Advertisment

ବିଶ୍ୱକପରେ ଡି’କକ କଲେ ବଡ଼ ରେକର୍ଡ

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଡି’କକ ଚଳିତ ବିଶ୍ୱକପରେ ନିଜର ତୃତୀୟ ଶତକ ହାସଲ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Quinton de Kock

Quinton de Kock

ନିଜ ଦିନିକିଆ କ୍ୟାରିୟରର ଶେଷ ବିଶ୍ୱକପ ଖେଳୁଥିବା ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର କ୍ୱିଣ୍ଟନ ଡି’କକ ନିଜର ଜଲୱା ଦେଖାଇ ଚାଲିଛନ୍ତି। ଆଜି ବାଂଲାଦେଶ ବିପକ୍ଷରେ ନିଜର ୧୫୦ତମ ମ୍ୟାଚ୍‌ ଖେଳୁଥିବା ଡି’କକ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ପାଇଁ ନୂଆ ରେକର୍ଡ କରିଛନ୍ତି।

Advertisment

ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଉଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଡି’କକ ଚଳିତ ବିଶ୍ୱକପରେ ନିଜର ତୃତୀୟ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୨୦ତମ ଶତକ। ଡି’କକ ବିସ୍ଫୋରକ ୧୭୪ ଓ କ୍ଲାସେନଙ୍କ ୯୦ ରନ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୮୨ ରନ କରିଛି।

ଚଳିତ ବିଶ୍ୱକପ ଶେଷ ହେବା ପରେ ଡି’କକ ଦିନିକିଆ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ସେ ଭାରତରେ ବିଶ୍ୱକପ ଖେଳୁଥିବା ବେଳେ ପ୍ରଥମେ ଶ୍ରୀଲଙ୍କା ଓ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିଲେ। ଆଜି ମଧ୍ୟ ସେ ୧୦୧ ବଲରେ ନିଜର ଶତକ ହାସଲ କରିଛନ୍ତି। ଏହାପରେ ସେ ବିସ୍ଫୋରକ ବ୍ୟାଟିଂ କରି ୧୭୪ ରନର ଇନିଂସ ଖେଳିଛନ୍ତି।

Advertisment

ଆଜିର ଇନିଂସ ପରେ ଡି’କକ ଦକ୍ଷିଣ ଆଫ୍ରିକା କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ବ୍ୟାଟର ଭାବେ କୌଣସି ଗୋଟିଏ ବିଶ୍ୱକପରେ ୩ଟି ଶତକ ହାସଲ କରିଛନ୍ତି। ସେହିପରି ବିଶ୍ୱର ୭ମ ବ୍ୟାଟର ଭାବେ ଡି’କକ ଏଭଳି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପୂର୍ବରୁ ଏହି ବିରଳ  ତାଲିକାରେ ରୋହିତ ଶର୍ମା, କୁମାର ସାଙ୍ଗାକାରା ଓ ସୌରଭ ଗାଙ୍ଗୁଲିଙ୍କ ନାଁ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୧୫ ଓ ୨୦୧୯ ବିଶ୍ୱକପରେ ଡି’କକ ଗୋଟିଏ ହେଲେ ବି ଶତକ ହାସଲ କରି ନଥିଲେ। କିନ୍ତୁ ଏହି ଧାରାକୁ ସେ ଭାରତରେ ଖେଳା ଯାଉଥିବା ବିଶ୍ୱକପରେ ଭାଙ୍ଗିଛନ୍ତି। ସେ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ୮୪ ବଲରେ ୧୦୦ ରନର ଇନିଂସ ଖେଳିଥିଲେ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ମଧ୍ୟ ବିଶ୍ୱକପର ସବୁ ରେକର୍ଡ ଭାଙ୍ଗି ୫୦ ଓଭର୍‌ରେ ୪୨୮ ରନ କରିଥିଲା। ଏହାପରେ ଡି’କକ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ୧୧୦ ରନର ଇନିଂସ ଖେଳିଥିଲେ।

ଆଜି ଡି’କକ ଶତକ ହାସଲ କରିବା ପରେ ଏବି ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଡିଭିଲିୟର୍ସ ୨୦୧୫ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ପାଇଁ ୨ଟି ଶତକ ହାସଲ କରିଥିଲେ। ଏହାକୁ ଆଜି ଯାଏ କେହି ବି ଭାଙ୍ଗି ନଥିଲେ। କିନ୍ତୁ ଡି’କକ ୧୭୪ ରନର ଇନିଂସ ଖେଳି ଏହାକୁ ଭାଙ୍ଗି ଦେଇଛନ୍ତି।

Bangladesh ICC South Africa ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup ICC WC