Advertisment

ଡି’କକ ଓ ଡୁସେନଙ୍କ ଦମଦାର ଶତକ: ନ୍ୟୁଜିଲ୍ୟାଣ୍ତକୁ ୩୫୮ ରନର ଟାର୍ଗେଟ

ଦକ୍ଷିଣ ଆଫ୍ରିକା ପାଇଁ ଡୁସେନ ୧୧୮ ବଲରେ ୧୩୩ ଓ ଡି’କକ୧୧୬ ବଲରେ ୧୧୪ ରନର ଇନିଂସ ଖେଳିଛନ୍ତି। ଏଥିସହ ଉଭୟ ଦ୍ୱିତୀୟ ୱିକେଟ ପାଇଁ ରେକର୍ଡ ୨୦୦ ରନର ଭାଗିଦାରୀ ମଧ୍ୟ କରିଥିଲେ। ଚଳିତ ବିଶ୍ୱକପରେ ଏହା ଡି’କକଙ୍କ ୪ର୍ଥ ଶତକ। ଡୁସେନ ନିଜର ଦ୍ୱିତୀୟ ଶତକ ହାସଲ କରିଛନ୍ତି।

SA

SA

Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗର୍ଜିଛି ଦକ୍ଷିଣ ଆଫ୍ରିକା ବ୍ୟାଟର୍ସଙ୍କ ବ୍ୟାଟ। ବିଶେଷ କରି କ୍ୱିଣ୍ଟନ ଡି’କକ ଓ ରସି ଭାନ ଡେର ଡୁସେନ ଦମଦାର ଶତକ ହାସଲ କରିଛନ୍ତି। ଶେଷ ଭାଗରେ ଡାଭିଡ ମିଲର ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରି ନିଜର ଜଲୱା ଦେଖାଇଛନ୍ତି। ବ୍ୟାଟର୍ସଙ୍କ ଦମରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ୩୫୭ ରନ କରିଛି। ଫଳରେ ନ୍ୟୁଜିଲ୍ୟାଣ୍ଡକୁ ବିଶ୍ୱକପର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌କୁ ଜିତିବା ପାଇଁ ୩୫୮ ରନର ଟାର୍ଗେଟ ମିଳିଛି।

Advertisment

ଦକ୍ଷିଣ ଆଫ୍ରିକା ପାଇଁ ଡୁସେନ ୧୧୮ ବଲରେ ୧୩୩ ଓ ଡି’କକ୧୧୬ ବଲରେ ୧୧୪ ରନର ଇନିଂସ ଖେଳିଛନ୍ତି। ଏଥିସହ ଉଭୟ ଦ୍ୱିତୀୟ ୱିକେଟ ପାଇଁ ରେକର୍ଡ ୨୦୦ ରନର ଭାଗିଦାରୀ ମଧ୍ୟ କରିଥିଲେ। ଚଳିତ ବିଶ୍ୱକପରେ ଏହା ଡି’କକଙ୍କ ୪ର୍ଥ ଶତକ। ଡୁସେନ ନିଜର ଦ୍ୱିତୀୟ ଶତକ ହାସଲ କରିଛନ୍ତି। 

ପୁଣେରେ ଖେଳା ଯାଉଥିବା ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକାର ଦୁଇ ଓପନର ତେମ୍ବା ବଭୂମା ଓ ଡି’କକ ୮ ଓଭର ଯାଏ ବେଶ ସତର୍କତାର ସହ ଖେଳିଥିଲେ। କିନ୍ତୁ ୮.୩ ଓଭର୍‌ରେ ଟ୍ରେଣ୍ଟ ବୋଲ୍ଟ ୨୪ ରନ କରିଥିବା ବଭୂମାଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟକା ଦେଇଥିଲେ।

Advertisment

ଏହାପରେ କ୍ୱିୱି ଟିମ ଦକ୍ଷିଣ ଆଫ୍ରିକା ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଡି’କକ ଓ ଡୁସେନ ଏହା କରାଇ ଦେଇ ନଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ପ୍ରଥମେ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ବଡ଼ବଡ଼ ଶଟ ଖେଳି ପ୍ରଥମେ ଡି’କକ ଓ ପରେ ଡୁସେନ ୧୦୧ ବଲରେ ନିଜର ଶତକ ହାସଲ କରିଥିଲେ।

