଚ୍‌ ଜିତାଇଥିଲେ।

ଚେନ୍ନାଇ ପାଇଁ ବୋଲିଂରେ କମାଲ କରିଥିବା ଶ୍ରୀଲଙ୍କାର ଯୁବ ଦ୍ରୁତ ବୋଲର ମତୀଶା ପଥିରାଣାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ସେ ୪ ଓଭରରେ ୩ ୱିକେଟ ନେବା ସହ ମାତ୍ର ୧୫ ରନ ଦେଇଥିଲେ।

IPL CSK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe