ୱାର୍ଣ୍ଣରଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ଏହି ରେକର୍ଡ କଲେ ଡିଭିଲିୟର୍ସ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ବିଜୟରେ ଆରସିବି ପାଇଁ ହିରୋ ସାଜିଥିବା ଏବି ଡିଭିଲିୟର୍ସ ଆଇପିଏଲ ରେକର୍ଡ ବୁକ୍‌ରେ ନିଜ ନାଁକୁ ସାମିଲ କରିଛନ୍ତି। ଗତକାଲି ଦିଲ୍ଲୀ ବପିକ୍ଷରେ ଡିଭିଲିୟର୍ସ ୪୨ ବଲ୍‌ରେ ୭୫ ରନ୍‌ର ଇନିଂସ୍‌ ଖେଳିଥିଲେ। ତାଙ୍କ ଇନିଂସ ବଳରେ ଆରସିବି ୧୭୧ ରନ୍‌ କରିଥିଲା। ଦିଲ୍ଲୀ ଭଲ ଲଢ଼େଇ କରିଥିଲେ ହେଁ ୧ ରନ୍‌ରେ ମ୍ୟାଚ୍‌ ହାରି ଯାଇଥିଲା। ତେବେ ଅପରାଜିତ ୭୫ ରନ୍‌ର ଅପରାଜିତ ଇନିଂସ ଖେଳି ଡିଭିଲିୟର୍ସ ଦ୍ୱିତୀୟ ବିଦେଶୀ […]

IPL

Hemant Lenka
  • Published: Wednesday, 28 April 2021
  • , Updated: 28 April 2021, 01:44 PM IST

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ବିଜୟରେ ଆରସିବି ପାଇଁ ହିରୋ ସାଜିଥିବା ଏବି ଡିଭିଲିୟର୍ସ ଆଇପିଏଲ ରେକର୍ଡ ବୁକ୍‌ରେ ନିଜ ନାଁକୁ ସାମିଲ କରିଛନ୍ତି। ଗତକାଲି ଦିଲ୍ଲୀ ବପିକ୍ଷରେ ଡିଭିଲିୟର୍ସ ୪୨ ବଲ୍‌ରେ ୭୫ ରନ୍‌ର ଇନିଂସ୍‌ ଖେଳିଥିଲେ। ତାଙ୍କ ଇନିଂସ ବଳରେ ଆରସିବି ୧୭୧ ରନ୍‌ କରିଥିଲା।

ଦିଲ୍ଲୀ ଭଲ ଲଢ଼େଇ କରିଥିଲେ ହେଁ ୧ ରନ୍‌ରେ ମ୍ୟାଚ୍‌ ହାରି ଯାଇଥିଲା। ତେବେ ଅପରାଜିତ ୭୫ ରନ୍‌ର ଅପରାଜିତ ଇନିଂସ ଖେଳି ଡିଭିଲିୟର୍ସ ଦ୍ୱିତୀୟ ବିଦେଶୀ ଖେଳାଳି ଭାବେ ଆଇପିଏଲ୍‌ରେ ୫ ହଜାର ପୂରଣ କରିଛନ୍ତି। ଏହି ୫ ହଜାର ରନ୍‌ କ୍ଲବରେ ଏକମାତ୍ର ବିଦେଶୀ ଖେଳାଳି ଭାବେ ପୂର୍ବରୁ ଡାଭିଡ ୱାର୍ଣ୍ଣର ରହିଥିଲେ। ଦୁଇ ବିଦେଶୀ ଖେଳାଳିଙ୍କ ବ୍ୟତୀତ ଏହି ତାଲିକାରେ ୪ ଭାରତୀୟ ମଧ୍ୟ ରହିଛନ୍ତି।

ତାଲିକାର ୧ନଂ ସ୍ଥାନରେ ଆରିସିବି ଅଧିନାୟକ ବିରାଟ କୋହଲି ରହିଛନ୍ତି। ସେ ଆଇପିଏଲରେ ଏଯାଏ ୬୦୪୧ ରନ୍‌ କରିଛନ୍ତି। ତାଙ୍କ ପଛକୁ ସିଏସକେର ସୁରେଶ ରାଇନା(୫୪୭୨), ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧୱନ(୫୪୫୬) ଓ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା(୫୪୩୧) ରହିଛନ୍ତି।

ୱାର୍ଣ୍ଣର ଏଯାଏ ଆଇପିଏଲରେ ୫ ୩୯୦ ରନ୍‌ କରିଛନ୍ତି। ଏହି ୫ ହଜାର ରନ୍‌ କ୍ଲବରେ ଖୁବଶୀଘ୍ର କ୍ରିସ୍‌ ଗେଲ୍‌ ସାମିଲ ହୋଇପାରନ୍ତି। ଗେଲ ୧୩୮ଟି ମ୍ୟାଚ୍‌ ଖେଳି ଆଇପିଏଲରେ ୪୮୯୧ ରନ୍ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡିଭିଲିୟର୍ସ ତୃତୀୟ ଦ୍ରୁତତମ ଖେଳାଳି ଭାବେ ମାତ୍ର ୧୬୧ଟି ଇନିଂସ୍‌ରେ ୫ ହଜାର ରନ୍‌ କ୍ଲବରେ ସାମିଲ ହୋଇଛନ୍ତି। ଡାଭିଡ ୱାର୍ଣ୍ଣର ୧୩୫ ଇନିଂସ ଓ ବିରାଟ କୋହଲି ୧୫୭ଟି ଇନିଂସ୍‌ରେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ।

୧୭୫ଟି ଆଇପିଏଲ ମ୍ୟାଚ ଖେଳି ସାରିଥିବା ଡିଭିଲିୟର୍ସଙ୍କ ବ୍ୟାଟିଂ ହାର ୪୦। ତାଙ୍କ ନାଁରେ ୩ଟି ଶତକ ଓ ୪୦ଟି ଅର୍ଦ୍ଧଶତକ ରହିଛି। ୨୦୧୮ରୁ ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକା କ୍ରିକେଟରୁ ଅବସର ନେଇ ସାରିଛନ୍ତି। ଅବସର ପରେ ମଧ୍ୟ ସେ ଏକାଧିକ ଘରୋଇ ଲିଗ୍‌ ଖେଳୁଛନ୍ତି ଓ ପୁଣି ଜାତୀୟ ଦଳକୁ ଫେରିବାକୁ ଚାହୁଁଥିବା ଅନେକ ଥର ମତ ଦେଇଛନ୍ତି।

Related story