Advertisment

ଡି’କକଙ୍କ ଅର୍ଦ୍ଧଶତକ, ବାଂଲାଦେଶକୁ ଡବଲ ସଫଳତା

ଡି’କକ ଓ ହେଣ୍ଡ୍ରିକ୍ସ ପ୍ରଥମ ୱିକେଟ ପାଇଁ ୩୩ ରନ ଯୋଡ଼ିଥିଲେ।

author-image
Hemant Lenka
De Kock

De Kock

ବିଶ୍ୱକପର ୨୩ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଦଳର ଦୁଇ ଓପନର ରୀଜା ହେଣ୍ଡ୍ରିକ୍ସ ଓ କ୍ୱିଣ୍ଟନ ଡି’କକ ଠିକ ଠାକ ଆରମ୍ଭ କରିଥିଲେ ହେଁ ବାଂଲାଦେଶ ଡବଲ ୱିକେଟ ନେବାକୁ ସଫଳ ହୋଇଛି। ଅବଶ୍ୟ ଏବେ ବି ଡି’କକ ଅର୍ଦ୍ଧଶତକ ସହ କ୍ରିଜରେ ଅଛନ୍ତି। ତାଙ୍କ ସହ ଅଧିନାୟକ ଏଡେନ ମାର୍କରମ ବ୍ୟାଟିଂ କରୁଛନ୍ତି।

Advertisment

ଡି’କକ ଓ ହେଣ୍ଡ୍ରିକ୍ସ ପ୍ରଥମ ୱିକେଟ ପାଇଁ ୩୩ ରନ ଯୋଡ଼ିଥିଲେ। ଏତିକି ବେଳେ ଶୋରିଫୁଲ ଇସଲାମ ୧୨ ରନ କରିଥିବା ହେଣ୍ଡ୍ରିକ୍ସଙ୍କୁ ବୋଲ୍ଡ କରି ବାଂଲାଦେଶକୁ ପ୍ରଥମ ସଫଳତା ଦେଇଥିଲେ। ଆଉ ୩ ରନ ପରେ ଇନଫର୍ମ ରସି ଭାନ ଡେର ଡୁସେନ(୧) ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ମେହିଦୀ ହାସନ ମିରାଜ ନେଇଥିଲେ।

୩୬ ରନରେ ଦକ୍ଷିଣ ଆଫ୍ରିକା ଦୁଇଟି ୱିକେଟ ହରାଇଥିଲେ ମଧ୍ୟ ଡି’କକ ଓ ମାର୍କରମ ସ୍ଥିତି ସମ୍ଭାଳିଥିଲେ। ଡି’କକ ମଧ୍ୟ ଚଳିତ ବିଶ୍ୱକପରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ମାର୍କରମ ଭରପୂର ସାଥ ମଧ୍ୟ ଦେଇଛନ୍ତି।

Advertisment

ରିପୋର୍ଟ ଲେଖା ହେବା ବେଳକୁ ଦକ୍ଷିଣ ଆଫ୍ରିକା ୨୨ ଓଭର୍‌ରେ ୨ ୱିକାଟ ହରାଇ ୧୧୩ ରନ କରିଛି। ଡି’କକ ୬୮ ଓ ମାର୍କରମ ୩୧ ରନ କରି ଅପରାଜିତ ରହିଛନ୍ତି। 

ଅନ୍ୟପକ୍ଷରେ ଭାରତ ବିପକ୍ଷ ମ୍ୟାଚ୍‌ରେ ଖେଳୁ ନଥିବା ବାଂଲାଦେଶର ଅଧିନାୟକ ସାକିବ ଅଲ ହାସନ ଆଜି ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup ICC WC