Advertisment

ବିରାଟ ଓ ଧୋନିଙ୍କ ଲଢ଼େଇରୁ ଆରମ୍ଭ ହେବ ଆଇପିଏଲ, ଘୋଷଣା ହେଲା ମ୍ୟାଚ୍‌ ସୂଚୀ

ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ କେବଳ ୨୧ଟି ମ୍ୟାଚ ପାଇଁ ସୂଚୀ ଜାରି କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Virat

Virat

ଆଇପିଏଲର ୧୭ତମ ସଂସ୍କରଣର ପ୍ରଥମ ୨୧ଟି ମ୍ୟାଚ୍‌ ପାଇଁ ଆଜି ସୂଚୀ ଜାରି କରାଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍‌। ମାର୍ଚ୍ଚ ୨୨ରେ ଏମ ଚଦାମ୍ବରମ ଷ୍ଟାଡିୟମରେ ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବ।

Advertisment

ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ କେବଳ ୨୧ଟି ମ୍ୟାଚ ପାଇଁ ସୂଚୀ ଜାରି କରାଯାଇଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ବାକି ମ୍ୟାଚ୍‌ ଗୁଡ଼ିକର ସ୍ଥାନ ଓ ତାରିଖ ଜାରି କରାଯିବ ବୋଲି ଆଇପିଏଲର ଅଧ୍ୟକ୍ଷ ଅରୁଣ ଧୂମାଲ କହିଛନ୍ତି। 

୨୨ ତାରିଖରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ୨୩ ତାରିଖରେ ଦୁଇଟି ମ୍ୟାଚ୍‌ ଖେଳାଯିବ।

ପ୍ରଥମେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୋହାଲିରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ଟି ଦିନ ୩.୩୦ରେ ଆରମ୍ଭ ହେବ। ସେହିପରି ସନ୍ଧ୍ୟା ୭.୩୦ରେ କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ ଖେଳିବେ।

Advertisment

ରବିବାର ଅର୍ଥାତ ମାର୍ଚ୍ଚ ୨୪ରେ ମଧ୍ୟ ଡବଲ ହେଡର ରହିଛି। ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଲଢ଼େଇ କରିବେ। ପ୍ରଥମ ଦଫାରେ ଏପ୍ରିଲ ୭ ଯାଏ ହେବାକୁ ଥିବା ମ୍ୟାଚ୍‌ ଗୁଡ଼ିକର ସୂଚୀ ଜାରି କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଦୁଇ ସପ୍ତାହ ମଧ୍ୟରେ କୌଣସି ମ୍ୟାଚ୍‌ର ହୋଷ୍ଟ କରିବ ନାହିଁ। ଅରୁଣ ଜେଟଲୀ ଷ୍ଟାଡିୟମ ବର୍ତ୍ତମାନ WPL ମ୍ୟାଚ୍‌ଗୁଡ଼ିକ ପାଇଁ ପ୍ରସ୍ତୁତ ହୋଇ ରହିଛି। ମାର୍ଚ୍ଚ ୧୭ରେ WPLର ଫାଇନାଲ ମ୍ୟାଚ୍‌ ମଧ୍ୟ ଦିଲ୍ଲୀରେ ଖେଳାଯିବ। ଫାଇନାଲ ଶେଷ ହେବା ପରେ ଆଇପିଏଲ ପାଇଁ ଷ୍ଟାଡିୟମକୁ ପ୍ରସ୍ତୁତ କରାଯିବ।

କୁହାଯାଉଥିଲା ଯେ ଦିଲ୍ଲୀ ତା’ର ଗୋଟିଏ ମ୍ୟାଚ୍‌ କଟକର ବାରବାଟୀ ଓ ଆଉ ଗୋଟିଏ ମ୍ୟାଚ୍‌ ପୁଣେରେ ଖେଳିବ। କିନ୍ତୁ ପ୍ରଥମ ୨୧ ମ୍ୟାଚ୍‌ ପାଇଁ ଜାରି ହୋଇଥିବା ସୂଚୀରେ କଟକ ସ୍ଥାନ ପାଇ ନାହିଁ।

