Advertisment

WTC ଫାଇନାଲ ପୂର୍ବରୁ ଅବସର ସମ୍ପର୍କରେ ଘୋଷଣା କଲେ ଡାଭିଡ ୱାର୍ଣ୍ଣର

ପାକିସ୍ତାନ ବିପକ୍ଷରେ ଆସନ୍ତା ବର୍ଷ ଜାନୁଆରୀରେ ୱାର୍ଣ୍ଣର ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଏହି ଟେଷ୍ଟ ସିରଜ ପରେ ସେ କ୍ରିକେଟର ଏହି ଲମ୍ବା ଫର୍ମାଟକୁ ଅଲବିଦା କହିବେ।

author-image
Hemant Lenka
David Warner

David Warner

ଆସନ୍ତା ଜୁନ ୭ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଆରମ୍ଭ ହେବ। ଇଂଲଣ୍ଡର ଓଭାଲରେ ଦୁଇ ଦେଶ ଟ୍ରଫି ପାଇଁ ଟକ୍କର କରିବେ। ଏହାପୂର୍ବରୁ ନିଜ ଟେଷ୍ଟ କ୍ୟାରିୟରକୁ ନେଇ ବଡ଼ ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଡାଭିଡ ୱାର୍ଣ୍ଣର।

Advertisment

ପାକିସ୍ତାନ ବିପକ୍ଷରେ ଆସନ୍ତା ବର୍ଷ ଜାନୁଆରୀରେ ୱାର୍ଣ୍ଣର ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଏହି ଟେଷ୍ଟ ସିରଜ ପରେ ସେ କ୍ରିକେଟର ଏହି ଲମ୍ବା ଫର୍ମାଟକୁ ଅଲବିଦା କହିବେ। ତେବେ ଅଷ୍ଟ୍ରେଲିଆ ପାଇଁ ସେ ୨୦୨୪ ଟି-୨୦ ବିଶ୍ୱକପ ଶେଷ ହେବା ଯାଏ ସୀମିତ ଓଭର ଫର୍ମାଟ ଖେଳିବେ। ଏହାପରେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହେବ ବୋଲି ୱାର୍ଣ୍ଣର କହିଛନ୍ତି।

ସେ କହିଛନ୍ତି, “ଆପଣଙ୍କୁ ରନ କରିବାକୁ ହେବ। ମୁଁ ସବୁବେଳେ କହି ଆସିଛି ଯେ ୨୦୨୪ ବିଶ୍ୱକପ ସମ୍ଭବତଃ ମୋର ଶେଷ ମ୍ୟାଚ୍‌ ହେବ। ମୁଁ ସବୁବେଳେ ମୋତେ ଓ ପରିବାର ଲୋକଙ୍କୁ ସବୁ ଶ୍ରେୟ ଦେଇଛି। ଯଦି ମୁଁ ଏଠାରେ ରନ କରିବାକୁ ସକ୍ଷମ ହେବି ଓ ଅଷ୍ଟ୍ରେଲିଆ ପାଇଁ ଖେଳିବା ଜାରି ରଖିବି।

Advertisment

ତେବେ ମୁଁ ନିଶ୍ଚିତ କହିପାରିବି ଯେ ମୁଁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଖେଳିବି ନାହିଁ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ, ଆଶେସ ପରେ ପାକିସ୍ତାନ ବିପକ୍ଷ ସିରିଜ ଖେଳିବି। ପାକିସ୍ତାନ ବିପକ୍ଷ ସିରିଜ ପରେ ମୋ ଟେଷ୍ଟ କ୍ୟାରିୟର ଶେଷ ହେବ।”

ଚୂଡ଼ାନ୍ତ ଏକାଦଶରେ ସ୍ଥାନ ସୁରକ୍ଷିତ କରି ରଖିବା ପାଇଁ ସେ ନିୟମିତ ଭଲ ଖେଳିବାକୁ ଉଦ୍ୟମ ଜାରି ରଖିବେ ବୋଲି ୱାର୍ଣ୍ଣର କହିଛନ୍ତି। ୱାର୍ଣ୍ଣର ଏଯାଏ ୧୦୩ ଟେଷ୍ଟ ମ୍ୟାଚ୍‌ ଖେଳି ୮,୧୫୯ ରନ କରିଛନ୍ତି। ଏଥିରେ ୨୫ଟି ଶତକ ଓ ୩୪ଟି ଅର୍ଦ୍ଧଶତକ ରହିଛି।

ସେ କହିଛନ୍ତି, “ ମୁଁ ୨୦୨୪ ବିଶ୍ୱକପ ଖେଳିବାକୁ ଚାହୁଁଛି। ଏହି ଗୋଟିଏ କଥା ମୋ ମୁଣ୍ଡରେ ଚାଲିଛି। ଏହାପୂର୍ବରୁ ଆମକୁ ଅନେକ କ୍ରିକେଟ ଖେଳିବାର ଅଛି। ଏହାପରେ ଭାବୁଛି ଫେବୃଆରୀରୁ ସବୁ ବନ୍ଦ ହୋଇଯିବ। ଏହାପରେ ଆଇପିଏଲ ଓ ଅନ୍ୟ ଲିଗ୍‌ ମ୍ୟାଚ୍‌ ଖେଳି ଜୁନ ପାଇଁ ନିଜକୁ ପ୍ରସ୍ତୁତ କରିବି। ଅନେକ କ୍ରିକେଟ ଖେଳିବାକୁ ବାକି ଅଛି।”

WTC David Warner