Advertisment

ବାହା ଘର ବେଳର ରୋମାଣ୍ଟିକ ଫଟୋ ଛାଡ଼ିଲେ ଋତୁରାଜ ଗାଏକ୍ୱାଡ

ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ସହ ଚେନ୍ନାଇକୁ ୫ମ ଟ୍ରଫି ଭେଟି ଦେବାରେ ଗାଏକ୍ୱାଡ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

author-image
Hemant Lenka
CSK

CSK

ଭାରତ ଓ ଚେନ୍ନାଇ ସୁପର କିଙ୍ଗସର ବ୍ୟାଟର ଋତୁରାଜ ଗାଏକ୍ୱାଡ ଜୁନ ୩ରେ ତାଙ୍କ ପ୍ରେମିକା ଉତ୍କର୍ଷା ପାୱାରଙ୍କୁ ବିବାହା କରିଛନ୍ତି। ମରାଠୀ ନୀତିକାନ୍ତି ଅନୁସାରେ ଉଭୟ ପରସ୍ପରୁ ସାତ ଜନ୍ମର ସାଥୀ ଭାବେ ବାଛି ନେଇଛନ୍ତି।

Advertisment

ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ସହ ଚେନ୍ନାଇକୁ ୫ମ ଟ୍ରଫି ଭେଟି ଦେବାରେ ଗାଏକ୍ୱାଡ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦମଦାର ବ୍ୟାଟିଂ ପାଇଁ ଗାଏକ୍ୱାଡଙ୍କୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ୍‌ ସକାଶେ ଷ୍ଟାଣ୍ଡବାଏରେ ରଖାଯାଇଥିଲା। କିନ୍ତୁ ସେ ବାହାଘର ପାଇଁ ଇଂଲଣ୍ଡ ଗସ୍ତ କରି ନଥିଲେ।

ଶନିବାର ସେ ଉତ୍କର୍ଷାଙ୍କୁ ବିବାହ କରିଛନ୍ତି। ବାହାଘର ବେଳର କିଛି ରୋମାଣ୍ଟିକ ଫଟୋକୁ ମଧ୍ୟ ଗାଏକ୍ୱାଡ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ନବ ଦମ୍ପତି ପରସ୍ପରକୁ ପାଇ ବେଶ ଖୁସି ରହିଛନ୍ତି। ଏହି ବାବାହ କାର୍ଯ୍ୟକ୍ରମରେ ଶିବମ ଦୁବେ ଓ ପ୍ରଶାନ୍ତ ସୋଲାଙ୍କିଙ୍କ ଭଳି କ୍ରିକେଟ ଯୋଗ ଦେଇଥିଏ। ଶିଖର ଧୱନ, ରାଶିଦ ଖାନ, ଶ୍ରେୟସ ଆୟର ଓ ଉମ୍ରାନ ମଲିକଙ୍କ ଭଳି ଖେଳାଳି ସୋଶାଲ ମିଡିଆରେ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

୨୦୧୯ରୁ ଚେନ୍ନାଇ ପାଇଁ ଖେଳୁଥିବା ଗାଏକ୍ୱାଡ ୩୯.୦୭ ହାରରେ ୧୭୯୭ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୩୫.୫୨ ରହିଛି। ସେ ଗୋଟିଏ ଶତକ ଓ ୧୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଭାରତ ପାଇଁ ଗାଏକ୍ୱାଡ ୯ଟି ଟି-୨୦ ମ୍ୟାଚ୍‌ ଖେଳି ଗୋଟିଏ ଅର୍ଦ୍ଧଶତକ ସହ ୧୩୫ ରନ କରିଥିଲା। ସେ ଭାରତ ପାଇଁ ଏଯାଏ ଗୋଟିଏ ମାତ୍ର ଦିନିକିଆ ଖେଳିଥିବା ବେଳେ ୧୯ ରନ କରିଛନ୍ତି।

ଋତୁରାଜ ଗାଏକ୍ୱାଡଙ୍କ ଭଳି ଉତ୍କର୍ଷା ମଧ୍ୟ ଜଣେ କ୍ରିକେଟର। ସେ ମହାରାଷ୍ଟ୍ର ମହିଳା କ୍ରିକେଟ ଟିମ ପକ୍ଷରୁ ଏକାଧିକ ମ୍ୟାଚ୍‌ ଖେଳି ସାରିଛନ୍ତି। ଉତ୍କର୍ଷା ମହାରାଷ୍ଟ୍ର ଅଣ୍ଡର ୧୯ ଟିମ ପାଇଁ ୨୦୧୨-୧୩ ଓ ୨୦୧୭-୧୮ରେ ଖେଳିଥିଲେ।

ମହାରାଷ୍ଟ୍ରର ସିନିୟର ମହିଳା ଟିମ୍‌ରେ ବି ସେ ନଜର ଆସିଥିଲେ। ସେ ଜଣେ ଚମତ୍କାର ଅଲରାଉଣ୍ଡର। ସେ ୧୮ମାସ ତଳେ ମହାରାଷ୍ଟ୍ର ପାଇଁ ଶେଷ ମ୍ୟାଚ୍‌ ଖେଳିଥିଲେ। ଏହାପରେ ତାଙ୍କୁ କ୍ରିକେଟ ମୈଦାନରେ ଦେଖିବାକୁ ମିଳି ନାହିଁ। ବର୍ତ୍ତମାନ ସେ ପୁଣେରେ ଥିବା ଆଇଏନଏଫଏସ୍‌ରେ ପାଠ ପଢ଼ୁଛନ୍ତି।

କ୍ରିକେଟ ଖେଳିବା ସମୟରେ ଋତୁରାଜ ଗାଏକ୍ୱାଡଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗାଏକ୍ୱାଡ ମଧ୍ୟ ମହାରାଷ୍ଟ୍ର କ୍ରିକେଟ ଟିମର ଖେଳାଳି।

Indian Cricket Team Cricket