Advertisment

ଆଉ କେତେ ଦିନ ଚେନ୍ନାଇ ପାଇଁ ଖେଳିବେ ଧୋନି?

ନୂଆଦିଲ୍ଲୀ: ଆଇପିଏଲର ପ୍ଲେଅଫରେ ପହଞ୍ଚିଛି ଚେନ୍ନାଇ ସୁପର୍ କିଙ୍ଗସ। ସିଏସକେକୁ ତିନିଥର ଆଇପିଏଲ୍ ଚାମ୍ପିୟନ୍ କରାଇଥିବା ମହେନ୍ଦ୍ର ସିଂ ଧୋନି ହୁଏତ ଚଳିତ ସିଜନରେ ବ୍ୟାଟିଂରେ ଫେଲ୍ ମାରିଛନ୍ତି, କିନ୍ତୁ ଟିମର ମାଲିକ ତାଙ୍କ ଉପରେ ଭରସା ପୂର୍ବଭଳି କାଏମ ରଖିଛନ୍ତି। ଦିନକ ତଳେ ଧୋନି କହିଥିଲେ ଯେ ସେ ତାଙ୍କର ଶେଷ ଆଇପିଏଲ୍ ମ୍ୟାଚ୍ ଚେନ୍ନାଇ ମଇଦାନରେ ଖେଳିବାକୁ ଚାହାନ୍ତି। ଆଉ ଏହା ପରେ ଆଇପିଏଲରୁ ଧୋନିଙ୍କ ସନ୍ନ୍ୟାସ ନେଇ ଚର୍ଚ୍ଚା ଜୋର୍ ଧରିଛି। ଧୋନି […]

ଆଉ କେତେ ଦିନ ଚେନ୍ନାଇ ପାଇଁ ଖେଳିବେ ଧୋନି?

MS-DHONI

Advertisment

ନୂଆଦିଲ୍ଲୀ: ଆଇପିଏଲର ପ୍ଲେଅଫରେ ପହଞ୍ଚିଛି ଚେନ୍ନାଇ ସୁପର୍ କିଙ୍ଗସ। ସିଏସକେକୁ ତିନିଥର ଆଇପିଏଲ୍ ଚାମ୍ପିୟନ୍ କରାଇଥିବା ମହେନ୍ଦ୍ର ସିଂ ଧୋନି ହୁଏତ ଚଳିତ ସିଜନରେ ବ୍ୟାଟିଂରେ ଫେଲ୍ ମାରିଛନ୍ତି, କିନ୍ତୁ ଟିମର ମାଲିକ ତାଙ୍କ ଉପରେ ଭରସା ପୂର୍ବଭଳି କାଏମ ରଖିଛନ୍ତି। ଦିନକ ତଳେ ଧୋନି କହିଥିଲେ ଯେ ସେ ତାଙ୍କର ଶେଷ ଆଇପିଏଲ୍ ମ୍ୟାଚ୍ ଚେନ୍ନାଇ ମଇଦାନରେ ଖେଳିବାକୁ ଚାହାନ୍ତି। ଆଉ ଏହା ପରେ ଆଇପିଏଲରୁ ଧୋନିଙ୍କ ସନ୍ନ୍ୟାସ ନେଇ ଚର୍ଚ୍ଚା ଜୋର୍ ଧରିଛି। ଧୋନି ୨୦୨୨ ଆଇପିଏଲ୍ ପରେ ଅବସର ନେବେ ବୋଲି କୁହାଯାଉଛି। ଆସନ୍ତାବର୍ଷ ଧୋନି ୪୧ ବର୍ଷର ହୋଇଯିବେ। ତେବେ ସିଏସକେ ଫ୍ରାଞ୍ଚାଇଜି ସ୍ପଷ୍ଟ କରିଛି ଯେ ଧୋନି ଆଉ କିଛି ବର୍ଷ ଟିମ୍ ପାଇଁ ଖେଳିପାରନ୍ତି।

Advertisment

ଚେନ୍ନାଇ ସୁପର୍ କିଙ୍ଗସର ମାଲିକାନା ଦାୟିତ୍ୱରେ ଥିବା ଇଣ୍ଡିଆ ସିମେଣ୍ଟସର ଜଣେ ଅଧିକାରୀ କ୍ରିକବଜକୁ କହିଛନ୍ତି, ଆମେ ଏମଏସ୍ ଧୋନିଙ୍କୁ ଆଇପିଏଲ୍- ୨୦୨୨ ପାଇଁ ରିଟେନ୍ କରିବାକୁ ଯାଉଛୁ। ସେ ଆସନ୍ତାବର୍ଷ ଆମ ସହ ରହିବେ ଏବଂ ଆଉ କିଛି ବର୍ଷ ମଧ୍ୟ ରହିପାରନ୍ତି। ଏବେ କିଛି ବି ନିର୍ଦ୍ଧାରିତ ହୋଇନାହିଁ। ସେ କହିଛନ୍ତି ଯେ ପ୍ରଶଂସକ ଚେନ୍ନାଇରେ ତାଙ୍କର ବିଦୀୟ ମ୍ୟାଚ୍ ଦେଖିପାରନ୍ତି। କିନ୍ତୁ ଆସନ୍ତାବର୍ଷ ଧୋନିଙ୍କର ଶେଷ ଆଇପିଏଲ୍ ହେବ ବୋଲି କହିବା ଠିକ୍ ହେବ ନାହିଁ।

ଇଣ୍ଡିଆ ସିମେଣ୍ଟସର ୭୫ ବର୍ଷ ପୂର୍ତ୍ତି ଅବସରରେ ଫ୍ୟାନଙ୍କ ସହ କଥା ହେଲା ବେଳେ ଧୋନି କହିଥିଲେ, ଯେତେବେଳେ ବିଦାୟ ନେବାର ସମୟ ଆସିବ, ମୋତେ ସିଏସକେ ତରଫରୁ ଖେଳୁଥିବାର ଆପଣ ଦେଖିପାରିବେ। ଆପଣଙ୍କୁ ମୋତେ ବିଦାୟ ଦେବାର ସୁଯୋଗ ମିଳିବ। ଆଶା କରୁଛୁ ଚେନ୍ନାଇକୁ ଫେରିବୁ ଏବଂ ନିଜର ଶେଷ ମ୍ୟାଚ୍ ଖେଳିବି। ସବୁ ଫ୍ୟାନଙ୍କ ସହ ମଧ୍ୟ ସାକ୍ଷାତ କରିବି।

Advertisment

ସୂଚନାଯୋଗ୍ୟ, ଧୋନି ୨୦୨୦, ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ୨୦୧୯ ପରେ ଧୋନି ଚେନ୍ନାଇରେ ଖେଳିପାରିନଥିଲେ। ଗତ ସିଜନର ପୂରା ମୁକାବିଲା ୟୁଏଇରେ ଖେଳାଯାଇଥିଲା। ଚଳିତ ସିଜନର ପ୍ରାରମ୍ଭିକ ୨୯ ମ୍ୟାଚ୍ ହୁଏତ ଭାରତରେ ଖେଳାଯାଇଥିଲା, କିନ୍ତୁ କୌଣସି ଟିମକୁ ଘରୋଇ ମଇନାନରେ ଖେଳିବାକୁ ସୁଯୋଗ ମିଳିନଥିଲା। ଧୋନି ଚଳିତ ସିଜନରେ ୧୩ ମ୍ୟାଚରେ ୧୪ ହାରରେ ମାତ୍ର ୮୪ ରନ୍ କରିଛନ୍ତି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe