Advertisment

ବିଶ୍ୱକପ ୨୦୨୩: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ବ୍ୟାଟର୍ ଏବଂ ଭାରତ ବୋଲରଙ୍କ ମଧ୍ୟରେ ଏକ ଜବରଦସ୍ତ ଫାଇଟ୍ ଦେଖିବାକୁ ମିଳିବ।

author-image
Debibandita Barick
ଅଦ୍ୟତନ ହୋଇଛି
India And South Africa Captain

India And South Africa Captain

ଚଳିତ ବିଶ୍ୱକପ୍ ଟକ୍କରରେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହେଉଛନ୍ତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍। ଦିନ 2ଟାରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ପ୍ରଥମେ ପାଳି ଆରମ୍ଭ କରିବ ଭାରତ। ଟସ୍ ଜିତି କ୍ୟାପ୍ଟେନ ରୋହିତ ଶର୍ମା ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

Advertisment

ଦିନିକିଆ ବିଶ୍ୱକପର ମହାଲଢେଇରେ ଏହି ଦୁଇ ଟିମ୍ ଟାଇଟଲ୍ ଭାଗିଦାରୀ ରହିଛନ୍ତି। ତେଣୁ ଆଜି ଏକ ରୋମାଞ୍ଚକର ମ୍ୟାଚର ଆଶା କରାଯାଉଛି। ଏପର୍ଯ୍ୟନ୍ତ ଭାରତ 7ଟି ମ୍ୟାଚରୁ ସମସ୍ତ ମ୍ୟାଚ୍ ଜିତି ପଏଣ୍ଟ୍ ଟେବୁଲର ଶୀର୍ଷରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ପ୍ଲେୟର୍ ମଧ୍ୟ ଫର୍ମରେ ଅଛନ୍ତି। ଦଳ 7ଟି ମ୍ୟାଚରେ କେବଳ ଗୋଟିଏରେ ବିଫଳ ହୋଇଥିବାବେଳେ ଅନ୍ୟ ସବୁଥିରେ ଉଚ୍ଚକୋଟୀର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଦ୍ୱିତୀୟରେ ରହିଛି।

ପ୍ରତ୍ୟେକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ଲେୟର୍ ଭଲ ପ୍ରଦର୍ଶନ କରିଛନ୍ତି। ବିଶେଷ କରି ବ୍ୟାଟରମାନେ ଜବରଦସ୍ତ ଫର୍ମରେ ଅଛନ୍ତି। ଏପଟେ ଟିମ୍ ଇଣ୍ଡିଆ ମଧ୍ୟ କିଛି କମ୍ ନାହିଁ। ବ୍ୟାଟରଙ୍କ ସମେତ ବୋଲର୍ ମଧ୍ୟ ଦମଦାର୍ ପ୍ରଦର୍ଶନ କରୁଛନ୍ତି। ଶେଷଥର ପାଇଁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତୀୟ ବୋଲରଙ୍କ କମାଲ୍ ଦେଖିବାକୁ ମିଳିଥିଲା। 

Advertisment

ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମାରଙ୍କ ବୋଲିଂ ଲାଇନ୍ ଫ୍ୟାନଙ୍କ ମନ କିଣିନେଇଛି। ତେଣୁ ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ବ୍ୟାଟର୍ ଏବଂ ଭାରତ ବୋଲରଙ୍କ ମଧ୍ୟରେ ଏକ ଜବରଦସ୍ତ ଫାଇଟ୍ ଦେଖିବାକୁ ମିଳିବ। ଆଜି ମଧ୍ୟ ଷ୍ଟାର୍ ବ୍ୟାଟର୍ ବିରାଟ କୋହଲିଙ୍କ ଜନ୍ମଦିନ। ସ୍ପେଶାଲ୍ ଡେ'ରେ କୋହଲି 49ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହେବେ ବୋଲି ଆଶା କରାଯାଉଛି।

ଭାରତ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ। 

ଦକ୍ଷିଣ ଆଫ୍ରିକା ଚୂଡାନ୍ତ ଏକାଦଶ: କ୍ୱିଣ୍ଟନ୍ ଡି କକ୍(ୱିକେଟ୍ କିପର୍), ତେମ୍ବା ବଭୂମା(କ୍ୟାପ୍ଟେନ), ରସି ଭାନ୍ ଡେର୍ ଡୁସେନ୍, ଏଡନ ମାର୍କ୍ରମ, ହେନରିଚ୍ କ୍ଲାସେନ୍, ଡେଭିଡ ମିଲର, ମାର୍କୋ ୟାନସେନ୍, କେଶବ ମହାରାଜ, ତାବ୍ରେଜ ଶମସି, କାଗିସୋ ରାବାଡା, ଲୁଙ୍ଗି ଏନଗିଡି।

Cricket ICC Ind Vs SA Sports CWC 2023 Cricket World Cup ICC World Cup