Advertisment

୧୭୬ ଟାର୍ଗେଟକୁ ପିଛା କରୁଛି ଚେନ୍ନାଇ ସୁପରକିଙ୍ଗସ୍‌, ବଟଲର କଲେ ଅର୍ଦ୍ଧଶତକ

ଆଜି ଚେନ୍ନାଇର ଏମ.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ।

author-image
Niranjan Mishra
ଅଦ୍ୟତନ ହୋଇଛି
Jos Buttler

Jos Buttler

ଚେନ୍ନାଇ : ଆଜି ଚେନ୍ନାଇର ଏମ.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ।

Advertisment

ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୭୫ରନ କରିଥିଲା। ଦଳ ପକ୍ଷରୁ ଜସ୍ ବଟଲର ସର୍ବାଧିକ ୫୨ ରନ(୩୬ ବଲ୍, ୩ ଛକା, ଗୋଟିଏ ଚୌକା) , ଦେବଦତ୍ତ ପଡିକଲ୍ଲ ୩୮ ରନ(୨୬ ବଲ୍, ୫ ଚୌକା), ଆର. ଅଶ୍ୱୀନି ୩୦ ରନ୍(୨୨ ବଲ୍, ୨ ଛକା, ଗୋଟିଏ ଚୌକା) ଓ ସିମରନ ହେଟମେୟର ଅପରାଜିତ ୩୦ ରନ(୧୮ ବଲ୍, ୨ ଛକା ଓ ଦୁଇ ଚୌକା) କରିଥିଲେ।

ଚେନ୍ନାଇ ପକ୍ଷରୁ ଆକାଶ ସିଂ, ତୁଷାର ଦେଶପାଣ୍ଡେ ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ। ମୋଇନ ଅଲ୍ଲି ଗୋଟିଏ ଓ୍ୱିକେଟ ନେଇଥିଲେ।

Advertisment

ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ମଧ୍ୟ ଦମଦାର ପ୍ରହାର ଆରମ୍ଭ କରିଛି।

ଚେନ୍ନାଇ ସୁପରକିଙ୍ଗସ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ସହ ୪ ପଏଣ୍ଟ ପାଇଛି । ରାଜସ୍ଥାନ ରୟାଲ୍ସ ବି ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ସହ ୪ ପଏଣ୍ଟ ପାଇଛି । କିନ୍ତୁ ନେଟ୍ ରନରେଟ ଆଧାରରେ ରାଜସ୍ଥାନ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ଥିବାବେଳେ ଚେନ୍ନାଇ ୫ମ ସ୍ଥାନରେ ରହିଛି ।

IPL