Advertisment

ଟସ୍‌ ଜିତିଲା ଆଫଗାନିସ୍ତାନ, ବ୍ୟାଟିଂ ନିଷ୍ପତ୍ତି

ଟିମ୍‌ ଭାରତ ବିରୋଧରେ ବ୍ୟାଟିଂ ନିଷ୍ପତ୍ତି ନେଲା ଆଫଗାନିସ୍ତାନ।

ଅଦ୍ୟତନ ହୋଇଛି
Rohit Sharma tosses the coin up

Rohit Sharma tosses the coin up

Advertisment

ଆରମ୍ଭ ହେଲା ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ମହାମୁକାବିଲା। ଟିମ୍‌ ଭାରତ ବିରୋଧରେ ବ୍ୟାଟିଂ ନିଷ୍ପତ୍ତି ନେଲା ଆଫଗାନିସ୍ତାନ। ଚଳିତ ବିଶ୍ୱକପ୍‌ର ନବମ ଲିଗ୍ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରଥମେ ବୋଲିଂ କରିବ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯାଉଛି।

Advertisment

ସେପଟେ ଭାରତୀୟ ପ୍ଲେଇଂ ଇଲେଭେନ୍‌ରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଅଶ୍ୱିନଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ଦିଆଯାଇଛି । ଗୋଟିଏ ପଟେ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିବାରେ ଭାରତୀୟ ଦଳ ସଫଳ ହୋଇଛି। ଅନ୍ୟପଟେ ବାଂଲାଦେଶ ଠାରୁ ପ୍ରଥମ ମ୍ୟାଚରେ ପରାଜିତ ହୋଇସାରିଛି ଆଫଗାନିସ୍ତାନ।

ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ନିଜର ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବ। ଏଥିସହିତ ଆଫଗାନିସ୍ତାନ ଭାରତକୁ କଡା ଟକ୍କର ଦେବାକୁ ଚେଷ୍ଟା କରିବ। ବିଶ୍ୱକପ୍‌ କ୍ରିକେଟରେ ଆଫଗାନିସ୍ତାନର ସର୍ବଶ୍ରେଷ୍ଠ ସ୍ପିନର ରସିଦ ଖାନ ଅଛନ୍ତି। ତେଣୁ ଆଜି ଭାରତ ବିପକ୍ଷରେ ବିପର୍ଯ୍ୟୟ ଘଟାଇବାକୁ ଦଳ ପ୍ରୟାସ କରିବ ।

Advertisment

୨୦୧୯ ବିଶ୍ୱକପରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ। ୧୧ ରନରେ ଜିତିଥିଲା ଭାରତ। ଆଜିର ମ୍ୟାଚରେ ଭାରତର ପଲା ଭାରି ରହିବା ସ୍ୱାଭାବିକ। କିନ୍ତୁ ଆଫଗାନିସ୍ତାନ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି ।

Indian Cricket Team ICC India Vs Afghanistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe