Advertisment

ଜୟ ଶାହଙ୍କ ପରେ ଜେଟଲୀଙ୍କ ପୁଅ ହେବେ ବିସିସିଆଇ ସମ୍ପାଦକ!

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ହେଉଛନ୍ତି ଜୟ ଶାହ। ସେ ଆଇସିସି ଅଧ୍ୟକ୍ଷ ହୋଇଗଲେ ବିସିସିଆଇ ସମ୍ପାଦକ କିଏ ହେବେ, ତା’କୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି।

BCCI

BCCI

Advertisment

ବର୍ତ୍ତମାନ ବିସିସିଆଇ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ଜୟ ଶାହ ଖୁବଶୀଘ୍ର ଆଇସିସିର ଅଧ୍ୟକ୍ଷ ହୋଇପାରନ୍ତି। ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜୟ ଶାହ ଏହି ପଦକ ସମ୍ଭାଳିବେ ବୋଲି ଏକାଧିକ ରିପୋର୍ଟ ପ୍ରକାଶ ପାଇଛି।

Advertisment

ଆଇସିସି ଅଧ୍ୟକ୍ଷ ପଦ ରେସରେ ସାମିଲ ହେବାକୁ ଜଣେ ଆଶାୟୀଙ୍କୁ ପ୍ରୋପଜର ଓ ସେକେଣ୍ଡରର ଆବଶ୍ୟକତା ରହିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖୋଲାଖୋଲି ଭାବେ ଶାହଙ୍କୁ ସମର୍ଥନ କରିବେ। ତେଣୁ ସେ ଆଇସିସିର ଅଧ୍ୟକ୍ଷ ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ହେଉଛନ୍ତି ଜୟ ଶାହ। ସେ ଆଇସିସି ଅଧ୍ୟକ୍ଷ ହୋଇଗଲେ ବିସିସିଆଇ ସମ୍ପାଦକ କିଏ ହେବେ, ତା’କୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଯଦି ଜୟ ଶାହ ଆଇସିସି ଚେୟାରମ୍ୟାନ ହେଉଛନ୍ତି, ତା’ହେଲେ ରୋହନ ଜେଟଲୀ ବିସିସିଆଇର ସମ୍ପାଦକ ହୋଇ ପାରନ୍ତି।

Advertisment

ରୋହନ ହେଉଛନ୍ତି ଦିବଙ୍ଗତ ବିଜେପି ନେତା ଅରୁଣ ଜେଟଲୀଙ୍କ ପୁଅ। ସେ ଏବେ ଦିଲ୍ଲୀ ଓ ଡିଷ୍ଟ୍ରିକ କ୍ରିକେଟ ଆସୋସିଏସନର ସଭାପତି ରହିଛନ୍ତି। ତେଣୁ ତାଙ୍କୁ ବିସିସିଆଇର ଗୁରୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି।

ଆଇସିସି ଅଧ୍ୟକ୍ଷ ପ୍ରତ୍ୟେକ ଦୁଇ ବର୍ଷ ଲେଖାଏ ତିନି ଟର୍ମ ପାଇଁ କାର୍ଯ୍ୟଭାର ସମ୍ଭାଳନ୍ତି। ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେ ୨୦୨୦ରେ ଆଇସିସିର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ। ୨୦୨୨ରେ ମଧ୍ୟ ପୁନର୍ବାର ତାଙ୍କୁ ଦାୟିତ୍ୱ ମିଳିଥିଲା। ଚଳିତ ବର୍ଷ ନଭେମ୍ବରରେ ତାଙ୍କର ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବ। କିନ୍ତୁ ସେ ତୃତୀୟ ଥର ପାଇଁ ଆଇସିସି ଅଧ୍ୟକ୍ଷ ପଦ ପାଇଁ ନିର୍ବଚାନ ଲଢିବେ ନାହିଁ ବୋଲି ମନା କରି ଦେଇଛନ୍ତି।

ଫଳରେ ନୂଆ ଅଧ୍ୟକ୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ନିର୍ବାଚନ କରିବାକୁ ପଡ଼ିବ। ଯଦି ଏକାଧିକ ବ୍ୟକ୍ତି ନାମାଙ୍କନ ଦାଖଲ କରନ୍ତି, ତେବେ ନିଶ୍ଚିତ ରୂପେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ଅଗଷ୍ଟ ୨୭ ରହିଛି।

ଆଇସିସି ନିୟମ ଅନୁସାରେ, ଚେୟାରମ୍ୟାନ୍ ନିର୍ବାଚନରେ ​​୧୬ଟି ଭୋଟ୍ ରହିଛି। ପୂର୍ବରୁ ଅଧ୍ୟକ୍ଷ ହେବାକୁ ହେଲେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ପଡୁଥିଲା। ବର୍ତ୍ତମାନ କିନ୍ତୁ ବିଜୟ ହେବା ପାଇଁ ପ୍ରାର୍ଥୀଙ୍କୁ ନଅଟି ଭୋଟ୍ ଅର୍ଥାତ୍ ୫୧% ସମର୍ଥନ ସହ ସଂଖ୍ୟାଗରିଷ୍ଠତା ଆବଶ୍ୟକ।

ଯଦି ଜୟ ଶାହ ଏଥିପାଇଁ ନାମାଙ୍କନ ଭରନ୍ତି, ତେବେ ସେ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ଭୋଟ୍ ଦେବାକୁ ଥିବା ୧୬ଜଣ ସଦସ୍ୟଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ଶାହ ମାତ୍ର ୩୫ ବର୍ଷ ବୟସରେ ଆଇସିସି ଅଧ୍ୟକ୍ଷ ହେବାର ରେକର୍ଡ କରିବେ। ସେ ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ କ୍ରିକେଟର ସବୁଠାରୁ ବଡ଼ ସଂସ୍ଥାର ମୁଖ୍ୟ ହେବେ।

ଏହାବାଦ ଶାହ ୫ମ ଭାରତୀୟ ଭାବେ ଏହି ପଦରେ ଅଳଙ୍କୃତ କରିବେ। ଏହା ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ ଶ୍ରୀନିବାସନ ଓ ଶଶାଙ୍କ ମନୋହର ଆଇସିସିର ମୁଖ୍ୟ ପଦରେ ରହିଥିଲେ।

Bcci ICC Jay Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe