Advertisment

ହାଇଦ୍ରାବାଦକୁ ୧୩୪ ରନରେ ରୋକିଲା ଚେନ୍ନାଇ

ଶାରଜା: ପୁଣି ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ ବିଫଳତା ପଦାରେ ପଡ଼ିଛି। ଚେନ୍ନାଇ ସୁପର୍ କିଙ୍ଗସର ଜୋଶ ହେଜଲଉଡ୍ ଓ ଡ୍ୱେନ୍ ବ୍ରାଭୋଙ୍କ ଜବରଦସ୍ତ ବୋଲିଂକୁ ସାମ୍ନା କରିନପାରି ହାଇଦ୍ରାବାଦ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୪ ରନ୍ କରିଛି। ଫଳରେ ପ୍ଲେଅଫ୍ ଟିକେଟ୍ କାଟିବା ପାଇଁ ଚେନ୍ନାଇକୁ ୧୩୫ ରନ୍ କରିବାକୁ ପଡ଼ିବ। ହାଇଦ୍ରାବାଦ ପକ୍ଷରୁ ଋଦ୍ଧିମାନ ସାହା ସର୍ବାଧିକ ୪୪ ରନ୍ କରିଥିବା ବେଳେ ଚେନ୍ନାଇ ପକ୍ଷରୁ ହେଜଲଉଡ୍ ୩ଟି ଓ ବ୍ରାଭୋ ୨ଟି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ହାଇଦ୍ରାବାଦକୁ ୧୩୪ ରନରେ ରୋକିଲା ଚେନ୍ନାଇ

csk

ଶାରଜା: ପୁଣି ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ ବିଫଳତା ପଦାରେ ପଡ଼ିଛି। ଚେନ୍ନାଇ ସୁପର୍ କିଙ୍ଗସର ଜୋଶ ହେଜଲଉଡ୍ ଓ ଡ୍ୱେନ୍ ବ୍ରାଭୋଙ୍କ ଜବରଦସ୍ତ ବୋଲିଂକୁ ସାମ୍ନା କରିନପାରି ହାଇଦ୍ରାବାଦ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୪ ରନ୍ କରିଛି। ଫଳରେ ପ୍ଲେଅଫ୍ ଟିକେଟ୍ କାଟିବା ପାଇଁ ଚେନ୍ନାଇକୁ ୧୩୫ ରନ୍ କରିବାକୁ ପଡ଼ିବ। ହାଇଦ୍ରାବାଦ ପକ୍ଷରୁ ଋଦ୍ଧିମାନ ସାହା ସର୍ବାଧିକ ୪୪ ରନ୍ କରିଥିବା ବେଳେ ଚେନ୍ନାଇ ପକ୍ଷରୁ ହେଜଲଉଡ୍ ୩ଟି ଓ ବ୍ରାଭୋ ୨ଟି ୱିକେଟ୍ ନେଇଛନ୍ତି।

Advertisment

ଉକ୍ତ ମ୍ୟାଚରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ଜେସନ୍ ରୟ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କୁ ଜୋଶ୍ ହେଜଲଉଡ୍ ପ୍ୟାଭିଲିୟନ୍ ପଠାଇଥିଲେ। ତେବେ ଅନ୍ୟତମ ଓପ୍ନର ଋଦ୍ଧିମାନ ସାହା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। କ୍ୟାପଟେନ୍ କେନ୍ ୱିଲିୟମସନ୍ ମଧ୍ୟ ଆଶାନୁରୂପ ବ୍ୟାଟିଂ କରିପାରିନଥିଲେ।

ୱିଲିୟମସନ୍ ମାତ୍ର ୧୧ ରନ୍ କରି ବ୍ରାଭୋଙ୍କ ଶିକାର ହୋଇଥିଲେ। ପ୍ରିୟମ ଗର୍ଗ (୭) ନିରାଶ କରିଥିବା ବେଳେ ଅଭିଷେକ ଶର୍ମା (୧୮) ଓ ଅବଦୁଲ ସାମଦ (୧୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମିଡଲ୍ ଅର୍ଡରରେ ବ୍ୟାଟିଂ କୋଲାପ୍ସ ଯୋଗୁ ଟିମର ରନ୍ ଗତିରେ ଅଙ୍କୁଶ ଲାଗିଥିଲା। ସାହା ୪୪ (୪୬ ବଲ୍‌, ୧ ଚୌକା, ୨ ଛକା) ରନର ଇନିଂସ୍ ଖେଳିଥିଲେ ହେଁ, ତାହା ଟିମକୁ ବଡ଼ ସ୍କୋରରେ ପହଞ୍ଚାଇପାରିନଥିଲା।

Advertisment

ତେବେ ନିମ୍ନକ୍ରମରେ ରାଶିଦ୍ ଖାନ୍ ଦ୍ରୁତ ରନ୍ କରି ହାଇଦ୍ରାବାଦକୁ ୧୩୪ ରନରେ ପହଞ୍ଚାଇଥିଲେ। ରାଶିଦ୍ ୧୩ ବଲରେ ୨ ଚୌକା ସହ ୧୭ ଓ ଭୁବନେଶ୍ୱର କୁମାର ୨ ରନ୍ କରି ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।