Advertisment

ଆଇପିଏଲ ଅକ୍ସନ: କମିନ୍ସଙ୍କ ପରେ ମହଙ୍ଗା ତାଲିକାର ମିଚେଲ ଓ ହର୍ଷଲ, କିଏ କାହାକୁ କିଣିଲେ

ପୂର୍ବରୁ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନ। ତାଙ୍କୁ ୧୮.୫୦ ଲକ୍ଷ ଟଙ୍କା ଦେଇ ଗତଥର ପଞ୍ଜାବ କିଙ୍ଗସ କିଣିଥିଲା।

author-image
Hemant Lenka
IPL

IPL

ପ୍ରଥମଥର ପାଇଁ ଦୁବାଇରେ ଚାଲିଛି ଆଇପିଏଲ ୨୦୨୪ ପାଇଁ ମିନି ଅକ୍ସନ। ପ୍ରଥମ ଦୁଇ ସେଟ୍‌ ନିଲାମୀ ପରେ ଅନେକ ରେକର୍ଡ ସୃଷ୍ଟି ହୋଇଛି। ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି ଅଷ୍ଟ୍ରେଲିଆ ଟିମର ଅଧିନାୟକ ପାଟ କମିନ୍ସ।

Advertisment

ତାଙ୍କୁ ୨୦.୫୦ କୋଟି ଟଙ୍କା ଦେଇ ସନରାଇଜର୍ସ ହାଇଦ୍ରାବାଦ କିଣିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ କମିନ୍ସଙ୍କୁ କିଣିବା ପାଇଁ ଆଗ୍ରହ ଦେଖାଇଥିଲା। ଉକ୍ତ ପ୍ରାଞ୍ଚାଇଜ୍‌ ୨୦.୨୫ ଲକ୍ଷ ଟଙ୍କା ଯାଏ ନିଲାମୀ ଡାକିଥିଲା। କିନ୍ତୁ ଶେଷରେ ହାଇଦ୍ରାବାଦ ବାଜି ମାରି ନେଇଛି।

ପୂର୍ବରୁ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନ। ତାଙ୍କୁ ୧୮.୫୦ ଲକ୍ଷ ଟଙ୍କା ଦେଇ ଗତଥର ପଞ୍ଜାବ କିଙ୍ଗସ କିଣିଥିଲା। ହେଲେ ଆଜି ଦୁବାଇରେ ଚାଲିଥିବା ଅକ୍ସନରେ କମିନ୍ସ ନୂଆ ଇତିହାସ ରଚିଛନ୍ତି।

Advertisment

ମହଙ୍ଗା ଖେଳାଳିଙ୍କ ତାଲିକାରେ କମିନ୍ସ ୧ ନଂରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲ୍ୟାଣ୍ଡର ଡାରେଲ ମିଚେଲ। ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୪ କୋଟି ଟଙ୍କାରେ କିଣିଛି। ତୃତୀୟ ସ୍ଥାନରେ ଭାରତର ହର୍ଷଲ ପଟେଲେ ଅଛନ୍ତି। ତାଙ୍କୁ ୧୧.୭୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ କିଣିଛି।

ଗତ ସଂସ୍କରଣରେ ହର୍ଷଲ ଆରସିବି ପକ୍ଷରୁ ଖେଳୁଥିଲେ। ତାଙ୍କୁ ନେବା ପାଇଁ ଆରସିବି ମଧ୍ୟ ଆଗ୍ରହ ଦେଖାଇଥିଲା। ହେଲେ ୪ କୋଟି ପରେ ଆରସିବି ରେସ୍‌ରୁ ଓହରି ଯାଇଥିଲା। ଏହାପରେ ପଞ୍ଜାବ ସହ ଗୁଜରାଟ ଟାଇଟନ୍ସ ନିଲାମ ଡାକିଥିଲା। କିନ୍ତୁ ଶେଷରେ ପଞ୍ଜାବ ୧୧.୭୫ କୋଟି ଟଙ୍କାରେ ହର୍ଷଲଙ୍କୁ କିଣିଛି।

କିଏ କାହା ପାଖକୁ ଗଲେ

ପାଟ କମିନ୍ସ- ୨୦.୫୦ କୋଟି- ସନରାଇଜର୍ସ ହାଇଦ୍ରାବାଦ

ହର୍ଷଲ ପଟେଲ-୧୧.୭୫ କୋଟି- ପଞ୍ଜାବ କିଙ୍ଗସ

କ୍ରିସ ୱକ୍ସ-୪.୨୦ କୋଟି-ପଞ୍ଜାବ କିଙ୍ଗସ

ଗେରାଲ୍ଡ କୋଏଜି-୫ କୋଟି- ମୁମ୍ବାଇ ଇଣ୍ଡିଆନ୍ସ

ଡାରେଲ ମିଚେଲ- ୧୪ କୋଟି – ଚେନ୍ନାଇ ସୁପର କିଙ୍ଗସ

ଶାର୍ଦ୍ଦୁଲ ଠାକୁର- ୪ କୋଟି- ଚେନ୍ନାଇ ସୁପର କିଙ୍ଗସ

ରଚିନ ରବୀନ୍ଦ୍ର- ୧.୮ କୋଟି- ଚେନ୍ନାଇ ସୁପର କିଙ୍ଗସ

ଅଜମତୁଲ୍ଲା ଓମରଜାଇ- ୫୦ ଲକ୍ଷ- ଗୁଜରାଟ ଟାଇଟନ୍ସ

ୱାନିନ୍ଦୁ ହସରଙ୍ଗା- ୧.୫ କୋଟି- ସନ ରାଇଜର୍ସ ହାଇଦ୍ରାବାଦ

ରୋଭମାନ ପାୱେଲ- ୭.୪ କୋଟି- ରାଜସ୍ଥାନ ରୟାଲନ୍ସ

ଟ୍ରାଭିସ ହେଡ- ୬.୮୦ କୋଟି- ସନ ରାଇଜର୍ସ ହାଇଦ୍ରାବାଦ

ହ୍ୟାରୀ ବ୍ରୁକ- ୪ କୋଟି- ଦିଲ୍ଲୀ କ୍ୟାପିଟାଲ୍ସ

ବିକ୍ରି ହୋଇ ପାରି ନଥିବା ଖେଳାଳି

ଷ୍ଟିଭ ସ୍ମିଥ- ଅଷ୍ଟ୍ରେଲିଆ

ରାଇଲେ ରୁସୋ- ଦକ୍ଷିଣ ଆଫ୍ରିକା

କରୁଣ ନାଏର- ଭାରତ

ମନୀଷ ପାଣ୍ଡେ- ଭାରତ

IPL IPL Dubai IPL Auction