Advertisment

ଆଜି ହାଇ ଭୋଲଟେଜ ମ୍ୟାଚ୍; 'କର ବା ମର' ସ୍ଥିତିରେ ଚେନ୍ନାଇ-ବେଙ୍ଗାଲୁରୁ

ବର୍ଷା ହେଲେ ପ୍ଲେ-ଅଫରେ ଚେନ୍ନାଇର ସ୍ଥାନ ପକ୍କା।

author-image
Debibandita Barick
ଅଦ୍ୟତନ ହୋଇଛି
Virat Kohli & MS Dhoni

Virat Kohli & MS Dhoni

ଚଳିତ ଆଇପିଏଲ ସିଜିନରେ ଆଜି ଏକ ହାଇଭୋଲଟେଜ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମହାଲଢେଇରେ ଦୁଇ ଚର୍ଚ୍ଚିତ ଟିମ୍ ଚନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜିର ମ୍ୟାଚ୍ ଜିତିଲେ ପ୍ଲେ-ଅଫରେ ସ୍ଥାନ ପକ୍କା ହେବ, ନଚେତ୍ ଚଳିତ ସିଜିନରୁ ବିଦାୟ ନେବାକୁ ପଡ଼ିବ।

Advertisment

କେବଳ ବିଜୟ ନୁହେଁ, ପ୍ରାରମ୍ଭରୁ ଲଗାତର ୭ଟି ମ୍ୟାଚ୍ ହାରିଥିବା ଆରସିବି ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ଯଦି ବର୍ଷା ହୁଏ ତେବେ ଚେନ୍ନାଇ ନିର୍ଦ୍ୱନ୍ଦ୍ୱରେ ପ୍ଲେ-ଅଫରେ ସ୍ଥାନ ପକ୍କା କରିବ ଆଉ ଘରୋଇ ଦଳର ସ୍ୱପ୍ନ ଧୂଳିସାତ୍ ହୋଇଯିବ। ଅନ୍ୟପଟେ ଯଦି ମ୍ୟାଚ୍ ସ୍ୱାଭାବିକ ଭାବେ ଚାଲେ, ତେବେ ରୟାଲ୍ସ ଟିମକୁ ଅନେକ ଆହ୍ୱାନକୁ ପୂର୍ଣ୍ଣ କରିବାକୁ ପଡ଼ିବ। 

ଯେପରିକି ଆରସିବିକୁ ପ୍ଲେ-ଅଫରେ ସ୍ଥାନ ପାଇବାକୁ ହେଲେ, ଯଦି ପ୍ରଥମେ ବ୍ୟାଟିଂ କରୁଛି ତେବେ ୧୮ ରନ୍ ବ୍ୟବଧାନରେ ବିଜୟ ହାସଲ କରିବାକୁ ପଡିବ। ଆଉ ଯଦି ଦ୍ୱିତୀୟ ବ୍ୟାଟିଂ କରୁଛି ତେବେ ୧୧ ବଲ୍ ବାକି ଥାଇ ଚେନ୍ନାଇକୁ ହରାଇବାକୁ ପଡି଼ବ।

Advertisment

ଚେନ୍ନାଇ ୧୩ଟି ମ୍ୟାଚ୍ ଖେଳି ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ସେହିପରି ବେଙ୍ଗାଲୁରୁ ୧୩ଟି ମ୍ୟାଚ୍ ଖେଳି ୧୨ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି। ତେଣୁ ପ୍ଲେ-ଅଫେ ପାଇଁ ରୟାଲ୍ସ ଟିମ୍ ଆଗରେ ଅନେକ ଆହ୍ୱାନ ରହିଛି। ଲଗାତର ୬ଟି ମ୍ୟାଚ୍ ଜିତିବା ପରେ ବେଙ୍ଗାଲୁରୁର ମନୋବଳ ଦୃଢ ରହିଛି।

ସେପଟେ ଚେନ୍ନାଇ ମଧ୍ୟ ପ୍ଲେ-ଅଫରେ ପ୍ରବେଶ ପାଇଁ ସମସ୍ତ ବଳ ଲଗାଇଦେବ। ଯଦି ବର୍ଷା ନହୁଏ ତେବେ ଆଜି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ, ଯାହାକୁ କ୍ରିକେଟ ପ୍ରେମୀ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି।    

CSK RCB IPL 2024 CSK Vs RCB IPL Playoff