Advertisment

ଧୋନିଙ୍କ ଅବସର ନେଇ ବଡ଼ ଅପଡେଟ୍‌ ଦେଲା ଚେନ୍ନାଇ ସୁପର କିଙ୍ଗସ୍‌

ଶନିବାର ମ୍ୟାଚ୍‌ ଶେଷ ହେବା ମାତ୍ରେ ଧୋନି ରବିବାର ହିଁ ତାଙ୍କ ଘର ରାଞ୍ଚିକୁ ଚାଲି ଯାଇଛନ୍ତି। ସେ ସିଏସକେର ପ୍ରଥମ ଖେଳାଳି ଭାବେ କ୍ୟାମ୍ପରୁ ସିଧା ଘରକୁ ଯାଇଛନ୍ତି।

author-image
Hemant Lenka
Dhoni

Dhoni

ଆଇପିଏଲ ପ୍ଲେଅଫ ରେସ୍‌ରୁ ଚେନ୍ନାଇ ସୁପର କିଙ୍ଗସ ବା ସିଏସ୍‌କେ ବାଦ ପଡ଼ିବା ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଶନିବାର ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଠାରୁ ହାରି ୨୦୨୪ ଅଭିଯାନ ଶେଷ କରିଛି। ଉଭୟ ଦଳ ପାଖରେ ସମାନ ୧୪ ପଏଣ୍ଟ ରହିଥିଲେ ହେଁ ରନରେଟ ଆଧାରରେ ଫାଫ ଡୁପ୍ଲେସିସଙ୍କ ଦଳ ଟପ୍‌ ୪ରେ ପହଞ୍ଚିବାକୁ ସକ୍ଷମ ହୋଇଛି।

Advertisment

ମ୍ୟାଚ୍‌ ହାରିବା ଯୋଗୁ ସିଏସକେ ଫ୍ୟାନ୍ସ ଯେତିକି ଦୁଃଖ କରି ନାହାନ୍ତି, ସେମାନେ ସମ୍ଭବତଃ ଶେଷଥର ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ରିକେଟ ଖେଳୁଥିବା ଦେଖିଥିବା କଥା ଭାବି ମନଦୁଃଖ କରୁଛନ୍ତି। ଧୋନି ସମ୍ଭବତଃ ଆସନ୍ତା ଆଇପିଏଲରେ ନଜର ଆସିବେ ନାହିଁ ବୋଲି କୁହାଯାଉଛି।

ହେଲେ ସିଏସକେର ଜଣେ ଅଧିକାରୀ ଏବେ ଧୋନିଙ୍କ ଅବସର ନେଇ ବଡ଼ ବୟାନ ଦେଇଛନ୍ତି। ଧୋନିଙ୍କ ଅବସର ଚର୍ଚ୍ଚା ହେଉଥିଲେ ହେଁ ସେ ଏଯାଏ ମ୍ୟାନେଜମେଣ୍ଟକୁ ଏ ସମ୍ପର୍କରେ କିଛି ବି ଜଣାଇ ନଥିବା ଅଧିକାରୀ ଜଣଙ୍କ କହିଛନ୍ତି।

Advertisment

ସିଏସକେର ଜଣେ ବରିଷ୍ଠ ଅଧିକାରୀ ଗୋଟିଏ ଗଣମାଧ୍ୟମକୁ କହିଛନ୍ତି ଯେ ଆରସିବି ବିପକ୍ଷ ଶେଷ ଓଭରେ ଦଳକୁ ଜିତିବା ପାଇଁ ୧୭ର ଆବଶ୍ୟକ ରହିଥିଲା। ପ୍ରଥମ ବଲକୁ ଧୋନି ଷ୍ଟାଡିୟମ ବାହାରକୁ ମାରି ଦେଇଥିଲେ। ୧୧୦ ମିଟର ଦୂରତାକୁ ବଲ ମାରିବାରୁ ଏହା ହଜି ଯାଇଥିଲା। ଫଳରେ ଗୋଟିଏ ନୂଆ ବଲ ଆସିଥିଲା।

ନୂଆ ବଲ ଓଦା ହୋଇ ନଥିବାରୁ ୟଶ ଦୟାଲ ଭଲ ଭାବେ ଗ୍ରିପ କରି ବୋଲିଂ କରିଥିଲେ। ଫଳରେ ଧୋନି ଆଉଟ ହୋଇଯାଇଥିଲେ। ଏଥିସହ ଚେପକରେ ସେ ଆଇପିଏଲ ଟ୍ରଫି ଜିତିବେ ବୋଲି ଯେଉଁ ଆଶା ରଖିଥିଲେ, ତାହା ମଧ୍ୟ ପୂରଣ ହୋଇ ପାରି ନାହିଁ। ତଥାପି ଧୋନି ଅବସର ସମ୍ପର୍କରେ କିଛି ବି କହି ନାହାନ୍ତି।

ଶନିବାର ମ୍ୟାଚ୍‌ ଶେଷ ହେବା ମାତ୍ରେ ଧୋନି ରବିବାର ହିଁ ତାଙ୍କ ଘର ରାଞ୍ଚିକୁ ଚାଲି ଯାଇଛନ୍ତି। ସେ ସିଏସକେର ପ୍ରଥମ ଖେଳାଳି ଭାବେ କ୍ୟାମ୍ପରୁ ସିଧା ଘରକୁ ଯାଇଛନ୍ତି।

ନିଜର ଭବିଷ୍ୟତ ଯୋଜନା ସମ୍ପର୍କରେ ଧୋନି ଏଯାଏ କାହାକୁ କିଛି ବି କହି ନାହାନ୍ତି। ସେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ମ୍ୟାନେଜମେଣ୍ଟକୁ ଆଉ କିଛି ମାସ ଅପେକ୍ଷା କରିବାକୁ କହିଛନ୍ତି। ଏଯାଏ ଦୌଡ଼ିବା ବେଳେ ଧୋନି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇ ନାହାନ୍ତି।

ସେହିପରି ୨୦୨୪ ସିଜିନର ସମସ୍ତ ୧୪ ମ୍ୟାଚ୍‌ ମଧ୍ୟ ସେ ଖେଳିବା ସହ କିପିଂ କରିଥିଲେ। ସେ ଫିଟ ରହିଛନ୍ତି। ତଥାପି ତାଙ୍କ ନିଷ୍ପତ୍ତି ଯାହା ବି ହେବ, ତାକୁ ସିଏସକେ ସ୍ୱାଗତ କରିବ ବୋଲି।

ଧୋନି ସବୁବେଳେ ଟିମର ଶ୍ରେଷ୍ଠ ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତି। ତେଣୁ ଆଗକୁ କ’ଣ ହେଉଛି, ତାକୁ ଅପେକ୍ଷା କରାଯାଉ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

IPL MS Dhoni CSK IPL 2024 CSK Vs RCB