Advertisment

ଡି’କକଙ୍କ ରେକର୍ଡ ଶତକ, ବଡ଼ ସ୍କୋର ଅଭିମୁଖେ ଦକ୍ଷିଣ ଆଫ୍ରିକା

ପୂର୍ବରୁ ଚଳିତ ବିଶ୍ୱକପରେ ୩ଟି ଶତକ ହାସଲ କରିଥିବା ଡି’କକ ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ସେଞ୍ଚୁରୀ ମାରିଛନ୍ତି।

author-image
Hemant Lenka
SA

SA

ଚଳିତ ବିଶ୍ୱକପରେ ରେକର୍ଡ କରିଛନ୍ତି ଦକ୍ଷିଣ ଆଫ୍ରିକାର ଓପନର କ୍ୱିଣ୍ଟନ ଡି’କକ। ନିଜର ଶେଷ ଦିନିକିଆ ବିଶ୍ୱକପ ଖେଳୁଥିବା ଡି’କକ ଗୋଟିଏ ପରେ ଗୋଟିଏ ଶତକ ହାସଲ କରିବାରେ ଲାଗିଛନ୍ତି। 

Advertisment

ପୂର୍ବରୁ ଚଳିତ ବିଶ୍ୱକପରେ ୩ଟି ଶତକ ହାସଲ କରିଥିବା ଡି’କକ ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ସେଞ୍ଚୁରୀ ମାରିଛନ୍ତି। ଚଳିତ ବିଶ୍ୱକପରେ ତାଙ୍କ ଶତକ ସଂଖ୍ୟା ୪ରେ ପହଞ୍ଚିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଡି’କକ ବେଶ ଚମତ୍କାର ଢଙ୍ଗରେ ଛକା ମାରି ଶତକ ହାସଲ କରିଛନ୍ତି।

ଆଜିର ଶତକ ପରେ ସେ କୁମାର ସାଙ୍ଗାକାରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତ। ବିଶ୍ୱକପର ଗୋଟିଏ ସଂସ୍କରଣରେ ଡି’କକଙ୍କ ଭଳି ସାଙ୍ଗାକାର ମଧ୍ୟ ୪ ଶତକ ହାସଲ କରିଥିଲେ।

Advertisment

୨୦୧୫ରେ ସେ ଏପରି କୀର୍ତ୍ତିମାନ ହାସଲ କରିଥିଲେ। ୨୦୧୯ରେ ରୋହିତ ଶର୍ମା ବିଶ୍ୱକପର ଗୋଟିଏ ସଂସ୍କରଣରେ ୫ ଶତକ ମାରି ତାଲିକାର ଶୀର୍ଷରେ ରହିଛନ୍ତି। ଡି’କକ ଆଜି ୪ର୍ଥ ଶତକ ହାସଲ କରିଛନ୍ତି। ତେଣୁ ରୋହିତଙ୍କୁ ଅତିକ୍ରମ କରିବା ପାଇଁ ପରବର୍ତ୍ତୀ ମ୍ୟାଚ୍‌ ଗୁଡ଼ିକରେ ସେ ସୁଯୋଗ ପାଇବେ।

ଅନ୍ୟପକ୍ଷରେ ଡି’କକ ଶତକ ହାସଲ କରିବା ପରେ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଛନ୍ତି। ତାଙ୍କ ସହ ଅର୍ଦ୍ଧଶତକ ହାସଲ କରି ରସି ଭାନ ଡେର ଡୁସେନ ମଧ୍ୟ ରହିଛନ୍ତି। ତେଣୁ ଦକ୍ଷିଣ ଆଫ୍ରିକା ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବଡ଼ ସ୍କୋର ହାସଲ କରିବାରେ ରହିଛି।

ରିପୋର୍ଟ ଲେଖା ହେବା ବେଳକୁ ଦକ୍ଷିଣ ଆଫ୍ରିକା ୩୯ ଓଭର୍‌ରେ ୧ ଗୋଟିଏ ୱିକେଟ ହରାଇ ୨୩୦ ରନ କରି ନେଇଛି। ଡି’କକ ୧୧୨ ଓ ଡୁସେନ ୮୫ ରନ କରି ଅପରାଜିତ ରହିଛନ୍ତି। 

ICC ICC Men’s Cricket World Cup 2023