Advertisment

T20 World Cup: ଆଇସିସିର ପାତର ଅନ୍ତର: ଇଂଲଣ୍ଡକୁ ଗୁରୁତ୍ୱ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜକୁ ଅଣଦେଖା

ଟି-୨୦ ବିଶ୍ୱକପରେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକାର ଅଭିଯାନ ଶେଷ ହୋଇଥିବା ବେଳେ ସେମାନେ ସ୍ୱଦେଶ ଫେରିବା ଅପେକ୍ଷାରେ ରହିଥିଲେ। କିନ୍ତୁ ପ୍ରଥମ ଦଳ ଭାବେ ଇଂଲଣ୍ଡ ଖେଳାଳିଙ୍କୁ ଆଇସିସି ସ୍ୱତନ୍ତ୍ର ବିମାନରେ ସ୍ୱଦେଶ ପଠାଇବାରୁ ବିବାଦ ଦେଖାଯାଇଛି।

author-image
Hemant Lenka
Miller

ମିଲର ଓ ସାମୀ

ଚଳିତ ଟି-୨୦ ବିଶ୍ୱକପ(T20 World Cup)ର ପରିଚାଳନାକୁ ନେଇ ଆଇସିସି ଉପରେ ଉଠିଛି ପ୍ରଶ୍ନ। ବିଶ୍ୱକପ ଚାଲିଥିବା ବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଆଇସିସିକୁ ବଦନାମ କରିଛି। ଯୁଦ୍ଧ ଯୋଗୁ ବିଭିନ୍ନ ଦେଶର ଆକାଶ ପଥ ବନ୍ଦ ରହିଛି। ଏଥିଯୋଗୁ ବିଶ୍ୱକପରେ ଅଭିଯାନ ଶେଷ କରିଥିବା ଦଳଗୁଡ଼ିକୁ ଆଇସିସି ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କ ଦେଶକୁ ପଠାଇବାର ବ୍ୟବସ୍ଥା କରୁଛି। 

Advertisment

କିନ୍ତୁ ଏହି ବ୍ୟବସ୍ଥାରେ ମଧ୍ୟ ଆଇସିସି ପାତର ଅନ୍ତର କରିଥିବା ଅଭିଯୋଗ ହୋଇଛି। ଶକ୍ତିଶାଳୀ ବୋର୍ଡର ଖେଳାଳିଙ୍କୁ ଆଇସିସି ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟମାନଙ୍କୁ ଅଣଦେଖା କରୁଛି। ଟି-୨୦ ବିଶ୍ୱକପରେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକାର ଅଭିଯାନ ଶେଷ ହୋଇଥିବା ବେଳେ ସେମାନେ ସ୍ୱଦେଶ ଫେରିବା ଅପେକ୍ଷାରେ ରହିଥିଲେ।

କିନ୍ତୁ ପ୍ରଥମ ଦଳ ଭାବେ ଇଂଲଣ୍ଡ ଖେଳାଳିଙ୍କୁ ଆଇସିସି ସ୍ୱତନ୍ତ୍ର ବିମାନରେ ସ୍ୱଦେଶ ପଠାଇବାରୁ ବିବାଦ ଦେଖାଯାଇଛି। ମାର୍ଚ୍ଚ ୫ରେ ଇଂଲଣ୍ଡର ବିଶ୍ୱକପ ଅଭିଯାନ ଭାରତ ଠାରୁ ହାରିବା ପରେ ଶେଷ ହୋଇଥିଲା। କିନ୍ତୁ ଦଳର ଖେଳାଳିଓ ଅନ୍ୟମାନଙ୍କୁ ଆଇସିସି ୭ ତାରିଖରେ ସ୍ୱତନ୍ତ୍ର ବିମାନ ଯୋଗେ ଆଗୁଆ ସ୍ୱଦେଶ ପଠାଇ ଦେଇଛି। କିନ୍ତୁ ଏହାପୂର୍ବରୁ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକାର ବିଶ୍ୱକପ ଅଭିଯାନ ଶେଷ ହୋଇଥିଲେ ହେଁ ସେମାନେ ଏବେ ବି ଭାରତରେ ବିମାନ ଅପେକ୍ଷାରେ ରହିଛନ୍ତି। ଆଇସିସି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରୁଥିବା କେବଳ ସଫେଇ ଦେବାରେ ଲାଗିଛି। 

