Advertisment

ଆଇପିଏଲ: ଏହି ୧୭ ବର୍ଷୀୟ ବ୍ୟାଟରଙ୍କୁ କିଣିବ ଚେନ୍ନାଇ! ଧୋନି ବି ହେଲେ ପ୍ରଭାବିତ

ଚେନ୍ନାଇ ଜଣେ ୧୭ ବର୍ଷୀୟ ବ୍ୟାଟରଙ୍କୁ କିଣିବାକୁ ଚେଷ୍ଟା କରିପାରେ।

author-image
Hemant Lenka
CSK

CSK

୫ ଥର ଆଇପିଏଲ ଟ୍ରଫି ଜିତିଥିବା ଚେନ୍ନାଇ ସୁପର କିଙ୍ଗସ(ସିଏସ୍‌କେ) ଆସନ୍ତା ୨୦୨୫ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୨୦୨୫ ଆଇପିଏଲ ପୂର୍ବରୁ ନଭେମ୍ବର ୨୪ରୁ ୨୫ ତାରିଖରେ ମେଗା ଅକ୍ସନ ହେବ। ଏହି ସମୟରେ ଚେନ୍ନାଇ ଜଣେ ୧୭ ବର୍ଷୀୟ ବ୍ୟାଟରଙ୍କୁ କିଣିବାକୁ ଚେଷ୍ଟା କରିପାରେ।

Advertisment

ରଣଜୀ ଟ୍ରଫିରେ ମୁମ୍ବାଇ ପାଇଁ ଓପନ କରୁଥିବା ୧୭ ବର୍ଷୀୟ ଆୟୁଷ ମହାତ୍ରେଙ୍କୁ ଚେନ୍ନାଇ ନିଜ ସହ ସାମିଲ କରିବାକୁ ଚାହୁଁଛି। ଏଥିପାଇଁ ତାଙ୍କୁ ଟ୍ରାଏଲ ଦେବାକୁ ଦଳ ପକ୍ଷରୁ ଡକାଯାଇଛି। ଟ୍ରାଏଲ ଦ୍ୱାରା ଚେନ୍ନାଇ ତାଙ୍କ ଦକ୍ଷତା ମାପିବାକୁ ଚାହୁଁଛି। ଯଦି ଟ୍ରାଏଲରେ ଆୟୁଷ ପ୍ରଭାବିତ କରିପାରିଲେ, ତା’ହେଲେ ଅକ୍ସନ ବେଳେ ଚେନ୍ନାଇ ତାଙ୍କ କିଣିବାକୁ ଚେଷ୍ଟା କରିବ।

ରିପୋର୍ଟରେ କୁହାଯାଇଛି ଯେ କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ମଧ୍ୟ ଆୟୁଷଙ୍କ ଘରୋଇ ପ୍ରଦର୍ଶନରେ ପ୍ରଭାବିତ ହୋଇଛନ୍ତି। ଏଥିପାଇଁ ଚେନ୍ନାଇ ପକ୍ଷରୁ ଆୟୁଷଙ୍କୁ ଟ୍ରାଏଲ ପାଇଁ ଡକାଯାଇଛି।

Advertisment

ରଣଜୀ ଟ୍ରଫିର ୫ମ ରାଉଣ୍ଡ ନଭେମ୍ବର ୧୬ରେ ଶେଷ ହେବ। ଏହାପରେ ଆୟୁଷ ଟ୍ରାଏଲ ପାଇଁ ଆସି ପାରନ୍ତି। ଏହାର ଅର୍ଥ ଆୟୁଷଙ୍କୁ ଦକ୍ଷତା ମାପିବା ପାଇଁ ଚେନ୍ନାଇକୁ ୮ ଦିନର ସମୟ ମିଳିବ। କାରଣ ୨୪ ତାରିଖରେ ହିଁ ଆଇପିଏଲ ପାଇଁ ମେଗା ଅକ୍ସନ ହେବ।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଆୟୁଷଙ୍କ ବ୍ୟାଟିଂ ଦେଖି କେବଳ ଚେନ୍ନାଇର ଟିମ ମ୍ୟାନେଜମେଣ୍ଟ ନୁହେଁ ବରଂ ଧୋନି ମଧ୍ୟ ବେଶ ପ୍ରଭାବିତ ହୋଇଛନ୍ତି। ଏଥିପାଇଁ ରଣଜୀ ଟ୍ରଫିର ୫ମ ରାଉଣ୍ଡ ମ୍ୟାଚ୍‌ ଶେଷ ହେବା ପରେ ତାଙ୍କୁ ଟ୍ରାଏଲ ଦେବାକୁ ଡକାଯାଇଛି। ଟ୍ରାଏଲ ପାଇଁ ଆୟୁଷଙ୍କୁ ଛାଡ଼ିବା ପାଇଁ ଚେନ୍ନାଇ ପକ୍ଷରୁ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ମଧ୍ୟ ଅନୁରୋଧ କରାଯାଇଛି। 

ଆୟୁଷ ଇରାନୀ କପରେ ଚଳିତ ବର୍ଷ ମୁମ୍ବାଇ ପାଇଁ ଡେବ୍ୟୁ କରିଛନ୍ତି। ସେ ପୃଥ୍ୱୀ ଶ’ଙ୍କ ସହ ଇନିଂସ ଆରମ୍ଭ କରିଥିଲେ। ତେବେ ରେଷ୍ଟ ଅଫ ଇଣ୍ଡିଆ ବିରୋଧରେ ସେ କେବଳ ୧୯ ଓ ୧୪ ରନ କରିପାରିଥିଲେ।

ମୁମ୍ବାଇ ପାଇଁ ଆୟୁଷଙ୍କ ପ୍ରଦର୍ଶନ ଭଲ ରହିଥିଲେ ହେଁ ସେତେଟା ଆଖି ଦୃଶିଆ ହୋଇନାହିଁ। ସେ ୫ଟି ମ୍ୟାଚ୍‌ରେ ୩୫.୬୬ ହାରରେ ୩୨୧ ରନ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି। ଆୟୁଷ ମହାରାଷ୍ଟ୍ର ବିପକ୍ଷରେ ୧୭୬ ରନର ଇନିଂସ ଖେଳିଥିଲେ।

ଚେନ୍ନାଇ ୫୫ କୋଟି ଟଙ୍କା ଧରି ମେଗା ଅକ୍ସନକୁ ଯିବ। କାରଣ ଦଳ ଅକ୍ସନ ପୂର୍ବରୁ ଅଧିନାୟକ ଋତୁରାଜ ଗାଏକ୍ୱାଡ, ରବୀନ୍ଦ୍ର ଜାଡେଜା, ମଥିସା ପଥିରାଣା, ଶିବମ ଦୁବେ ଓ ଧୋନିଙ୍କୁ ରିଟେନ କରିଛି। ଏବେ ଚେନ୍ନାଇ ଆୟୁଷଙ୍କୁ ନିଜ ସ୍କ୍ୱାଡରେ ସାମିଲ କରାଇବାକୁ ଚାହୁଁଛି।

IPL CSK Ranji Trophy IPL 2025