ମ୍ୟାଚ୍‌ ସୂଚୀ

ମାର୍ଚ୍ଚ ୨୨: ଚେନ୍ନାଇ ବନାମ ଆରସିବି - ଚେନ୍ନାଇ(୭.୩୦) 

ମାର୍ଚ୍ଚ ୨୩ : ପଞ୍ଜାବ ବନାମ ଦିଲ୍ଲୀ - ମୋହାଲି (୩.୩୦) / କେକେଆର ବନାମ ହାଇଦ୍ରାବାଦ - କୋଲକାତା (୭.୩୦) 

ମାର୍ଚ୍ଚ ୨୪ : ରାଜସ୍ଥାନ ବନାମ ଲକ୍ଷ୍ନୌ - ଜୟପୁର (୩.୩୦) / ଗୁଜରାଟ ବନାମ ମୁମ୍ବାଇ ଇଣ୍ଡିଆନ୍ସ - ଅହମଦାବାଦ (୭.୩୦) 

ମାର୍ଚ୍ଚ ୨୫ : ଆରସିବି ବନାମ ପଞ୍ଜାବ - ବେଙ୍ଗାଲୁରୁ (୭.୩୦) 

ମାର୍ଚ୍ଚ ୨୬ : ଚେନ୍ନାଇ ବନାମ ଗୁଜରାଟ - ଚେନ୍ନାଇ (୭.୩୦) 

ମାର୍ଚ୍ଚ ୨୭ : ହାଇଦ୍ରାବାଦ ବନାମ ମୁମ୍ବାଇ - ହାଇଦ୍ରାବାଦ (୭.୩୦) 

ମାର୍ଚ୍ଚ ୨୮ : ରାଜସ୍ଥାନ ବନାମ ଦିଲ୍ଲୀ - ଜୟପୁର (୭.୩୦) 

ମାର୍ଚ୍ଚ ୨୯ : ଆରସିବି ବନାମ କେକେଆର - ବେଙ୍ଗାଲୁରୁ (୭.୩୦) 

ମାର୍ଚ୍ଚ ୩୦ : ଲକ୍ଷ୍ନୌ ବନାମ ପଞ୍ଜାବ - ଲକ୍ଷ୍ନୌ (୭.୩୦) 

ମାର୍ଚ୍ଚ ୩୧: ଗୁଜରାଟ ବନାମ ହାଇଦ୍ରାବାଦ - ଅହମଦାବାଦ (୩.୩୦)/ ଦିଲ୍ଲୀ ବନାମ ଚେନ୍ନାଇ - ବିଶାଖାପଟନମ (୭.୩୦) 

ଏପ୍ରିଲ ୧ : ମୁମ୍ବାଇ ବନାମ ରାଜସ୍ଥାନ - ମୁମ୍ବାଇ (୭.୩୦) 

ଏପ୍ରିଲ ୨ : ଆରସିବି ବନାମ ଲକ୍ଷ୍ନୌ - ବେଙ୍ଗାଲୁରୁ (୭.୩୦)

ଏପ୍ରିଲ ୩: ଦିଲ୍ଲୀ ବନାମ କେକେଆର - ବିଶାଖାପଟନମ (୭.୩୦) 

ଏପ୍ରିଲ ୪ : ଗୁଜରାଟ ବନାମ ପଞ୍ଜାବ - ଅହମଦାବାଦ (୭.୩୦) 

ଏପ୍ରିଲ ୫ : ହାଇଦ୍ରାବାଦ ବନାମ ଚେନ୍ନାଇ - ହାଇଦ୍ରାବାଦ (୭.୩୦) 

ଏପ୍ରିଲ ୬ : ରାଜସ୍ଥାନ ବନାମ ଆରସିବି - ଜୟପୁର (୭.୩୦) 

ଏପ୍ରିଲ ୭ : ମୁମ୍ବାଇ ବନାମ ଦିଲ୍ଲୀ - ମୁମ୍ବାଇ (୩.୩୦)/ ଲକ୍ଷ୍ନୌ ବନାମ ଗୁଜରାଟ - ଲକ୍ଷ୍ନୌ (୭.୩୦) 

Virat Kohli IPL MS Dhoni IPL 2024