Advertisment

ମାହିଙ୍କ ଦଶହରା ଭେଟି, ଚେନ୍ନାଇ ଚାମ୍ପିୟନ୍

ଦୁବାଇ: ପବିତ୍ର ଦଶହରାରେ ଆଇପିଏଲ ଟ୍ରଫି ଜିିତିଲା ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ । ଦୁବାଇରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଚେନ୍ନାଇ ୨୭ ରନରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ଚାମ୍ପିୟନ୍ ହୋଇଛି । ଏଥିସହ ଚେନ୍ନାଇ ଚତୁର୍ଥଥର ଆଇପିଏଲ ଟାଇଟଲ୍ ଜିତିବାର ସୌଭାଗ୍ୟ ଲାଭ କରିଛି। ଫାଇନାଲରେ ଚେନ୍ନାଇ ଫାଫ୍ ଡୁପ୍ଲେସିସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବିପକ୍ଷରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ଜବାବରେ କୋଲକାତା ୯ […]

ଅଦ୍ୟତନ ହୋଇଛି
ମାହିଙ୍କ ଦଶହରା ଭେଟି, ଚେନ୍ନାଇ ଚାମ୍ପିୟନ୍

csk

Advertisment

ଦୁବାଇ: ପବିତ୍ର ଦଶହରାରେ ଆଇପିଏଲ ଟ୍ରଫି ଜିିତିଲା ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ । ଦୁବାଇରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଚେନ୍ନାଇ ୨୭ ରନରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ଚାମ୍ପିୟନ୍ ହୋଇଛି । ଏଥିସହ ଚେନ୍ନାଇ ଚତୁର୍ଥଥର ଆଇପିଏଲ ଟାଇଟଲ୍ ଜିତିବାର ସୌଭାଗ୍ୟ ଲାଭ କରିଛି। ଫାଇନାଲରେ ଚେନ୍ନାଇ ଫାଫ୍ ଡୁପ୍ଲେସିସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବିପକ୍ଷରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ଜବାବରେ କୋଲକାତା ୯ ୱିକେଟ୍ ହରାଇ ୧୬୫ ରନ୍ କରି ପରାସ୍ତ ହୋଇଛି ।

Advertisment

୧୯୩ ରନର ଲକ୍ଷ୍ୟର ପିଛା କରୁଥିବା କେକେଆର ଜବରଦସ୍ତ ଆରମ୍ଭ କରିଥିଲା। ଦୁଇ ଇନଫର୍ମ ଓପ୍ନର ଭେଙ୍କଟେଶ ଆୟର୍ ଓ ଶୁବମନ୍ ଗିଲ୍ ଆରମ୍ଭରୁ ଆଟାକ୍ କରିଥିଲେ। ଦୁହେଁ ଅର୍ଦ୍ଧଶତକ ମାରିଥିଲେ । କିନ୍ତୁ ଦୁଇ ଓପ୍ନରଙ୍କୁ ଛାଡ଼ି ଦେଲେ ମିଡଲ୍ ଅର୍ଡର ପୂରା କୋଲାପ୍ସ ହୋଇଯାଇଥିଲା । ଆୟର୍ ୩୨ ବଲରେ ୫ ଚୌକା ଓ ୩ ଛକା ସହ ୫୦ ଓ ଗିଲ୍ ୪୩ ବଲରେ ୬ ଚୌକା ସହ ୫୧ ରନ୍ କରିଥିଲେ ।

ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ସୁନୀଲ ନରିନ୍ (୨), କ୍ୟାପଟେନ୍ ଇଅନ୍ ମୋର୍ଗାନ (୪), ଦିନେଶ କାର୍ତ୍ତିକ (୯), ରାହୁଲଲେ ତ୍ରିପାଠୀ (୨) ନିରାଶ କରିଥିବା ବେଳେ ନୀତୀଶ ରାଣା ଓ ସାକିବ ଖାତା ଖୋଲିପାରିନଥିଲେ । ଶେଷକ୍ରମରେ ଶିବମ ମାଭି (୨୦) ଓ ଲକି ଫର୍ଗୁସନ୍ (୧୮) ଦ୍ରୁତ ରନ୍ କରି ଦଳକୁ ୧୬୫ ରନରେ ପହଞ୍ଚାଇଥିଲେ । ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି, ଜୋଶ ହେଜଲଉଡ ଓ ଜାଡେଜା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Advertisment

ପୂର୍ବରୁ ଆମନ୍ତ୍ରଣ ପାଇଁ ଚେନ୍ନାଇ ପକ୍ଷରୁ ଓପନ୍ କରିବାକୁ ଆସିଥିବା ଡୁପ୍ଲେସିସ୍ ଓ ଗାଏକ୍ୱାଡ୍ ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରିଥିଲେ। କିନ୍ତୁ ଦୁହେଁ ଧୀରେ ଧୀରେ ରନ୍ ଗତି ବଢ଼ାଇଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୬୧ ରନର ଭାଗିଦାରୀ କରିଥିଲେ। ଗାଏକ୍ୱାଡ୍ ୩୨ (୨୭ ବଲ, ୩ ଚୌକା, ୧ ଛକା) ରନ୍ କରି ସୁନୀଲ ନରିନଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରବିନ୍ ଉଥାପ୍ପା ପୁଣିଥରେ ଖେଳିଥିଲେ ଆକ୍ରମଣାତ୍ମକ ଇନିଂସ୍। ସେ ମାତ୍ର ୧୫ ବଲରେ ୩୧ ରନର (୩ ଛକା) ଧୂଆଁଧାର ଇନିଂସ୍ ଖେଳିଥିଲେ, ଯାହା ବଳରେ ଚେନ୍ନାଇର ରନ୍ ଗତି ବଢ଼ିଥିଲା। ଉଥାପ୍ପାଙ୍କୁ ମଧ୍ୟ ନରିନ୍ ନିଜର ଶିକାର ବନାଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ଡୁପ୍ଲେସିସଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୬୩ ରନ୍ ଯୋଡ଼ିଥିଲେ।

ମୋଇନ୍ ଅଲୀ ମଧ୍ୟ ଠିକଣା ସମୟରେ କ୍ଲିକ୍ କରିଥିଲେ ଏବଂ ଖେଳିଥିଲେ ବିସ୍ଫୋରକ ଇନିଂସ୍। ଡୁପ୍ଲେସିସ୍ ଓ ମୋଇନ୍ ମିଶି ଦଳକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୬୮ ରନ୍ ଯୋଡ଼ିଥିଲେ। ଡୁପ୍ଲେସିସ୍ ଇନିଂସର ଶେଷ ବଲରେ ଆଉଟ୍ ହୋଇଥିଲେ। ସେ ୫୯ ବଲରେ ୭ ଚୌକା ଓ ୩ ଛକା ସହ ୮୬ ଓ ମୋଇନ୍ ୨୦ ବଲରେ ୨ ଚୌକା ଓ ୩ ଛକା ସହ ୩୭ ରନ କରି ଅପରାଜିତ ଥିଲେ। କେକେଆର୍ ପକ୍ଷରୁ ନରିନ୍ ୨ଟି ଓ ଶିବମ ମାଭି ଗୋଟିଏ ୱିକେଟ୍ ନେଇଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe