ଟ୍ରଫି ଜିତିବା ପାଇଁ ଧୋନିଙ୍କ ଚେନ୍ନାଇକୁ ମିଳିଲା ୨୧୫ ରନ୍‌ର ଟାର୍ଗେଟ

ଚେନ୍ନାଇ ପୂର୍ବରୁ ୪ଥର ଆଇପିଏଲ ଟ୍ରଫି ଜିତି ସାରିଥିବା ବେଳେ ଗୁଜରାଟ ହେଉଛି ଡିଫେଣ୍ଡିଂ ଚାମ୍ପିୟନ। ତେଣୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ କ୍ରମାଗତ ଦ୍ୱିତୀୟ ଥର ପାଇଁ ମଧ୍ୟ ଚାମ୍ପିୟନ ହେବା ଲକ୍ଷ୍ୟ ରହିଛି।

IPL

ରନ ନେଉଛନ୍ତି ସାଇ ଓ ସାହା

Hemant Lenka
  • Published: Monday, 29 May 2023
  • Updated: 29 May 2023, 09:22 PM IST

Sports

Latest News

୫ମ ଥର ଆଇପିଏଲ ଟ୍ରଫି ଜିତି ମୁମ୍ବାଇ ଇଣ୍ଡିଆନ୍ସର ସମକକ୍ଷ ହେବାକୁ ମହେନ୍ଦ୍ର ସିଂହଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଦରକାର ୨୧୫ ରନ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଫାଇନାଲ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୪ ରନ କରିଛି।

ଫଳରେ ଚାମ୍ପିୟନ ହେବାକୁ ଚେନ୍ନାଇ ୨୧୫ ରନର ଟାର୍ଗେଟ ମିଳିଛି। ଚେନ୍ନାଇ ପୂର୍ବରୁ ୪ଥର ଆଇପିଏଲ ଟ୍ରଫି ଜିତି ସାରିଥିବା ବେଳେ ଗୁଜରାଟ ହେଉଛି ଡିଫେଣ୍ଡିଂ ଚାମ୍ପିୟନ। ତେଣୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ କ୍ରମାଗତ ଦ୍ୱିତୀୟ ଥର ପାଇଁ ମଧ୍ୟ ଚାମ୍ପିୟନ ହେବା ଲକ୍ଷ୍ୟ ରହିଛି। ଗୁଜରାଟ ପକ୍ଷରୁ ୨୧ ବର୍ଷୀୟ ସାଇ ସୂଦର୍ଶନ ବିସ୍ଫୋରକ ୪୭ ବଲରେ ୯୬ ରନର ଇନିଂସ ଖେଳିଛନ୍ତି।

ରବିବାର ଆଇପିଏଲର ଫାଇନାଲ ମ୍ୟାଚ୍‌ ଖେଳା ଯିବାର ଥିଲା। କିନ୍ତୁ ଲଗାଣ ବର୍ଷା ଯୋଗୁ ମ୍ୟାଚ୍‌ ସମ୍ଭବ ହୋଇ ପାରି ନଥିଲେ। ତେଣୁ ଆଜି ସଂରକ୍ଷିତ ଦିବସରେ ମ୍ୟାଚ୍‌ର ଆୟୋଜନ କରାଯାଉଛି।

Also Read

ଆଜିର ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଗୁଜରାଟର ଦୁଇ ଓପର ରିଦ୍ଧିମାନ ସାହା ଓ ଇନଫର୍ମ ଶୁବମନ ଗିଲ୍‌ ଆରମ୍ଭରୁ ବେଶ ସତର୍କତାର ସହ ଖେଳିଥିଲେ। ଏପରି କି ତୁଷାର ଦେଶପାଣ୍ଡେଙ୍କ ବଲରେ ଗିଲ୍‌ ଚେନ୍ନାଇକୁ ଗୋଟିଏ ସୁଯୋଗ ମଧ୍ୟ ଦେଇଥିଲେ। ହେଲେ ଏହାକୁ ଦୀପକ ଚହର କ୍ୟାଚ୍‌ କରି ପାରି ନଥିଲେ।

ଏହି ସମୟରେ ଗିଲ୍‌ ମାତ୍ର ୩ ରନ କରିଥିଲେ। କ୍ୟାଚ୍‌ ମିସ୍‌ ହେବା ମାତ୍ରେ ଗିଲ୍‌ ତାଙ୍କ ଜଲୱା ଦେଖାଇ ଚୌକା ବର୍ଷା କରିଥିଲେ। ତେବେ ସେ ୨୦ ବଲରେ ୩୯ ରନ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ ହୋଇଯାଇଥିଲେ। ଦଳ ପ୍ରଥମ ୱିକେଟ ୬୭ ରନରେ ହରାଇଥିଲା।

ଗିଲ୍‌ଙ୍କ ସ୍ଥାନରେ ଆସିଥିବା ସାଇ ସୂଦର୍ଶନଙ୍କୁ ସାଥୀ କରି ସାହା ଦଳର ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୧୩୧ ଥିବା ବେଳେ ସେ ୩୯ ବଲରେ ୫୪ ରନ କରି ଦୀପକ ଚହରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ହେଲେ ସେତେବେଳକୁ ସୂଦର୍ଶନ କ୍ରିଜ୍‌ରେ ଜମି ସାରିଥିଲେ।

ତାଙ୍କ ବ୍ୟାଟରୁ ଚୌକା ଛକା ବର୍ଷା ହେବାରେ ଲାଗିଥିଲେ। ସେ ୧୬ତମ ଓଭରରେ ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୭ତମ ଓଭରରେ ଦେଶପାଣ୍ଡେଙ୍କୁ ୩ଟି ଚୌକା ଓ ଗୋଟିଏ ଛକା ମାରି ସେ ୨୦ ରନ ଆଦାୟ କରିଥିଲେ। ୧୮ତମ ଓଭରରେ ମତୀଶା ପଥିରାଣା ମାତ୍ର ୯ ରନ ଦେବାରୁ ଗୁଜରାଟ ବଡ଼ ସ୍କୋର କରିବାରେ ସାମାନ୍ୟ ଝୁଣ୍ଟିଥିଲା।

ତଥାପି ୧୯ତମ ଓଭରର ପ୍ରଥମ ବଲରେ ଅଧିନାୟକ ପାଣ୍ଡ୍ୟା ଛକା ମାରି ଦେଶପାଣ୍ଡେଙ୍କୁ ସ୍ୱାଗତ କରିଥିଲେ। ୪ର୍ଥ ବଲରେ ସୂଦର୍ଶନ ମଧ୍ୟ ଚୌକା ମାରିଥିଲେ। ଗୁଜରାଟ ଶେଷ ୨୨ ବଲରେ ୫୦ ରନ ମଧ୍ୟ ପୂରଣ କରିଥିଲା। ଶେଷ ବଲରେ ପାଣ୍ତ୍ୟା ଛକା ମାରିବାରୁ ଗୁଜରାଟ ସ୍କୋର ୨୦୦ ଛୁଇଁଥିଲା। ଦେଶପାଣ୍ତେ ଏହି ଓଭରରେ ମୋଟ ୧୮ ରନ ଦେଇଥିଲେ।

ଇନିଂସର ଅନ୍ତିମ ଓଭର ବୋଲିଂ କରିବାକୁ ଆସିଥିଲେ ପଥିରାଣା। ଷ୍ଟ୍ରାଇକ କରିଥିଲେ ସୂଦର୍ଶନ। ପ୍ରଥମ ବଲରେ ହିଁ ସେ ଛକା ମାରିଥିଲେ। ଦ୍ୱିତୀୟ ବଲରୁ ମଧ୍ୟ ଛକା ମିଳିଥିଲା। ଏଥିସହ ସୂଦର୍ଶନ ବ୍ୟକ୍ତିଗତ ଭାବେ ୯୬ ରନରେ ପହଞ୍ଚି ଯାଇଥିଲେ।

ତେବେ ତୃତୀୟ ବଲରେ ସେ ଏଲବିଡବ୍ଲ୍ୟୁ ହୋଇ ଯାଇଥିଲେ। ଆଉଟ ହେବା ପୂର୍ବରୁ ସାଇ ୪୭ ବଲରେ ବିସ୍ଫୋରକ ୯୬ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୮ଟି ଚୌକା ଓ ୬ଟି ଛକା ମାରିଛନ୍ତି।

ପଥିରାଣାଙ୍କ ୪ର୍ଥ ବଲ ରାଶିଦ ଖାନ ସାମ୍ନା କରିଥିଲେ ମଧ୍ୟ ବାଇରୁ ୧ ରନ ମିଳିଥିଲା। ୫ମ ବଲରେ ପାଣ୍ତ୍ୟା ଲେଗ ବାଇରୁ ୧ ରନ ହାସଲ କରିଥିଲେ। ଶେଷ ବଲରେ ରାଶିଦ ଖାନ ଆଉଟ ହେବାକୁ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୪ ରନରେ ଅଟକି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story