Advertisment

ଦିନିକିଆରୁ ଡାଭିଡ୍ ୱାର୍ଣ୍ଣରଙ୍କ ଅବସର ଘୋଷଣା

ଆସନ୍ତା ବୁଧବାର (୩ ତାରିଖ) ଠାରୁ ହୋମ୍‌ ଟାଉନ୍‌ ସିଡ୍‌ନୀରେ ପାକିସ୍ତାନ ବିପକ୍ଷରେ କ୍ୟାରିୟରର ଶେଷ ଟେଷ୍ଟ ଖେଳିବା ପୂର୍ବରୁ ସେ ଦିନିକିଆରୁ ଅବସର ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
David Warner

David Warner

Advertisment

ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ବ୍ୟାଟର ଡାଭିଡ୍ ୱାର୍ଣ୍ଣର। ପୂର୍ବରୁ ଟେଷ୍ଟରୁ ଅବସର ଘୋଷଣା କରିସାରିଛନ୍ତି ୩୭ ବର୍ଷୀୟ ୱାର୍ଣ୍ଣର। ଆସନ୍ତା ବୁଧବାର (୩ ତାରିଖ) ଠାରୁ ହୋମ୍‌ ଟାଉନ୍‌ ସିଡ୍‌ନୀରେ ପାକିସ୍ତାନ ବିପକ୍ଷରେ କ୍ୟାରିୟରର ଶେଷ ଟେଷ୍ଟ ଖେଳିବା ପୂର୍ବରୁ ସେ ଦିନିକିଆରୁ ମଧ୍ୟ ଅବସର ଘୋଷଣା କରିଛନ୍ତି। ତେବେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ସେ ଉପଲବ୍ଧ ଥିବା କହିଛନ୍ତି। ଯଦି ଦଳ ତାଙ୍କ ଆବଶ୍ୟକତା ଅନୁଭବ କରେ, ତା’ହେଲେ ସେ ଉପଲବ୍ଧ ରହିବେ ବୋଲି କହିଛନ୍ତି। ସେହିପରି ୱାର୍ଣ୍ଣର ଟିଟ୍ୱେଣ୍ଟିରେ ଖେଳ ଜାରି ରଖିବେ।

Advertisment

ୱାର୍ଣ୍ଣର ୨୦୦୯ରେ ଦିନିକିଆରେ ଡେବ୍ୟୁ କରିଥିଲେ। ତା’ପରଠାରୁ ସେ ନିୟମିତ ଭାବେ ଦଳର ଦିନିକିଆ ଟିମ୍‌ରେ ସ୍ଥାନ ପାଇ ଆସିଥିଲେ। ୨୦୧୫ ଓ ୨୦୨୩ରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ଜିତିଥିବା ବେଳେ ଏଥିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୧୬୧ଟି ଦିନିକିଆ ମ୍ୟାଚ୍ ଖେଳିଥିବା ୱାର୍ଣ୍ଣର ୪୫.୩୦ ହାରରେ ୬,୯୩୨ ରନ୍ କରିଥିବା ବେଳେ ତା’ ମଧ୍ୟରେ ରହିଛି ୨୨ଟି ଶତକ ଓ ୩୩ଟି ଅର୍ଦ୍ଧଶତକ। ସେହିଭଳି ୧୧୧ଟି ଟେଷ୍ଟ ଖେଳିଥିବା ୱାର୍ଣ୍ଣର ୨୦୩ଟି ଇନିଂସରୁ ୮୬୯୫ ରନ୍ କରିଛନ୍ତି। ୪୪.୬ ହାରରେ ସେ ଏହି ରନ୍ ସଂଗ୍ରହ କରିଛନ୍ତି। ଟେଷ୍ଟରେ ସେ ୨୬ଟି ଶତକ ଓ ୩୬ଟି ଅର୍ଦ୍ଧଶତକ ମାରିଛନ୍ତି। ସେ ତାଙ୍କ କ୍ୟାରିୟର ୧୧୨ ତମ ତଥା ଶେଷ ଟେଷ୍ଟ ପାକିସ୍ତାନ ବିପକ୍ଷରେ ଆସନ୍ତା ବୁଧବାର ଠାରୁ ଖେଳିବେ।

Advertisment

ଚାମ୍ପିୟନ୍ସ ଟ୍ରଫି ୧୦୧୭ ମସିହାରୁ ଆଉ ଖେଳା ଯାଇନାହିଁ। ୨୦୨୫ରେ ପାକିସ୍ତାନରେ ଏହାର ଆୟୋଜନ ହେବ ବୋଲି କୁହାଯାଉଛି। ପାରମ୍ପରିକ ଭାବେ ଚାମ୍ପିୟନ୍ସ ଟ୍ରଫି ୫୦ ଓଭର ଫର୍ମାଟ୍‌ରେ ଖେଳାଯାଏ। ତେବେ ଏହାକୁ ୨୦ ଓଭର ଫର୍ମାଟ କରିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe