Advertisment

ଚେନ୍ନାଇ ସୁପର କିଙ୍ଗସକୁ ଝଟକା, ମ୍ୟାଚ ପୂର୍ବରୁ ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଚଳିତ ମାସ ୯ ତାରିଖରୁ ଆଇପିଏଲ୍‌ର ନୂଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଜଣେ କର୍ମଚାରୀ କରୋନା ପଜିଟିଭ୍ ହୋଇଛନ୍ତି। ଶନିବାର ଏକଥା ଜଣାପଡ଼ିଛି। ତେବେ ଦଳର ଅନ୍ୟ କୌଣସି ସଦସ୍ୟ, କୋଚିଂ ଷ୍ଟାଫ୍‌  କିମ୍ବା ଖେଳାଳି ଏଥିରେ ଆକ୍ରାନ୍ତ ହୋଇ ନାହାନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଚେନ୍ନାଇ ସୁପର କିଙ୍ଗ୍ସର କଣ୍ଟେଟ୍ ଟିମ୍‌ର ସଦସ୍ୟ ବୋଲି ଜଣାପଡ଼ିଛି। ଏହି ବ୍ୟକ୍ତି ଜଣଙ୍କ ଟିମ୍‌ର କୌଣସି ଖେଳାଳି କିମ୍ୱା କୋଚିଂ ଷ୍ଟାଫଙ୍କ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଚେନ୍ନାଇ ସୁପର କିଙ୍ଗସକୁ ଝଟକା, ମ୍ୟାଚ ପୂର୍ବରୁ ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ

csk

ନୂଆଦିଲ୍ଲୀ: ଚଳିତ ମାସ ୯ ତାରିଖରୁ ଆଇପିଏଲ୍‌ର ନୂଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଜଣେ କର୍ମଚାରୀ କରୋନା ପଜିଟିଭ୍ ହୋଇଛନ୍ତି। ଶନିବାର ଏକଥା ଜଣାପଡ଼ିଛି। ତେବେ ଦଳର ଅନ୍ୟ କୌଣସି ସଦସ୍ୟ, କୋଚିଂ ଷ୍ଟାଫ୍‌  କିମ୍ବା ଖେଳାଳି ଏଥିରେ ଆକ୍ରାନ୍ତ ହୋଇ ନାହାନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଚେନ୍ନାଇ ସୁପର କିଙ୍ଗ୍ସର କଣ୍ଟେଟ୍ ଟିମ୍‌ର ସଦସ୍ୟ ବୋଲି ଜଣାପଡ଼ିଛି।

Advertisment

ଏହି ବ୍ୟକ୍ତି ଜଣଙ୍କ ଟିମ୍‌ର କୌଣସି ଖେଳାଳି କିମ୍ୱା କୋଚିଂ ଷ୍ଟାଫଙ୍କ ସଂସ୍ପର୍ଶରେ ଆସିନଥିଲେ। ସେ ଏବେ ସଙ୍ଗରୋଧରେ ରହିଛନ୍ତି। ହେଲେ କୋଭିଡ୍ ପ୍ରୋଟୋକଲ ଅନୁଯାୟୀ ସମସ୍ତ ଖେଳାଳି ରହିଛନ୍ତି। ସମସ୍ତେ ସୁରକ୍ଷିତ ଏବଂ ପୂର୍ବପରି ଅଭ୍ୟାସ ଜାରି ରଖିଛନ୍ତି। ସବୁଠାରୁ ବଡ଼ କଥା ହେଲା ଖେଳାଳିଙ୍କୁ ସୁରକ୍ଷିତ କରିବାକୁ ଯାଇ ସମସ୍ତ ପ୍ରୋଟୋକଲ ଗୁଡିକୁ କଡାକଡି ଭାବରେ ପାଳନ କରାଯାଉଛି।

ଚଳିତ ବର୍ଷ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଏହାର ପ୍ରଥମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ଖେଳିବ। ଏହି ମ୍ୟାଚ୍ ଏପ୍ରିଲ ୧୦ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ।

Advertisment

ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲର ଅଲରାଉଣ୍ଡର ଅକ୍ଷର ପଟେଲଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କରୋନା ଯୋଗୁ ଆଇପିଏଲ୍ ୨୦୨୦ ୟୁଏଇରେ ଆୟୋଜିତ ହୋଇଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଖରାପ ପ୍ରଦର୍ଶନ କରିଥିଲା।

Chennai IPL 2021