Advertisment

ଧୋନିଙ୍କ ନୂଆ IPL ରେକର୍ଡ; ୧୫୦ଟି ବିଜୟୀ ମ୍ୟାଚରେ ସାମିଲ ହେବାରେ ପ୍ରଥମ ଖେଳାଳି

ସେହିପରି ଧୋନି ମଧ୍ୟ ଅଧିନାୟକ ଭାବେ ସର୍ବାଧିକ ବିଜୟୀ ମ୍ୟାଚରେ ସାମିଲ ହେଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
MS Dhoni

MS Dhoni

ରବିବାର ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇର ବିଜୟ ସହ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନୂଆ ରେକର୍ଡ କରିଛନ୍ତି। ସେ ଏହି ଟି-୨୦ ଟୁର୍ନାମେଣ୍ଟ ଇତିହାସରେ ୧୫୦ଟି ବିଜୟୀ ମ୍ୟାଚରେ ସାମିଲ ହେବାରେ ପ୍ରଥମ ଖେଳାଳି ହୋଇପାରିଛନ୍ତି। 

Advertisment

୨୦୦୮ରେ ଇଣ୍ଡିଆନ ପ୍ରିମିୟର ଲିଗ୍(IPL) ଆରମ୍ଭ ହେବା ପରଠାରୁ ଏମଏସ ଧୋନି ଅଂଶଗ୍ରହଣ କରିଆସୁଛନ୍ତି। ସେ ଏପର୍ଯ୍ୟନ୍ତ ୨୫୯ଟି ମ୍ୟାଚ୍ ଖେଳିସାରିଲେଣି। ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପାଞ୍ଚ ଥର ଟ୍ରଫି ଜିତିଛି। ଚଳିତ ସଂସ୍କରଣରେ ଧୋନି ଅଧିନାୟକତ୍ୱ କରୁନାହାନ୍ତି। ତାଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡ କ୍ୟାପ୍ଟେନ ଅଛନ୍ତି। 

ଅନ୍ୟାନ୍ୟ ରେକର୍ଡ କଥା ଯଦି କହିବା, ତେବେ ଧୋନି ଅଧିନାୟକ ଭାବେ ମଧ୍ୟ ରେକର୍ଡ କରିଛନ୍ତି। ୧୩୩ଟି ଆଇପିଏଲ ବିଜୟୀ ହେବାରେ ପ୍ରଥମ ଅଧିନାୟକ ହେଉଛନ୍ତି ଧୋନି। ତାଙ୍କ ପରେ ୮୭ଟି ବିଜୟୀ ମ୍ୟାଚ୍ ସହ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Advertisment

ସର୍ବାଧିକ ବିଜୟୀ ମ୍ୟାଚରେ ସାମିଲ ହୋଇଥିବା ପ୍ଲେୟାର
୧. ଏମଏସ ଧୋନି - ୧୫୦
୨. ରବୀନ୍ଦ୍ର ଜାଡେଜା - ୧୩୩
୩. ରୋହିତ ଶର୍ମା - ୧୩୩
୪. ଦୀନେଶ କାର୍ତ୍ତିକ - ୧୨୫
୫. ସୁରେଶ ରାଇନା - ୧୨୨

ଗତକାଲି ଚେନ୍ନାଇର ଚିପକ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦକୁ ୭୮ ରନରେ ପରାସ୍ତ କରିଥିଲା CSK। ପ୍ରଥମେ ବ୍ୟାଟିଂ କରି CSK ୨୧୨ ରନ୍ ସଂଗ୍ରହ କରିଥିବା ବେଳେ ହାଇଦ୍ରାବାଦ ୧୩୪ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା।  

IPL MS Dhoni IPL Record