Advertisment

ଅଷ୍ଟ୍ରେଲିଆର ବିଶ୍ୱକପ ବିଦାୟ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ୱାର୍ଣ୍ଣର

ବିଶ୍ୱକପରୁ ଦୁଃଖଦ ବିଦାୟ ପରେ ଡାଭିଡ ୱାର୍ଣ୍ଣର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛି।

Warner

Warner

Advertisment

ଅନ୍ତର୍ଜାତୀୟ କ୍ରିକେଟରେ ସରିଛି ବିସ୍ଫୋରକ ବ୍ୟାଟର ଡାଭିଡ ୱାର୍ଣ୍ଣରଙ୍କ ଯୁଗ। ଅଷ୍ଟ୍ରେଲିଆ ପାଇଁ ଆଉ ନଜର ଆସିବେନି ଏହି ବାମହାତୀ ଷ୍ଟାଇଲିଶ ବ୍ୟାଟର। କାରଣ ଆଜି ଅନ୍ତର୍ଜାତୀୟ କ୍ରିକେଟକୁ ସବୁଦିନ ପାଇଁ ବାଏବାଏ କହିଛନ୍ତି ଡାଭିଡ ୱାର୍ଣ୍ଣର।

Advertisment

ଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ସୁପର ୮ରୁ ବିଦାୟ ନେଇଛି। ଭାରତ ଠାରୁ ହାରିବା ପରେ ଦଳ ଭାଗ୍ୟ ଆଜି ଅନୁଷ୍ଠିତ ବାଂଲାଦେଶ ଓ ଆଫଗାନିସ୍ତାନ ମ୍ୟାଚ୍ ଉପରେ ନିର୍ଭର କରୁଥିଲା।

ବାଂଲାଦେଶ ଜିତିଥିଲେ ଅଷ୍ଟ୍ରେଲିଆ ସେମିକୁ ଯାଇଥାଆନ୍ତା। ହେଲେ ଆଫଗାନିସ୍ତାନ ସମସ୍ତଙ୍କୁ ଚକିତ କରି ମ୍ୟାଚ୍‌ କବଜା କରିବା ସହ ପ୍ରଥମଥର ପାଇଁ ବିଶ୍ୱକପର କୌଣସି ସେମି ଫାଇନାଲରେ ପ୍ରବେଶ କରିଛି। ଆଫଗାନିସ୍ତାନ ବିଜୟୀ ହୋଇଥିବାରୁ ୨୦୨୧ ଟି-୨୦ ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆକୁ ବାହାରର ରାସ୍ତା ଦେଖିବାକୁ ପଡ଼ିଛି।

Advertisment

ବିଶ୍ୱକପରୁ ଦୁଃଖଦ ବିଦାୟ ପରେ ଡାଭିଡ ୱାର୍ଣ୍ଣର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛି। ବିଶ୍ୱକପ ପୂର୍ବରୁ ହିଁ ସେ ଟୁର୍ଣ୍ଣାମେଣ୍ଟ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି କହି ସାରିଥିଲେ। ତେବେ ସେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ବେଳକୁ କମବ୍ୟାକ କରିବେ ବୋଲି ଆଶା କରାଯାଉଥିଲା। ହେଲେ ଆଜି ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା କହି ଦେଇଛନ୍ତି।

ୱାର୍ଣ୍ଣର ଅଷ୍ଟ୍ରେଲିଆ ପାଇଁ ଶେଷ ଦିନିକିଆ ଭାରତ ବିପକ୍ଷ ୨୦୨୩ ବିଶ୍ୱକପ ଫାଇନାଲରେ ଖେଳିଥିଲେ। ସେହିପରି ପାକିସ୍ତାନ ବିପକ୍ଷ ଟେଷ୍ଟରେ ସେ ଅଷ୍ଟ୍ରେଲିଆ ପାଇଁ ଶେଷଥର ନଜର ଆସିଥିଲେ। ଏବେ ଭାରତ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ ପରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି।

ୱାର୍ଣ୍ଣର ଅଷ୍ଟ୍ରେଲିଆ ପାଇଁ ୧୧୦ ଟି-୨୦ ମ୍ୟାଚ୍‌ରେ ୩୨୭୭ ରନ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ସେଞ୍ଚୁରୀ ଓ ୨୮ଟି ଅର୍ଦ୍ଧଶତକ ରହିଛି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ୱାର୍ଣ୍ଣର ବିଭିନ୍ନ ପ୍ରାଞ୍ଚାଇଜ ପକ୍ଷରୁ ଟି-୨୦ କ୍ରିକେଟ ଖେଳିବା ଜାରି ରଖିବେ। ଏହାର ଅର୍ଥ ଆସନ୍ତାବର୍ଷ ଆଇପିଏଲରେ ସେ ନଜର ଆସିବେ।

ଦିନିକିଆ ବିଶ୍ୱକପ ସହ ୨୦୨୧ରେ ଟି-୨୦ ବିଶ୍ୱକପ ଓ ୨୦୨୩ରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଟ୍ରଫି ଜିତିଥିବା କଙ୍ଗାରୁ ଦଳରେ ୱାର୍ଣ୍ଣର ରହିଥିଲେ। ୩୭ ବର୍ଷୀୟ ୱାର୍ଣ୍ଣର ଅନ୍ତର୍ଜାତୀୟ କ୍ରିକେଟରେ ୪୯ଟି ଶତକ ସହାୟତାରେ ପ୍ରାୟ ୧୯ ହଜାର ରନ କରିଛନ୍ତି।

Cricket David Warner Australia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe