Advertisment

କନୱେ ଓ ରାହୁଲଙ୍କୁ କିଣିଲା ଚେନ୍ନାଇ, ୱାର୍ଣ୍ଣରଙ୍କୁ କେହି କିଣିଲେନି

ୱାର୍ଣ୍ଣରଙ୍କ ବ୍ୟତୀତ ବାମହାତୀ ବ୍ୟାଟର ଦେବଦତ୍ତ ପଡିକ୍କଲଙ୍କୁ ମଧ୍ୟ କେହି କିଣି ନାହାନ୍ତି। ସେ ୨୦୨୪ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିଲେ। ହେଲେ ଏଥର ତାଙ୍କୁ କେହି କିଣି ନାହାନ୍ତି।

Warner

Warner

Advertisment

ନ୍ୟୁଜିଲ୍ୟାଣ୍ଡର ଓପନର ଡେଭନ କନୱେ ଓ ଭାରତୀୟ ବ୍ୟାଟର ରାହୁଲ ତ୍ରିପାଠୀଙ୍କୁ ଆଇପିଏଲ ଅକ୍ସନ ବେଳେ କିଣିଛି ଚେନ୍ନାଇ ସୁପର କିଙ୍ଗସ। କନୱେଙ୍କୁ ଦଳ ୬.୨୫ କୋଟି ଓ ରାହୁଲଙ୍କୁ ୩.୪୦ କୋଟି ଟଙ୍କାରେ ନିଜ ସହ ସାମିଲ କରିଛି। କନୱେଙ୍କୁ ନେବା ପାଇଁ ଚେନ୍ନାଇ ସହ ପଞ୍ଜାବ କିଙ୍ଗସ ବିଡରେ ସାମିଲ ହୋଇଥିଲା। କିନ୍ତୁ ଚେନ୍ନାଇ ପଛ ଘୁଞ୍ଚା ଦେଇ ନଥିଲା। ପଞ୍ଜାବ ୬ କୋଟି ଯାଏ ଯାଇଥିଲା। ଏହାପରେ ରେସରୁ ଓହରି ଯାଇଥିଲା। ୨୦୨୪ରେ କନୱେ ଚେନ୍ନାଇ ପାଇଁ ଖେଳିଥିଲେ।

Advertisment

ସେହିପରି ରାହୁଲଙ୍କ ପାଇଁ ଚେନ୍ନାଇର ଲଢ଼େଇ କୋଲକାତା ସହ ହୋଇଥିଲା। କିନ୍ତୁ ଚେନ୍ନାଇ ତାଙ୍କୁ ୩,୪୦ କୋଟି ଟଙ୍କାରେ ନିଜ ସହ ସାମିଲ କରିଛି। ରାହୁଲ ୨୦୨୪ରେ ସନ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲେ। ୨୦୨୫ ଅକ୍ସନରେ ତାଙ୍କ ବେସ ପ୍ରାଇସ ୭୫ ଲକ୍ଷ ଟଙ୍କା ରହିଥିଲା।

ଅନ୍ୟପକ୍ଷରେ ଅକ୍ସନ ବେଳେ ସବୁଠାରୁ ବଡ଼ ବିପର୍ଯ୍ୟୟ ମଧ୍ୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡାଭିଡ ୱାର୍ଣ୍ଣରଙ୍କୁ କୌଣସି ପ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି। ୨୦୨୪ରେ ୱାର୍ଣ୍ଣର ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିଲେ। ଏହାପୂର୍ବରୁ ସେ ହାଇଦ୍ରାବାଦର ଅଧିନାୟକ ମଧ୍ୟ ରହିଥିଲେ। ହେଲେ ୨୦୨୫ ମେଗା ଅକ୍ସନରେ ତାଙ୍କୁ କେହି ବି କିଣି ନାହାନ୍ତି। ତାଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ରହିଥିଲା।

Advertisment

ୱାର୍ଣ୍ଣରଙ୍କ ବ୍ୟତୀତ ବାମହାତୀ ବ୍ୟାଟର ଦେବଦତ୍ତ ପଡିକ୍କଲଙ୍କୁ ମଧ୍ୟ କେହି କିଣି ନାହାନ୍ତି। ସେ ୨୦୨୪ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିଲେ। ହେଲେ ଏଥର ତାଙ୍କୁ କେହି କିଣି ନାହାନ୍ତି।

ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଡେନ ମାର୍କରମଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବେସ ପ୍ରାଇସ ୨ କୋଟି ଟଙ୍କାରେ ପାଇଛି। ଇଂଲଣ୍ଡ ବ୍ୟାଠର ହ୍ୟାରୀ ବ୍ରୁକ ଚେନ୍ନାଇ, ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଟକ୍କର ହୋଇଥିଲା। କିନ୍ତୁ ଶେଷରେ ଦିଲ୍ଲୀ ତାଙ୍କୁ ୬.୨୫ କୋଟି ଟଙ୍କାରେ କିଣିଛି। ୨୦୨୪ରେ ହ୍ୟାରୀ ବ୍ରୁକ ହାଇଦ୍ରାବାଦରୁ ଖେଳୁଥିଲେ। ଏଥିସହ ସେ ଶତକ ମଧ୍ୟ ମାରିଥିଲେ।

IPL Auction David Warner IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe