Advertisment

ବିଶାଳ ଛକା ମାରିଲେ ଓ ବଲ୍ ଖୋଜିବାକୁ ଗଲେ ଧୋନି, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ୟୁଏଇରେ ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଆଇପିଏଲରେ ଖେଳିବାକୁ ଥିବା ଅଧିକାଂଶ ଭାରତୀୟ ଖେଳାଳି ଏବେ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଖେଳିବାରେ ବ୍ୟସ୍ତ ଅଛନ୍ତି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ତଥା ଚେନ୍ନାଇ ସୁପର୍ କିଙ୍ଗସର ନେତୃତ୍ୱ ନେଉଥିବା ମହେନ୍ଦ୍ର ସିଂ ଧୋନି ଆଇପିଏଲର ବାକି ମୁକାବିଲା ପାଇଁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ପ୍ରାକ୍ଟିସ୍ ସେସନ୍ ବେଳେ ଧୋନିଙ୍କୁ ବଡ଼ ବଡ଼ ଶଟ୍ ଖେଳୁଥିବାର ଦେଖିବାକୁ ମିଳିଛି। ଧୋନିଙ୍କ […]

author-image
Ranjit Kumar Jena
ବିଶାଳ ଛକା ମାରିଲେ ଓ ବଲ୍ ଖୋଜିବାକୁ ଗଲେ ଧୋନି, ଭିଡିଓ ଭାଇରାଲ୍

ms-dhoni

ନୂଆଦିଲ୍ଲୀ: ୟୁଏଇରେ ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଆଇପିଏଲରେ ଖେଳିବାକୁ ଥିବା ଅଧିକାଂଶ ଭାରତୀୟ ଖେଳାଳି ଏବେ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଖେଳିବାରେ ବ୍ୟସ୍ତ ଅଛନ୍ତି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ତଥା ଚେନ୍ନାଇ ସୁପର୍ କିଙ୍ଗସର ନେତୃତ୍ୱ ନେଉଥିବା ମହେନ୍ଦ୍ର ସିଂ ଧୋନି ଆଇପିଏଲର ବାକି ମୁକାବିଲା ପାଇଁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ପ୍ରାକ୍ଟିସ୍ ସେସନ୍ ବେଳେ ଧୋନିଙ୍କୁ ବଡ଼ ବଡ଼ ଶଟ୍ ଖେଳୁଥିବାର ଦେଖିବାକୁ ମିଳିଛି।

Advertisment

ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସର ପ୍ରାକ୍ଟିସ୍ ସେସନର ଏକ ଭିଡିଓ ସିଏସକେ ତା’ର ଅଫିସିଆଲ୍ ୱେବସାଇଟରେ ଶେୟାର୍ କରିଛି। ଭିଡିଓରେ ଧୋନିଙ୍କୁ ବଡ଼ ବଡ଼ ଛକା ମାରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଭିଡିଓରେ ଏକ ଖାସ୍ ଦୃଶ୍ୟ ଦେଖିବାକୁ ମିଳିଛି। ଯେତେବେଳେ ଧୋନିଙ୍କ ବ୍ୟାଟିଂ ଶେଷ ହେଉଛି, ସେ ଟିମର ଅନ୍ୟ ସଦସ୍ୟଙ୍କ ସହ ବଲ୍ ଖୋଜିବାକୁ ଯାଇଥିବା ଦେଖିବାକୁ ମିଳିଛି।

https://twitter.com/ChennaiIPL/status/1430119363068133378?s=20

ଧୋନିଙ୍କ ଟିମ୍ ୨୦୨୦ ଆଇପିଏଲର ପ୍ଲେଅଫରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲା। ଆଇପିଏଲ୍ ଇତିହାସରେ ପ୍ରଥମଥର ଚେନ୍ନାଇ କୌଣସି ସଂସ୍କରଣର ପ୍ଲେଅଫରେ ପ୍ରବେଶ କରିପାରିନଥିଲା। କିନ୍ତୁ ଚଳିତ ସଂସ୍କରଣରେ ଚେନ୍ନାଇ ଜବରଦସ୍ତ କମବ୍ୟାକ୍ କରିଛି। ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ୨୯ ମ୍ୟାଚ୍ ସୁଦ୍ଧା ଚେନ୍ନାଇ ସୁପର୍ କିଙ୍ଗସ୍ ୧୦ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

Advertisment

ଆଇପିଏଲର ୧୪ଶ ସଂସ୍କରଣ ଭାରତରେ ଖେଳାଯାଇଥିଲା। ହେଲେ ମେ’ ୪ ତାରିଖରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଟି-୨୦ ଲିଗକୁ ସ୍ଥଗିତ କରିଦିଆଯାଇଥିଲା। ସେତେବେଳେ ମୋଟ ୬୦ଟିରୁ ମାତ୍ର ୨୯ଟି ମ୍ୟାଚ୍ ଖେଳାଯାଇଥିଲା। ଏବେ ବିସିସିଆଇ ବାକି ୩୧ ମ୍ୟାଚ୍ ୟୁଏଇରେ ଅନୁଷ୍ଠିତ ହେବ। ୟୁଏଇରେ ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ ତାରିଖରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମ୍ୟାଚ୍ ସହ ଆରମ୍ଭ ହେବ। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ୟୁଏଇ ଅଭିମୁଖେ ଯାତ୍ରା କରିସାରିଛି।

ସୂଚନାଯୋଗ୍ୟ, ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଧୋନି ଓ ରାଇନା ଏବେ କେବଳ ଆଇପିଏଲରେ ଖେଳୁଛନ୍ତି। ହେଲେ ରାଇନା ଉତ୍ତର ପ୍ରଦେଶ ପକ୍ଷରୁ ସୟଦ ମୁସ୍ତାକ ଅଲୀ ଟି-୨୦ ମ୍ୟାଚ୍ ଖେଳିଥିଲେ।