Advertisment

ଉଭୟ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜର ଖେଳାଳିମାନେ ଏବେ ବି କୋଲକାତାରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ମାର୍ଚ୍ଚ ୪ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପ୍ରଥମ ସେମିରେ ହାରିବା ପରେ ଦଳର ବିଶ୍ୱକପ ଅଭିଯାନ ଶେଷ ହୋଇଥିଲା।

ୱେଷ୍ଟଇଣ୍ଡିର ଅଭିଯାନ ଏହା ପୂର୍ବରୁ ଅର୍ଥାତ ମାର୍ଚ୍ଚ ୧ରୁ ଶେଷ ହୋଇଛି। ଉଭୟ ଦଳ ସ୍ୱଦେଶ ଯିବାକୁ ଅପେକ୍ଷା କରିଥିବା ବେଳେ ମାର୍ଚ୍ଚ ୫ରେ ଇଂଲଣ୍ଡର ବିଶ୍ୱକପ ସ୍ୱପ୍ନ ଧୂଳିସାତ ହୋଇଥିଲା। ତଥାପି ଇଂଲଣ୍ଡକୁ ଶନିବାର ଆଗୁଆ ଆଇସିସି ସ୍ୱଦେଶ ପଠାଇବାର ବ୍ୟବସ୍ଥା କରିବାରୁ ଏହାକୁ ନେଇ ଅନେକ କ୍ଷୁବ୍ଧ ହୋଇଛନ୍ତି।

ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଏନେଇ ଆଇସିସିକୁ ଟାର୍ଗେଟ କରିଛନ୍ତି। ଆଇସିସି କେବଳ ଶକ୍ତିଶାଳୀ ବୋର୍ଡ କଥାକୁ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।
ଦକ୍ଷିଣ ଆଫ୍ରିକାର ବ୍ୟାଟର ଡାଭିଡ ମିଲର ମଧ୍ୟ ଆଇସିସିର ଏପରି ଆଚରଣକୁ ବିରୋଧ କରିଛନ୍ତି।

ସେ କହିଛନ୍ତି ଯେ “ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ପରେ ଇଂଲଣ୍ଡ ପରାସ୍ତ ହୋଇଥିଲା। ତଥାପି ସେମାନେ ଶନିବାର ଘରକୁ ସ୍ୱତନ୍ତ୍ର ବିମାନରେ ଯାଇଛନ୍ତି। କିନ୍ତୁ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଏବେ ବି କୋଲକାତାରେ ଉତ୍ତର ଅପେକ୍ଷାରେ ରହିଛନ୍ତି।” ଇଣ୍ଡିଜ ଟିମର କୋଚ ଡାରେନ ସାମୀ ମଧ୍ୟ ଏହାକୁ ସମର୍ଥନ କରି ଆଇସିସିକୁ ସମାଲୋଚନା କରିଛନ୍ତି। 

ଅନ୍ୟପକ୍ଷରେ ଆଇସିସି ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେବା ସହ ଆଜି ହିଁ ଉଭୟ ଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ବିମାନରେ ସ୍ୱଦେଶ ପଠାଇବ ବୋଲି ନିଷ୍ପତ୍ତି ନେଇଛି। ଦୁଇ ଟିମ ଏକାଠି ଜୋହାନ୍ସବର୍ଗ ଯିବେ। ସେଠାରୁ ଇଣ୍ଡିଜ ଖେଳାଳିମାନେ ଆଣ୍ଟିଗୁଆ ଗସ୍ତ କରିବେ। 

T20 World Cup