Rohit Sharma
ନୂଆଦିଲ୍ଲୀ : ଆଜି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୭୩ ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ ।
ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଦଳ ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ୫୧ରନ(୪୭ ବଲ୍, ୬ ଚୌକା), ଅକ୍ଷରଙ୍କ ୫୪ ରନ(୨୫ ବଲ୍, ୫ ଛକା, ୪ ଚୌକା), ମନିଷ ପାଣ୍ଡେଙ୍କ ୨୬ ରନ୍(୧୮ ବଲ୍, ୫ ଚୌକା) ଓ ପୃଥ୍ବୀ ଶ ୧୫ ରନ(୧୦ ବଲ୍, ୩ ଚୌକା) ବଲରେ ନିର୍ଦ୍ଧାରିତ ୧୯.୪ ଓଭରରେ ୧୭୨ରନ କରି ଅଲଆଉଟ୍ ହୋଇଯାଇଥିଲା । ଅନ୍ୟ ବ୍ୟାଟ୍ସମ୍ୟାନମାନେ ଉତ୍ତମ ଖେଳ ଦେଖାଇବାରେ ବିଫଳ ହୋଇଥିଲେ। ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର ଆଜି ଲଗାତାର ୩ୟ ଅର୍ଦ୍ଧଶତକ ମାରିଥିଲେ।
ମୁମ୍ବାଇ ପକ୍ଷରୁ ଜେସନ ବେହେରେନଡ୍ରଫ ଓ ପିୟୁଷ ଚାଓ୍ୱାଲା ୩ଟି ଲେଖାଏଁ ଓ୍ୱିକେଟ, ରିଲେ ମେରେଡିଥ ୨ଟି ଓ୍ୱିକେଟ, ହ୍ରିତିକ ସୋକିନ ଗୋଟିଏ ଓ୍ୱିକେଟ ନେଇଥିଲେ।
ସେପଟେ ଲକ୍ଷ୍ୟକୁ ପିଛା କରି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପ୍ରାରମ୍ଭିକ ଭଲ ବ୍ୟାଟିଂ ଆରମ୍ଭ କରିଛି। ରୋହିତ ଦ୍ରୁତ ଅର୍ଦ୍ଧଶତକ କରି ଫିଲ୍ଡରେ ଦର୍ଶକଙ୍କୁ ଆମୋଦିତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us