Advertisment

୪ ବଲରେ ୪ ୱିକେଟ୍, ଟି-୨୦ ବିଶ୍ୱକପରେ ଇତିହାସ ରଚିଲେ କ୍ୟାମ୍ଫର୍

ଆବୁ ଧାବି: ଆୟର୍ଲ୍ୟାଣ୍ଡ ପେସ୍ ବୋଲର କର୍ଟିସ୍ କ୍ୟାମ୍ଫର ଟି-୨୦ ବିଶ୍ୱକପରେ ଇତିହାସ ରଚିଛନ୍ତି। ସୋମବାର ନେଦରଲ୍ୟାଣ୍ଡସ୍ ବିପକ୍ଷ ମୁକାବିଲାରେ ସେ ଚାରି ବଲରେ ୪ ୱିକେଟ୍ ନେଇ ଏହି ବଡ଼ କାରନାମା କରିଛନ୍ତି। ଏଥିସହ ଆୟର୍ଲ୍ୟାଣ୍ଡ ପକ୍ଷରୁ ହ୍ୟାଟ୍ରିକ୍ ନେବାରେ ସେ ପ୍ରଥମ ବୋଲର ହୋଇଛନ୍ତି। କର୍ଟିସ୍ ଇନିଂସର ୧୦ମ ଓଭରରେ ଏହି କମାଲ୍ କରିଛନ୍ତି। ସେ ଦ୍ୱିତୀୟରୁ ପଞ୍ଚମ ବଲରେ ଯଥାକ୍ରମେ କଲିନ୍ ଆକରମ୍ୟାନ୍, ରିୟାନ୍ ଟେନ୍ ଡୋଇଶେ, ସ୍କଟ୍ ଏଡୱାର୍ଡ୍ସ ଓ ରୋଲଫ୍ […]

୪ ବଲରେ ୪ ୱିକେଟ୍, ଟି-୨୦ ବିଶ୍ୱକପରେ ଇତିହାସ ରଚିଲେ କ୍ୟାମ୍ଫର୍

curtis-campher

Advertisment

ଆବୁ ଧାବି: ଆୟର୍ଲ୍ୟାଣ୍ଡ ପେସ୍ ବୋଲର କର୍ଟିସ୍ କ୍ୟାମ୍ଫର ଟି-୨୦ ବିଶ୍ୱକପରେ ଇତିହାସ ରଚିଛନ୍ତି। ସୋମବାର ନେଦରଲ୍ୟାଣ୍ଡସ୍ ବିପକ୍ଷ ମୁକାବିଲାରେ ସେ ଚାରି ବଲରେ ୪ ୱିକେଟ୍ ନେଇ ଏହି ବଡ଼ କାରନାମା କରିଛନ୍ତି। ଏଥିସହ ଆୟର୍ଲ୍ୟାଣ୍ଡ ପକ୍ଷରୁ ହ୍ୟାଟ୍ରିକ୍ ନେବାରେ ସେ ପ୍ରଥମ ବୋଲର ହୋଇଛନ୍ତି।

Advertisment

କର୍ଟିସ୍ ଇନିଂସର ୧୦ମ ଓଭରରେ ଏହି କମାଲ୍ କରିଛନ୍ତି। ସେ ଦ୍ୱିତୀୟରୁ ପଞ୍ଚମ ବଲରେ ଯଥାକ୍ରମେ କଲିନ୍ ଆକରମ୍ୟାନ୍, ରିୟାନ୍ ଟେନ୍ ଡୋଇଶେ, ସ୍କଟ୍ ଏଡୱାର୍ଡ୍ସ ଓ ରୋଲଫ୍ ଭାନ୍ ଡର୍ ମର୍ୱିଙ୍କୁ ଆଉଟ୍ କରିଛନ୍ତି। ସେ ୨ ଖେଳାଳିଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିବା ବେଳେ ଜଣଙ୍କୁ ବୋଲ୍ଡ କରିଛନ୍ତି। ଏଥିସହ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଲଗାତର ୪ଟି ୱିକେଟ ନେବାରେ ସେ ଦୁନିଆର ତୃତୀୟ ବୋଲର ହୋଇଛନ୍ତି।

https://twitter.com/tyrion_jon/status/1450060563120214023?s=20

ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ଓ ଆଫଗାନିସ୍ତାନର ରାଶିଦ୍ ଖାନ୍ ମଧ୍ୟ ଏହି ତାଲିକାରେ ସାମିଲ୍ ଅଛନ୍ତି। ରାଶିଦ୍ ୨୦୧୯ରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଏବଂ ମାଲିଙ୍ଗା ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଲଗାତର ୪ ବଲରେ ୪ ୱିକେଟ୍ ନେଇଥିଲେ। କ୍ୟାମ୍ଫର୍ ଟି-୨୦ ବିଶ୍ୱକପରେ ହ୍ୟାଟ୍ରିକ୍ ନେବାରେ ଦ୍ୱିତୀୟ ବୋଲର ହୋଇଛନ୍ତି। ଏହା ପୂର୍ବରୁ ୨୦୦୭ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ବ୍ରେଟ୍ ଲି ବାଂଲାଦେଶ ବିପକ୍ଷରେ ଏହି କାରନାମା କରିଥିଲେ।

Advertisment

କର୍ଟିସ୍ କ୍ୟାମ୍ଫରଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାର ଜୋହାନିସବର୍ଗରେ ହୋଇଥିଲା। ସେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଣ୍ଡର-୧୯ କ୍ରିକେଟ୍ ଖେଳିଥିଲେ। ୨୨ ବର୍ଷୀୟ ଏହି ବୋଲର ଏହା ପରେ ଆୟର୍ଲ୍ୟାଣ୍ଡ ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। କ୍ୟାରିୟରର ପଞ୍ଚମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳୁଥିବା କ୍ୟାମ୍ଫର୍ ଏହା ପୂର୍ବରୁ ପ୍ରଥମ ତିନୋଟି ମ୍ୟାଚରେ ଗୋଟିଏ ବି ୱିକେଟ୍ ନେଇନଥିଲେ। ତେବେ ଗୋଟିଏ ମ୍ୟାଚରେ ତିନୋଟି ୱିକେଟ ନେଇଥିଲେ। ସେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୪୦ ରନ୍ କରିଛନ୍ତି।

ଆଜି ମ୍ୟାଚରେ କର୍ଟିସ୍ ୪ ଓଭରରେ ୨୬ ରନ୍ ଦେଇ ୪ଟି ୱିକେଟ୍ ନେଇଛନ୍ତି। ତାଙ୍କର ଏହି ଦମଦାର ପ୍ରଦର୍ଶନ ବଳରେ ଆୟର୍ଲ୍ୟାଣ୍ଡ ନେଦରଲ୍ୟାଣ୍ଡକୁ ୧୦୬ ରନରେ ଅଲଆଉଟ୍ କରିଥିଲା।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe