Advertisment

ଭାରତ ବିପକ୍ଷ ଟେଷ୍ଟ ସିରିଜ ପରେ ଅବସର ନେବେ ଏହି ଷ୍ଟାର କ୍ରିକେଟର

ଘରୋଇ ମାଟିରେ ଭାରତ ବିପକ୍ଷ ଟେଷ୍ଟ ଖେଳି ସାରିବା ପରେ ଏଲଗରଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଜି କ୍ରିକେଟ ଦକ୍ଷିଣ ଆଫ୍ରିକା ପକ୍ଷରୁ କୁହାଯାଇଛି।

Dean Elgar

Dean Elgar

Advertisment

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ଡିନ ଏଲଗର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। ଭାରତ ବିପକ୍ଷ ଦୁଇ ଟିକିଆ ଟେଷ୍ଟ ସିରିଜ ପରେ ସେ କ୍ରିକେଟକୁ ବାଏବାଏ କହିବେ।

Advertisment

ଘରୋଇ ମାଟିରେ ଭାରତ ବିପକ୍ଷ ଟେଷ୍ଟ ଖେଳି ସାରିବା ପରେ ଏଲଗରଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଜି କ୍ରିକେଟ ଦକ୍ଷିଣ ଆଫ୍ରିକା ପକ୍ଷରୁ କୁହାଯାଇଛି।

ଏଲଗର କହିଛନ୍ତି, “କ୍ରିକେଟ ଖେଳିବା ସବୁବେଳେ ମୋର ଡ୍ରିମ ହୋଇ ରହିଥିଲା। କିନ୍ତୁ ଦେଶ ପାଇଁ ଖେଳିବାକୁ ସୁଯୋଗ ପାଇବା ସତରେ ଅପୂର୍ବ। ଦୀର୍ଘ ୧୨ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ଗୌରବ ହାସଲ କରିବା ମୋ ସ୍ୱପ୍ନର ବାହାରେ ଥିଲା। ଏହା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା, ଯାହାକୁ ସୌଭାଗ୍ୟ ବଶତଃ ମୁଁ ପୂରଣ କରିପାରିଛି। 

Advertisment

କୁହାଯାଏ ସବୁ ଭଲ ଜିନିଷର ଅନ୍ତ ଆସେ। ତେଣୁ ଭାରତ ବିପକ୍ଷ ଘରୋଇ ସିରିଜ ମୋର ଶେଷ ମ୍ୟାଚ୍ ହେବ। କାରଣ ଆମର ଏହି ସୁନ୍ଦର ଖେଳରୁ ମୁଁ ଅବସର ନେବାକୁ ନିଷ୍ପତ୍ତି ନେଇ ସାରିଛି। ଏହି ଖେଳ ମୋତେ ଅନେକ କିଛି ଦେଇଛି। କେପ ଟାଉନ ଟେଷ୍ଟ ମୋର ଶେଷ ମ୍ୟାଚ ହେବ।

କେପ ଟାଉନ ହେଉଛି ମୋର ସବୁଠାରୁ ପସନ୍ଦର ଷ୍ଟାଡିୟମ। ଏହି ସ୍ଥାନରେ ମୁଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମୋର ପ୍ରଥମ ଟେଷ୍ଟ ରନ କରିଥିଲି। ଆଶା ଶେଷ ରନ ମଧ୍ୟ ଏଠାରେ ହେବ।”

ଏଲଗର ଏଯାଏ ୮୪ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଭାରତ ବିପକ୍ଷ ଟେଷ୍ଟ ସିରିଜ ପରେ ଏହି ସଂଖ୍ୟା ୮୬ରେ ପହଞ୍ଚିବ। ୧୨ ବର୍ଷ ଧରି କ୍ରିକେଟକୁ ସବୁ କିଛି ଦେଇଥିବା ଏଲଗାର ଟେଷ୍ଟ କ୍ରିକେଟରେ ୫୧୪୬ ରନ କରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକା ପାଇଁ ସେ ୮ଟି ଦିକିଆ ଖେଳି କେବଳ ୧୦୪ ରନ କରିଛନ୍ତି।

ଦକ୍ଷିଣ ଆଫ୍ରିକାର ଟେଷ୍ଟ ସ୍ପେଶାଲିଷ୍ଟ ଭାବେ ଏଲଗର ବେଶ ଖ୍ୟାତି ଅର୍ଜନ କରିଛନ୍ତି। ଟେଷ୍ଟରେ ତାଙ୍କ ନାଁରେ ୧୩ଟି ଶତକ ଓ ୨୩ଟି ଅର୍ଦ୍ଧଶତକ ରହିଛି।

Cricket South Africa India Vs South Africa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe