/odisha-reporter/media/post_attachments/uploadimage/library/16_9/16_9_0/AUS_1697104546.jpg)
AUS
ବିଶ୍ୱକପ ୨୦୨୩ର ୧୦ମ ମ୍ୟାଚ୍ରେ ମୁହାଁମୁହିଁ ହେଉଛନ୍ତି ଦୁଇ ଶକ୍ତିଶାଳୀ ଟିମ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା। ଲକ୍ଷ୍ନୌରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।
ତେବେ ଏହାକୁ ଭୁଲ ପ୍ରମାଣିତ କରି ଦକ୍ଷିଣ ଆଫ୍ରିକାର ଦୁଇ ଓପନର ତେମ୍ବା ବଭୂମା ଓ କ୍ୱିଣ୍ଟନ ଡି’କକ ଦମଦାର ବ୍ୟାଟିଂ କରିଛନ୍ତି। ପ୍ରଥମ ୧୬ ଓଭର୍ରେ ଦକ୍ଷିଣ ଆଫ୍ରିକା ବିନା କୌଣସି ୱିକେଟ ହରାଇ ୮୮ ରନ କରି ନେଇଥିଲା। ଡି’କକ ୫୧ ବଲରେ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।
୧୬ ଓଭର୍ ମଧ୍ୟରେ ଅଷ୍ଟ୍ରେଲିଆ ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ୭ ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ ମଧ୍ୟ କେହି ବି ସଫଳତା ପାଇନାହାନ୍ତି। ବଭୂମା ଓ ଡି’କକ ପ୍ରଥମ ଡ୍ରିଙ୍କ୍ସ ବ୍ରେକ ସୁଦ୍ଧା କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନାହାନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଦକ୍ଷିଣ ଆଫ୍ରିକା ବିନା କୌଣସି ୱିକେଟ ହରାଇ ୧୯ ଓଭର୍ରେ ୧୦୫ ରନ କରି ନେଇଛି। ବଭୂମା ୩୪ ଓ ଡି’କକ ୬୧ ବଲରେ ୬୬ ରନ କରି ବ୍ୟାଟିଂ କରୁଛନ୍ତି।
ଲକ୍ଷ୍ନୌ ପିଚ୍ ସାଧାରଣତଃ ସ୍ପିନରଙ୍କୁ ସୁହାଇ ଥାଏ। ତେଣୁ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କୋଟେଜଙ୍କ ବଦଳରେ ତାବ୍ରାଇଜ ସାମସିଙ୍କୁ ଆଜି ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି।
ସେହିପରି ଅଷ୍ଟ୍ରେଲିଆ ଦୁଇଟି ପରିବର୍ତ୍ତନ କରିଛି। କାମେରନ ଗ୍ରୀନଙ୍କ ବଦଳରେ ମାର୍କସ ଷ୍ଟୋଇନିସ ଓ ଆଲେକ୍ସ କେରୀଙ୍କ ବଦଳରେ ଜୋଶ ଇଙ୍ଗଲିସଙ୍କୁ ସୁଯୋଗ ମିଳିଛି। ଅଷ୍ଟ୍ରେଲିଆ ତା’ର ପ୍ରଥମ ମ୍ୟାଚ୍ରେ ଭାରତ ଠାରୁ ହାରିଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ୧୦୨ ରନରେ ଶ୍ରୀଲଙ୍କାକୁ ହରାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
