ବଢ଼ୁଛି କି ବିବାଦ? ଜାଡେଜାଙ୍କୁ ଅନଫଲୋ କଲା ଚେନ୍ନାଇ, ଧୋନିଙ୍କୁ ଦାୟୀ କଲେ ଫ୍ୟାନ୍ସ

ମୁମ୍ବାଇ: ଆଇପିଏଲ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗସ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଖବର ଏବେ ଆହୁରି ତୀବ୍ର ହୋଇଛି। ଜାଡେଜା ଚେନ୍ନାଇର ଅବ୍ୟଚ୍ଛେଦ ଅଙ୍ଗ ଭାବେ ଦୀର୍ଘ ୧୦ ବର୍ଷ ହେଲା ରହି ଆସିଛନ୍ତି। ହେଲେ ହଠାତ୍‌ ଆଜି ଚେନ୍ନାଇର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଉଣ୍ଟରୁ ଜାଡେଜାଙ୍କୁ ଅନଫଲୋ କରି ଦିଆଯାଇଛି। ଗୋଟିଏ ଦିନ ପୂର୍ବରୁ ଆହତ ସମସ୍ୟା ଆଳରେ ଜାଡେଜା ଆଇପିଏଲରୁ ଆଉଟ ହୋଇଥିବା ଚେନ୍ନାଇ ମ୍ୟାନେଜମେଣ୍ଟ ଘୋଷଣା କରିଥିଲା। […]

Jadeja

Jadeja

Hemant Lenka
  • Published: Thursday, 12 May 2022
  • Updated: 12 May 2022, 05:10 PM IST

Sports

Latest News

ମୁମ୍ବାଇ: ଆଇପିଏଲ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗସ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଖବର ଏବେ ଆହୁରି ତୀବ୍ର ହୋଇଛି। ଜାଡେଜା ଚେନ୍ନାଇର ଅବ୍ୟଚ୍ଛେଦ ଅଙ୍ଗ ଭାବେ ଦୀର୍ଘ ୧୦ ବର୍ଷ ହେଲା ରହି ଆସିଛନ୍ତି। ହେଲେ ହଠାତ୍‌ ଆଜି ଚେନ୍ନାଇର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଉଣ୍ଟରୁ ଜାଡେଜାଙ୍କୁ ଅନଫଲୋ କରି ଦିଆଯାଇଛି।

ଗୋଟିଏ ଦିନ ପୂର୍ବରୁ ଆହତ ସମସ୍ୟା ଆଳରେ ଜାଡେଜା ଆଇପିଏଲରୁ ଆଉଟ ହୋଇଥିବା ଚେନ୍ନାଇ ମ୍ୟାନେଜମେଣ୍ଟ ଘୋଷଣା କରିଥିଲା। ଏବେ ଇନଷ୍ଟାଗ୍ରାମରେ ଜାଡେଜାଙ୍କୁ ଅନଫଲୋ କରାଯିବା ପରେ ସବୁ କିଛି ଠିକଠାକ ନଥିବା ଚର୍ଚ୍ଚା ହେଉଛି। ସେହିପରି ଜାଡେଜା ଓ ଚେନ୍ନାଇ ମ୍ୟାନେଜମେଣ୍ଟ ମଧ୍ୟରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବିପଦ ପାଇଁ ଫ୍ୟାନ୍ସମାନେ ମହେନ୍ଦ୍ର ସିଂହ ଧୋନିଙ୍କୁ ଦାୟୀ କରିଛନ୍ତି।

ଜାଡେଜା ମେ’ ୪ ତାରିଖ ଆରସିବି ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲେ। ଏହାପରେ ସେ ରବିବାର ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ଖେଳି ନଥିଲେ। ଆଜି ଚେନ୍ନାଇ ଚୀର ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇକୁ ଭେଟିବ। ଏହି ମ୍ୟାଚ୍‌ ଜିତିବା ଚେନ୍ନାଇ ବେଶ ଗୁରୁତ୍ୱପୂର୍ଣ୍ଣ। ଏହାପୂର୍ବରୁ ହିଁ ଜାଡେଜା ଆଇପିଏଲରୁ ବାଦ ପଡ଼ିଥିବା ଦଳ ପକ୍ଷରୁ ଘୋଷଣା କରାଯାଇଥିଲା।

ଜାଡେଜା ହଠାତ୍ ଆଇପିଏଲରୁ ବାଦ ପଡ଼ିବା ଓ ତାଙ୍କୁ ଚେନ୍ନାଇ ଅନଫଲୋ କରିବା ଘଟଣାକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଦଳରେ କିଛି ମତାନ୍ତର ଥିବାରୁ ଏଥିରେ କ୍ଷୁବ୍ଧ ହୋଇ ଚଳିତ ଆଇପିଏଲରୁ ଜାଡେଜା ଓହରି ଯାଇଥିବା ସୋଶାଲ ମିଡିଆରେ ଚର୍ଚ୍ଚା ମଧ୍ୟ ହେଉଛି।

ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, “ସିଏସକେ ଓ ମହେନ୍ଦ୍ର ସିଂହ ଧୋନି ମିଳିତ ଭାବେ ଜାଡେଜାଙ୍କ ସହ ଶସ୍ତା ରାଜନୀତିର ଖେଳ ଖେଳିଛନ୍ତି। ଧୋନି ତାଙ୍କୁ ପ୍ରଥମେ ଅଧିନାୟକ କରି ବଳିକା ବକରା ବନାଇଲେ। ଏହାପରେ ୮ଟି ମ୍ୟାଚ୍‌ ପରେ ତାଙ୍କୁ ଅଧିନାୟକ ପଦରୁ ବହିଷ୍କାର କରିଦେଲେ। ଏହାପରେ ଧୋନି ତାଙ୍କ କ୍ୟାପ୍ଟେନ୍ସିକୁ ସମାଲୋଚନା କଲେ। ଏବେ ସିଏସକେ ତାଙ୍କୁ ଅନଫଲୋ କରିବା ସହ ଆଇପିଏଲରୁ ବିଦା କରିଛି ଓ ଅପମାନିତ କରିଛି।”

ସେହପରି ଆହୁରି ଅନେକ ଲୋକ ଟ୍ୱିଟରରେ ଧୋନି ଓ ସିଏସକେ ମ୍ୟାନେଜମେଣ୍ଟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଧୋନି ଚଳିତ ସିଜିନରେ ଚେନ୍ନାଇର ଖରାପ ପ୍ରଦର୍ଶନ ପାଇଁ କେବଳ ଜାଡେଜାଙ୍କୁ ହିଁ ଦାୟୀ କରିଛନ୍ତି। ଟିମ୍ ଚୟନ ଓ ବିଭିନ୍ନ କାରଣରୁ ଜାଡେଜାଙ୍କ ସହ ସିଏସକେ ମ୍ୟାନେଜମେଣ୍ଟର ତିକ୍ତତା ଲାଗି ରହିଥିବା ଆଉ ଜଣେ ବ୍ୟକ୍ତି ଟ୍ୱିଟର୍‌ରେ ଲେଖିଛନ୍ତି।

ଚଳିତ ଆଇପିଏଲର ମେଗା ନିଲାମ ପୂର୍ବରୁ ଚେନ୍ନାଇ ଜାଡେଜାଙ୍କୁ ରିଟେନ କରିଥିଲା। ଧୋନିଙ୍କ ଠାରୁ ତାଙ୍କୁ ଅଧିକ ଟଙ୍କା ଅର୍ଥାତ ୧୬ କୋଟିରେ ଚେନ୍ନାଇ ନିଜ ପାଖରେ ରଖିଥିଲା। ଆଇପିଏଲର ଦୁଇ ଦିନ ପୂର୍ବରୁ ଧୋନି ହଠାତ୍‌ କ୍ୟାପ୍ଟେନ୍ସି ଛାଡ଼ି ଦେଇଥିଲେ। ଜାଡେଜା ଏହି ସମୟରେ କ୍ୟାପ୍ଟେନ ହୋଇଥିଲେ।

କୁହାଯାଉଛି ଯେ ଜାଡେଜାଙ୍କୁ ଚେନ୍ନାଇ ଅଧିକ ଟଙ୍କା ଦେଇଥିବାରୁ ଏଥିରେ କ୍ଷୁବ୍ଧ ହୋଇ ଧୋନି ଏପରି ପଦକ୍ଷେପ ନେଇଥିଲେ। ତେବେ ଜାଡେଜାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ପ୍ରଥମ ୮ ମୁକାବିଲାର ୬ଟିରେ ହାରିଥିଲା। ଏହାପରେ ସେ କ୍ୟାପ୍ଟେନ ପଦ ଛାଡ଼ି ଥିଲେ। ଏବେ ଧୋନି ପୁଣି ଚେନ୍ନାଇର କ୍ୟାପ୍ଟେନ ହୋଇଛନ୍ତି।

କ୍ୟାପ୍ଟେନ ହେବା ପରେ ଜାଡେଜା ଆଦୌ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ସେ ୧୦ଟି ମ୍ୟାଚ ଖେଳି କେବଳ ୧୧୬ ରନ୍‌ କରିଛନ୍ତି ଓ ୫ଟି ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି। ମ୍ୟାନେଜମେଣ୍ଟର ଚାପ ଯୋଗୁ ଜାଡେଜା ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି ବୋଲି ତାଙ୍କ ଫ୍ୟାନମାନେ କହିଛନ୍ତି। ଏଥିସହ ଜାଡେଜା କ୍ୟାପ୍ଟେନ ହୋଇଥିଲେ ମଧ୍ୟ ଧୋନି ପୂରା ମ୍ୟାଚ୍‌କୁ ପରିଚାଳନା କରୁଥିଲେ। ଧୋନି ପଡ଼ିଆରେ ସବୁ କରୁଥିଲେ ମଧ୍ୟ ମ୍ୟାଚ୍‌ ହାରିବା ପାଇଁ କେବଳ ଜାଡେଜାଙ୍କୁ ହିଁ ଦାୟୀ କରାଯାଉଥିଲା ବୋଲି ଜଣେ ବ୍ୟକ୍ତି ସୋଶାଲ ମିଡିଆରେ ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story