ଶତକ ହାସଲ କରିବା ପରେ ଉଭୟ ଛକା ଓ ଚୌକା ବର୍ଷା କରିଥିଲେ। ଦ୍ୱିତୀୟ ୱିକେଟ ପାଇଁ ୨୦୦ ରନ ଭାଗିଦାରୀ କରି ଦଳୀୟ ସ୍କୋରକୁ ୩୯ ଓଭର ସୁଦ୍ଧା ୨୩୮ରେ ପହଞ୍ଚାଇଥିଲେ।

କିନ୍ତୁ ୪୦ତମ ଓଭର୍‌ର ଶେଷ ବଲରେ ଡି’କକ ବଡ଼ ଶଟ ମାରିବାକୁ ଯାଇ ଟିମ ସାଉଦିଙ୍କ ବଲରେ ଆଉଟ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୧୧୬ ବଲରେ ୧୦ଟି ଚୌକା ଓ ୩ଟି ଛକା ବଳରେ ୧୧୪ ରନର ଇନିଂସ ଖେଳିଥିଲେ।

ଡି’କକଙ୍କ ପରେ ଡୁସେନଙ୍କ ସହ ସ୍ଥିତି ସମ୍ଭାଳିଥିଲେ ମିଲର। ଉଭୟ କ୍ୱିୱି ଟିମର ପ୍ରତିଟି ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। କେବଳ ଛକା ଓ ଚୌକାରେ ସେମାନେ କଥାବାର୍ତ୍ତା କରିଥିଲେ। ଦଳୀୟ ସ୍କୋରକୁ ୩୦୦ ମଧ୍ୟ ପାର କରାଇ ଦେଇଥିଲେ।

୪୮ତମ ଓଭର୍‌ର ପ୍ରଥମ ବଲରେ ୧୩୩ ରନ କରିଥିବା ଡୁସେନଙ୍କୁ ସାଉଦି ବୋଲ୍ଡ କରି ତାଙ୍କ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣି ନଥିଲେ। ଡୁସେନ ତାଙ୍କ ଇନିଂସରେ ୯ଟି ଚୌକା ଓ ୫ଟି ଛକା ମାରିଛନ୍ତି। ଡୁସେନ ଆଉଟ ହେବା ପରେ ମିଲର ତାଙ୍କ କିଲର ରୂପ ଦେଖାଇଥିଲେ।

ସେ ବଡ଼ ବଡ଼ ଶଟ ଖେଳିବାରେ ଲାଗିଥିଲେ। ତାଙ୍କୁ ହେନରିଚ କ୍ଲାସେନ ଭରପୂର ସହାୟତା କରିଥିଲା। ମିଲର ଛକା ମାରି ୫୦ ରନ ରନ କରିବା ପରେ ପୁଣି ଗୋଟିଏ ବଡ଼ ଶଟ ଖେଳିଥିଲେ। କିନ୍ତୁ ଶେଷ ଓଭର ବୋଲିଂ କରୁଥିବା ଜିମ୍ମି ନୀଶମଙ୍କ ବଲକୁ ସେ ବାଉଣ୍ଡରୀ ବାହାରକୁ ପଠାଇ ପାରି ନଥିଲେ। ତାଙ୍କ କ୍ୟାଚକୁ ଡାରେଲ ମିଚେଲ ଧରି ପକାଇଥିଲେ। 

ମିଲର ଆଜି ୩୦ ବଲରେ ୪ ଛକା ଓ ୨ଟି ଚୌକା ବଳରେ ୫୩ ରନର ଇନିଂସ ଖେଳିଛନ୍ତି। ଇନିଂସର ଶେଷ ବଲ ଖେଳିବାକୁ ଆସିଥିଲେ ଏଡେନ ମାର୍କରମ। ସେ ନୀଶମଙ୍କୁ ଛକା ମାରି ଦକ୍ଷିଣ ଆଫ୍ରିକାର ସ୍କୋର ୩୫୭ ରନରେ ପହଞ୍ଚାଇ ଦେଇଥିଲେ। କ୍ଲାସେନ ଶେଷ ଯାଏ ୭ ବଲରେ ୧୫ ରନ କରି ଅପରାଜିତ ରହିଥିଲେ।

ICC South Africa ICC World Cup 2023 ICC World Cup ICCC World Cup ICC WC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe