Advertisment

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ୱାର୍ଣ୍ଣର ଆଉଟ

ଦ୍ୱିତୀୟ ଟେଷ୍ଟ ବେଳେ ତାଙ୍କ ବାମହାତ କହୁଣୀରେ ବଲ ମାଡ଼ ହୋଇଥିଲା। ସ୍କାନରୁ ଜଣାପଡ଼ିଛି ଯେ ତାଙ୍କ କହୁଣୀରେ ହେୟାରଲାଇନ ଫାକଚର ରହିଛି।

author-image
Hemant Lenka
david warner

david warner

ଗୋଟିଏ ପରେ ଗୋଟିଏ ଆହତ ସମସ୍ୟା ଅଷ୍ଟ୍ରେଲିଆ ଟିମର ଚିନ୍ତା ବଢ଼ାଇବାରେ ଲାଗିଛି। ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ ହାରି ସାରିଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଏବେ ଆହତ ସମସ୍ୟା ଘାରିଛି। ପ୍ରଥମେ ଜୋଶ ହେଜେଲଉଡ ଭାରତ ବିପକ୍ଷ ସିରିଜ୍‌ରୁ ବାଦ ପଡ଼ିଥିବା ବେଳେ ଏବେ ଡାଭିଡ ୱାର୍ଣ୍ଣର ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

Advertisment

ଆହତ ସମସ୍ୟା ଯୋଗୁ ଭାରତ ବିପକ୍ଷ ବାକି ୨ଟି ଟେଷ୍ଟରେ ଖେଳିବେନି ୱାର୍ଣ୍ଣର। ଦ୍ୱିତୀୟ ଟେଷ୍ଟ ବେଳେ ତାଙ୍କ ବାମହାତ କହୁଣୀରେ ବଲ ମାଡ଼ ହୋଇଥିଲା। ସ୍କାନରୁ ଜଣାପଡ଼ିଛି ଯେ ତାଙ୍କ କହୁଣୀରେ ହେୟାରଲାଇନ ଫାକଚର ରହିଛି। ତେଣୁ ସେ ଭାରତ ବିପକ୍ଷ ବାକି ୨ଟି ଟେଷ୍ଟରୁ ବାଦ ପଡ଼ିଥିବା କ୍ରିକେଟ ଅଷ୍ଟ୍ରେଲିଆ ସୂଚନା ଦେଇଛି।

ଦ୍ୱିତୀୟ ଟେଷ୍ଟ ବେଳେ ୱାର୍ଣ୍ଣରଙ୍କ କହୁଣୀରେ ବଲ ମାଡ଼ ହୋଇଥିଲା। ଏହାପରେ ସେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ କରିବାକୁ ଆସି ନଥିଲେ। ତାଙ୍କ ବଦଳ ଖେଳାଳି ଭାବେ ମ୍ୟାଟ ରେନଶ’ ମୈଦାନକୁ ଓହ୍ଲାଇଥିଲେ। ହେଲେ ଅଷ୍ଟ୍ରେଲିଆ ମ୍ୟାଚ୍‌ ବଞ୍ଚାଇବାକୁ ସକ୍ଷମ ହୋଇ ନଥିଲା। ଭାରତ ୬ ୱିକେଟରେ ମ୍ୟାଚ୍‌ ଜିତି ଟେଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ହୋଇଯାଇଛି।

Advertisment

ୱାର୍ଣ୍ଣର ଟେଷ୍ଟ ସିରିଜ୍‌ରୁ ବାଦ ପଡ଼ିଥିଲେ ମଧ୍ୟ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ବେଳକୁ ଫିଟ ହୋଇଯାଇଥିବା ବେଳେ ଅଷ୍ଟ୍ରେଲିଆ ଟିମ ମ୍ୟାନେଜମେଣ୍ଟ ଆଶା ରଖିଛି। କ୍ରିକେଟ ଅଷ୍ଟ୍ରେଲିଆ କହିଛିଯେ “ଡାଭିଡ ୱାର୍ଣ୍ଣର ଭାରତ ବିପକ୍ଷରେ ଜାରି ରହିଥିବା ୨ଟି ଟେଷ୍ଟରୁ ବାଦ ପଡ଼ିଛନ୍ତି। ସେ ଅଷ୍ଟ୍ରେଲିଆ ଫେରଯିବେ। ଦ୍ୱୀତୀୟ ଟେଷ୍ଟ ବେଳେ ତାଙ୍କ କହୁଣୀରେ ବଲ ମାଡ଼ ହୋଇଥିଲା ଓ ଏଥିଯୋଗୁ ସେ ହେୟାରଲାଇନ ଫାକଚରରେ ପଡ଼ିଛନ୍ତି।

ଏବେ ସେ ସ୍ୱଦେଶ ଫେରିବା ସହ ରିହାବରେ ରହିବେ। ଏହାପରେ ତାଙ୍କ କମବ୍ୟାକ ନେଇ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ସ୍ଥିତି ଯାହା ସେ ସମ୍ଭବତଃ ଭାରତ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ୍‌ ବେଳକୁ ଦଳକୁ ଫେରିବେ।”

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏହାପରେ ୪ର୍ଥ ଟେଷ୍ଟ ଖେଳାଯିବ। ଟେଷ୍ଟ ସିରିଜ ପରେ ଦୁଇ ଦଳ ମାର୍ଚ୍ଚ ୧୭ରୁ ଦିନିକିଆ ଟ୍ରଫି ପାଇଁ ଲଢ଼େଇ କରିବେ।

Border-Gavaskar Trophy David Warner India Vs Australia