Advertisment

ଭାରତରେ ୧୦୦ତମ ଟି-୨୦ ମ୍ୟାଚ୍‌ ଖେଳିବେନି ୱାର୍ଣ୍ଣର, ପ୍ରତ୍ୟାହାର କରିଲେ ନାଁ

ୱାର୍ଣ୍ଣରଙ୍କ ବଦଳରେ ଆରୋନ ହାର୍ଡି ଭାରତ ବିପକ୍ଷ ଟି-୨୦ ସ୍କ୍ୱାଡରେ ସାମିଲ ହୋଇଛନ୍ତି।

Warner

Warner

Advertisment

ଭାରତରେ ନିଜର ୧୦୦ତମ ଟି-୨୦ ମ୍ୟାଚ୍‌ ଖେଳିବେ ନାହିଁ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଡାଭିଡ ୱାର୍ଣ୍ଣର। ରବିବାର ବିଶ୍ୱକପ ଶେଷ ହୋଇଥିବା ବେଳେ ଗୁରୁବାର ଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ଏଥିପାଇଁ ଘୋଷଣା ହୋଇଥିବା ଅଷ୍ଟ୍ରେଲିଆର ସ୍କ୍ୱାଡରେ ୱାର୍ଣ୍ଣରଙ୍କ ନାଁ ଥିଲା।

Advertisment

କିନ୍ତୁ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱ ବିଜେତା ହେବା ପରେ ୱାର୍ଣ୍ଣର ଏବେ ଟି-୨୦ ସ୍କ୍ୱାଡରୁ ନିଜ ନାଁ ପ୍ରତ୍ୟାହାର କରି ନେଇଛନ୍ତି। ଏ ସମ୍ପର୍କରେ ୱାର୍ଣ୍ଣର ପ୍ରଥମେ କ୍ରିକେଟ ଅଷ୍ଟ୍ରେଲିଆକୁ ଜଣାଇଥିଲେ। କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ଏହାକୁ ଗ୍ରହଣ କରି ନେଇଛି। ଏହାର ଅର୍ଥ ଭାରତ ବିପକ୍ଷ ଟି-୨୦ ସିରିଜରେ ୱାର୍ଣ୍ଣର ନଜର ଆସିବେ ନାହିଁ।

ଏବେ ୱାର୍ଣ୍ଣର ଟି-୨୦ ସିରିଜ ସ୍କ୍ୱାଡରେ ନଥିବା ଅନ୍ୟ ଖେଳାଳିଙ୍କ ସହ ସ୍ୱଦେଶ ଫେରିବେ। ସେଠାରେ ସେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବେ। ଡିସେମ୍ବର-ଜାନୁଆରୀରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ।

Advertisment

ଭାରତକୁ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ହରାଇ ଚାମ୍ପିୟନ ହୋଇଛି। ଟୁର୍ଣ୍ଣାମେଣ୍ଟରେ ୱାର୍ଣ୍ଣର ଦଳ ପାଇଁ ସବୁଠାରୁ ଅଧିକ ରନ କରିଥିଲେ। ସେ ୧୧ ମ୍ୟାଚ୍‌ରେ ୫୩୫ ରନ କରିଛନ୍ତି। ତେବେ ବିଶ୍ୱକପ ପୂର୍ବରୁ ୱାର୍ଣ୍ଣରଙ୍କ ଫର୍ମକୁ ନେଇ କ୍ରିକେଟ ପଣ୍ଡିତମାନେ ଚିନ୍ତା ପ୍ରକଟ କରିଥିଲେ। ହେଲେ ସେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ବିଶ୍ୱକପରେ ଜଲୱା ଦେଖାଇଥିଲେ।

ଏହାପରେ ୩୭ ବର୍ଷୀୟ ୱାର୍ଣ୍ଣରଙ୍କୁ ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା କରାଯାଇଥିବା ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯାଇଥିଲା। ଲାଗୁଥିଲା ସେ ଭାରତରେ ତାଙ୍କ ୧୦୦ତମ ଟି-୨୦ ମ୍ୟାଚ୍‌ ଖେଳିବେ। କାରଣ ଏଯାଏ ୱାର୍ଣ୍ଣର ୯୯ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

ହେଲେ ଅଷ୍ଟ୍ରେଲିଆ ବିଶ୍ୱ ବିଜେତା ହେବା ପରେ ୱାର୍ଣ୍ଣର ତାଙ୍କ ନାଁକୁ ଟି-୨୦ ସ୍କ୍ୱାଡରୁ ପ୍ରତ୍ୟାହାର କରି ନେଇଛନ୍ତି। ୱାର୍ଣ୍ଣରଙ୍କ ବଦଳରେ ଆରୋନ ହାର୍ଡି ଭାରତ ବିପକ୍ଷ ଟି-୨୦ ସ୍କ୍ୱାଡରେ ସାମିଲ ହୋଇଛନ୍ତି।

ନିକଟରେ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ସ୍କ୍ୱାଡର ୭ ଜଣ ଖେଳାଳି ଭାରତ ବିପକ୍ଷ ଟି-୨୦ ସିରିଜରେ ରହିଛନ୍ତି। ବାକି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସେମାନେ ମଧ୍ୟ ବିଶ୍ୱକପ ଟ୍ରଫି ଜିତିବା ପରେ ସ୍ୱଦେଶ ଫେରିଛନ୍ତି। ଗୁରୁବାର ଠାରୁ ଅଷ୍ଟ୍ରେଲିଆ ମାଥ୍ୟୁ ୱେଡଙ୍କ କ୍ୟାପ୍ଟେନ୍ସିରେ ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳିବ। ଏହି ଟି-୨୦ ସିରିଜରେ ଟ୍ରାଭିସ ହେଡ ଓ ଷ୍ଟିଭ ସ୍ମିଥ ରହିଛନ୍ତି। ସେହିପରି ଗ୍ଲେନ ମ୍ୟାକ୍ସୱେଲ, ଆଡାମ ଜାମ୍ପା, ଜୋଶ ଇଙ୍ଗଲିସ ଓ ମାର୍କସ ଷ୍ଟୋଇନିସ ମଧ୍ୟ ଭାରତ ବିପକ୍ଷ ଟି-୨୦ ସିରିଜ ଖେଳିବେ।

ଅଷ୍ଟ୍ରେଲିଆ ସ୍କ୍ୱାଡ: ମାଥ୍ୟୁ ୱେଡ(ଅଧିନାୟକ), ଆରୋନ ହାର୍ଡି, ଜାସନ ବେହର୍ନଡ୍ରଫ, ସେନ ଆବୋଟ, ଟିମ ଡାଭିଡ, ନାଥନ ଏଲିସ, ଟ୍ରାଭିସ ହେଡ୍‌, ଜୋଶ ଇଙ୍ଗଲିସ, ଗ୍ଲେନ ମ୍ୟାକ୍ସୱେଲ, ତନବୀର ସଙ୍ଘା, ମ୍ୟାଟ ଶର୍ଟ, ଷ୍ଟିଭ ସ୍ମିଥ, ମାର୍କସ ଷ୍ଟୋଇନିସ, କେନ ରିଚାର୍ଡସନ ଓ ଆଡାମ ଜାମ୍ପା।

India Vs Australia ICC David Warner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe