Advertisment

କେମିତି ଅଛନ୍ତି ଧୋନିଙ୍କ ମାତା-ପିତା ? ଆସିଲା ଅପଡେଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ମାତା-ପିତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ଧୋନିଙ୍କ ମାତାପିତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି, ସେ ନେଇ ଫ୍ୟାନ୍ ଚିନ୍ତିତ ଅଛନ୍ତି। ଏହାରି ଭିତରେ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମର ହେଡ୍ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ଧୋନିଙ୍କ ମାତାପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ବନ୍ଧରେ ଅପଡେଟ୍ ଦେଇଛନ୍ତି। ଫ୍ଲେମିଙ୍ଗ୍ କହିଛନ୍ତି, ଏବେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନିୟନ୍ତ୍ରଣରେ ଅଛି ଏବଂ ଫ୍ରାଞ୍ଚାଇଜି ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ପୂରା ନଜର […]

ଅଦ୍ୟତନ ହୋଇଛି
କେମିତି ଅଛନ୍ତି ଧୋନିଙ୍କ ମାତା-ପିତା ? ଆସିଲା ଅପଡେଟ୍

ms-dhoni1

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ମାତା-ପିତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ଧୋନିଙ୍କ ମାତାପିତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି, ସେ ନେଇ ଫ୍ୟାନ୍ ଚିନ୍ତିତ ଅଛନ୍ତି। ଏହାରି ଭିତରେ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମର ହେଡ୍ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ଧୋନିଙ୍କ ମାତାପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ବନ୍ଧରେ ଅପଡେଟ୍ ଦେଇଛନ୍ତି। ଫ୍ଲେମିଙ୍ଗ୍ କହିଛନ୍ତି, ଏବେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନିୟନ୍ତ୍ରଣରେ ଅଛି ଏବଂ ଫ୍ରାଞ୍ଚାଇଜି ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ପୂରା ନଜର ରଖିଛି।

Advertisment

ଫ୍ଲେମିଙ୍ଗ୍ କହିଛନ୍ତି, ମ୍ୟାନେଜମେଣ୍ଟ ଦୃଷ୍ଟିକୋଣରୁ ଆମେ ଧୋନିଙ୍କ ପରିବାରର ସ୍ଥିତିକୁ ନେଇ ଭଲଭାବେ ଅବଗତ ଅଛୁ। ଧୋନି ଓ ତାଙ୍କ ପରିବାର ପାଇଁ ସବୁ ପ୍ରକାରର ସହଯୋଗର ପ୍ରସ୍ତୁତି କରାଯାଇଛି। କହିବାକୁ କଲେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି, କିନ୍ତୁ ଆମକୁ ଏବେ ଆଉ କିଛି ଦିନ ଏହା ଉପରେ ମନିଟର୍ କରିବାକୁ ପଡ଼ିବ।

ସୂଚନା ମୁତାବକ ଧୋନିଙ୍କ ମା’ ଦେବକୀ ଦେବୀ ଓ ପିତା ପାନ୍ ସିଂଙ୍କର କରୋନା ଲକ୍ଷ ଦେଖାଦେବାରୁ ଉଭୟଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ଦୁହିଁଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଯାହା ପରେ ସେମାନଙ୍କୁ ରାଞ୍ଚିର ଏକ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ, ମାହିଙ୍କ ମା’ ଓ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ଉଭୟଙ୍କ ଅକ୍ସିଜେନ୍‌ ଲେଭଲ ମଧ୍ୟ ସଠିକ୍ ଥିବା ଡାକ୍ତର କହିଛନ୍ତି। ଆଉ କିଛି ଦିନ ଭିତରେ ଧୋନିଙ୍କ ବାପା-ମା’ କରୋନା ସଂକ୍ରମଣରୁ ଶୀଘ୍ର ମୁକ୍ତ ହୋଇଯିବେ ବୋଲି ଡାକ୍ତର ଆଶା ରଖିଛନ୍ତି।

Advertisment

ବର୍ତ୍ତମାନ ଧୋନି ଆଇପିଏଲର ୧୪ଶ ସଂସ୍କରଣରେ ବ୍ୟସ୍ତ ଅଛନ୍ତି। ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଧୋନିଙ୍କ ପାଇଁ ଗତ ସଂସ୍କରଣ ନୈରାଶ୍ୟଜନକ ଥିଲା। ୨୦୨୦ ସଂସ୍କରଣରେ ଧୋନିଙ୍କ ଟିମ୍ ସପ୍ତମ ସ୍ଥାନରେ ରହିଥିଲା। କିନ୍ତୁ ଚଳିତ ସଂସ୍କରଣରେ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସ୍ ଜବରଦସ୍ତ ପ୍ରଦର୍ଶନ କରୁଛି। ଟିମ୍ ଏପର୍ଯ୍ୟନ୍ତ ୪ଟି ମ୍ୟାଚରୁ ୩ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।

MS Dhoni
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe