Advertisment

ବିଶ୍ୱକପ ମଝିରେ ଅନ୍ତର୍ଜାତୀୟ କ୍ରିକେଟକୁ ବାଏବାଏ କହିଲେ ଏହି କ୍ରିକେଟର

ଚଳିତ ବିଶ୍ୱକପରେ ୱିଲୀ ଏଯାଏ ଇଂଲଣ୍ଡ ପାଥଁ ୩ଟି ମ୍ୟାଚ ଖେଳିଛନ୍ତି। ସେ ୫ଟି ୱିକେଟ ନେଇଥିବା ବେଳେ ନିମ୍ନକ୍ରମରେ ଦଳ ପାଇଁ ୪୨ ରନ ଯୋଡ଼ିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
ENG

ENG

ଭାରତରେ ଦିନିକିଆ ବିଶ୍ୱକପ ଚାଲିଥିବା ବେଳେ ମାତ୍ର ୩୩ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଇଂଲଣ୍ଡର ଷ୍ଟାର ଦ୍ରୁତ ବୋଲର ଡାଭିଡ ୱିଲୀ। ଚଳିତ ବିଶ୍ୱକପରେ ଇଂଲଣ୍ଡ ସେମି ଫାଇନାଲ ଦୌଡ଼ରୁ ବାଦ ପଡ଼ିଛି।

Advertisment

ୱିଲୀ ମଧ୍ୟ ସେମିତି ଆଖି ଦୃଶିଆ ପ୍ରଦର୍ଶନ କରି ପାରିନାହାନ୍ତି। ତେଣୁ ଚଳିତ ବିଶ୍ୱକପ ପରେ ୱିଲୀ ଆଉ ଇଂଲଣ୍ଡ ପାଇଁ ଖେଳୁ ଥିବାର ନଜର ଆସିବେ ନାହିଁ ବୋଲି ଆଜି ଘୋଷଣା କରିଛନ୍ତି। ଚଳିତ ବିଶ୍ୱକପରେ ୱିଲୀ ଏଯାଏ ଇଂଲଣ୍ଡ ପାଥଁ ୩ଟି ମ୍ୟାଚ ଖେଳିଛନ୍ତି। ସେ ୫ଟି ୱିକେଟ ନେଇଥିବା ବେଳେ ନିମ୍ନକ୍ରମରେ ଦଳ ପାଇଁ ୪୨ ରନ ଯୋଡ଼ିଛନ୍ତି।

ୱିଲୀ ନିଜର ଅବସର ସମ୍ପର୍କରେ ଘୋଷଣା କରି କହିଛନ୍ତି, “ଏହି ଦିନ ଆସୁ ବୋଲି ମୁଁ କେବେ ଚାହୁଁ ନଥିଲି। ପିଲାଟି ବେଳୁ ହିଁ ଇଂଲଣ୍ଡ ପାଇଁ ଖେଳିବା ସବୁବେଳେ ମୋର ସ୍ୱପ୍ନ ଥିଲା। ମୁଁ ଦେଶ ପାଇଁ ଖେଳିବାକୁ ସୌଭାଗ୍ୟ ପାଇଛି। ଏବେ ସବୁ କିଛି ବିଚାରକୁ ନେଇ ମୁଁ ଅବସର ଘୋଷଣା କରୁଛି। ଚଳିତ ବିଶ୍ୱକପ ପରେ ଅନ୍ତର୍ଜାତୀୟ କ୍ରିକେଟରେ ମୁଁ ଆଉ ନଜର ଆସିବି ନାହିଁ।”

Advertisment

ଅନ୍ତର୍ଜାତୀୟ କ୍ରିକେଟରୁ ୱିଲୀ ଅବସର ନେଇଥିଲେ ହେଁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଘରୋଇ ଲିଗ ଟୁର୍ଣ୍ଣାମେଣ୍ଟ ଖେଳିବା ଜାରି ରଖିବେ। ଏଯାଏ ୱିଲୀ ଦିନିକିଆରେ ୯୪ଟି ୱିକେଟ ଓ ଟି-୨୦ରେ ଇଂଲଣ୍ତ ପାଇଁ ୫୧ଟି ସଫଳତା ପାଇଛନ୍ତି।

୨୦୧୬ ଟି-୨୦ ବିଶ୍ୱକପରେ ସେ ଇଂଲଣ୍ଡ ପାଇଁ ଖେଳିଥିଲେ। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ଫାଇନାଲରେ ୱେଷ୍ଟଇଣ୍ଡିଜ ଠାରୁ ହାରି ଯାଇଥିଲା। କିନ୍ତୁ ୱିଲୀ ନିଜର ଛାପ ଛାଡ଼ିବାକୁ ସକ୍ଷମ ହୋଇଥିଲେ। ସେ ଇଂଲଣ୍ଡ ପାଇଁ ଟି-୨୦ରେ ସର୍ବାଧିକ ୱିକେଟ ଦଖଲ କରିଥିଲେ।

ICC England ICC Men’s Cricket World Cup 2023