Advertisment

୪ରୁ ୫ଟି ମ୍ୟାଚ୍‌ ଖେଳି ନ ପାରନ୍ତି ଦୀପକ ଚହର

ଦୀପକ ଚହର ଚଳିତ ଆଇପିଏଲ ସିଜିନର ୪ରୁ ୫ଟି ମ୍ୟାଚ୍‌ ଆହତ କାରଣରୁ ଖେଳି ନ ପାରନ୍ତି। ୨୦୨୨ରେ ମାଂସପେଶୀ ଜନିତ ସମସ୍ୟା ଯୋଗୁ ଚହର ପୂରା ଆଇପିଏଲରୁ ବାଦ ପଡ଼ିଥିଲେ।

Deepak Chahar

Deepak Chahar

Advertisment

ମୁମ୍ବାଇ ଇଣ୍ଡିଆନ୍ସକୁ ଚମତ୍କାର ଭାବେ ହରାଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସର ପିଛା ଛାଡ଼ୁନି ଆହତ ସମସ୍ୟା। ମୁମ୍ବାଇ ମ୍ୟାଚ୍‌ ପୂର୍ବରୁ ବେନ ଷ୍ଟୋକ୍ସ ଓ ମୋଇନ ଅଲୀ ଆହତ ହୋଇଥିଲେ। ଏଥିପାଇଁ ଉଭୟ ଗତକାଲିର ମ୍ୟାଚ୍‌ ଖେଳି ନଥିଲେ।

Advertisment

ସେହିପରି ମ୍ୟାଚ୍‌ ବେଳେ ଦ୍ରୁତ ବୋଲର ଦୀପକ ଚହର ବି ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ସେ ଗତକାଲି ପ୍ରଥମ ଓଭର ବୋଲିଂ କରିବା ବେଳେ ମାଂସପେଶୀ ଯନ୍ତ୍ରଣାରେ ପଡ଼ିଥିଲେ। ଏଥିପାଇଁ ତାଙ୍କୁ ଆଉ ପଡ଼ିଆରେ ଦେଖିବାକୁ ମିଳି ନଥିଲା। ତାଙ୍କ ବଦଳରେ ପୂରା ଇନିଂସରେ ଓଡ଼ିଆ ତାରକା ଶୁଭ୍ରାଂଶୁ ସେନାପତି ଫିଲ୍ଡଂ କରିଥିଲେ।

ଏବେ ମିଳିଥିବା ଖବର ଅନୁଯାୟୀ, ଦୀପକ ଚହର ଚଳିତ ଆଇପିଏଲ ସିଜିନର ୪ରୁ ୫ଟି ମ୍ୟାଚ୍‌ ଆହତ କାରଣରୁ ଖେଳି ନ ପାରନ୍ତି। ୨୦୨୨ରେ ମାଂସପେଶୀ ଜନିତ ସମସ୍ୟା ଯୋଗୁ ଚହର ପୂରା ଆଇପିଏଲରୁ ବାଦ ପଡ଼ିଥିଲେ। ୨୦୨୩ରେ ସେ କମବ୍ୟାକ୍‌ କରିଥିଲେ ମଧ୍ୟ ସିଜିନର ତୃତୀୟ ମ୍ୟାଚ୍‌ରେ ତାଙ୍କର ପୁରୁଣା ସମସ୍ୟା ଦେଖାଦେଇଛି। ତାଙ୍କ ସମସ୍ୟା କେତେ ଗୁରୁତର ଜଣାପଡ଼ି ନଥିଲେ ହେଁ ସେ ସମ୍ଭବତଃ ଆଗାମୀ ୪ରୁ ୫ଟି ମ୍ୟାଚ୍‌ ଖେଳି ନ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment

ଏହି ରିପୋର୍ଟ ସହ କିମ୍ବଦନ୍ତୀ କ୍ରିକେଟର ସୁରେଶ ରାଇନା ମଧ୍ୟ ସହମତି ହୋଇଛନ୍ତି। ସେ କହିଛନ୍ତି, “ଯାହା ଜଣାପଡ଼ୁଛି ଦୀପକ ଚହର ୪ରୁ ୫ ମ୍ୟାଚ୍‌ ଖେଳିବେ ନାହିଁ। ସେ ପୁଣିଥରେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଛନ୍ତି। ସେ ବୋଲିଂ କରିବା ବେଳେ ସମସ୍ୟାର ସମ୍ମୁଖୀନ ହେଉଥିବା ତାଙ୍କ ମୁହଁରୁ ଜଣାପଡ଼ିଛି। ଚେନ୍ନାଇ ଠାରୁ ଆଇପିଏଲ ଭେନ୍ୟୁ ଗୁଡ଼ିକ ବହୁତ ଦୂର। ବାରମ୍ବାର ମ୍ୟାଚ୍‌ ପାଇଁ ଯାତ୍ରା କରିବାକୁ ପଡ଼ିବ। ତେଣୁ ଦୀପକ ଚହର ଫିଟ ହେବାକୁ ସମୟ ଲାଗି ପାରେ।”

ମ୍ୟାଚ୍‌ ବିଜୟରେ ଅଧିନାୟକ ଧୋନି ଆଶ୍ୱସ୍ତ ହୋଇଥିଲେ ହେଁ ଦୀପକ ଚହରଙ୍କୁ ପ୍ରଥମ ଓଭରରେ ହରାଇବା ଚିନ୍ତାଜନକ ଥିଲା ବୋଲି ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ବିଜୟ ଆଶ୍ୱସ୍ତ କରିଛି। କିନ୍ତୁ ଆମେ ଦୀପକଙ୍କୁ ପ୍ରଥମ ଓଭରରେ ହିଁ ହରାଇଥିଲୁ। ସେ ଆମର ନୂଆ ବଲ ବୋଲର। ମାଗଲା ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିଲେ। ଭଲ କଥା ହେଲା ଯେ ସ୍ପିନରମାନେ ଭଲ ବୋଲିଂ କରିଛନ୍ତି। ୭ମ ଓଭର ପରେ ବଲ ଟର୍ଣ୍ଣ କରିବା ଆରମ୍ଭ କରିଥିଲା। ସ୍ପିନର ଓ ଦ୍ରୁତ ବୋଲରମାନେ ଭଲ କମ ବ୍ୟାକ୍‌ କରିଥିଲେ। ମାଗଲା ଓ ପ୍ରିଟୋରିୟସ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି।”

IPL MS Dhoni CSK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe