Advertisment

ଶ୍ରୀଲଙ୍କା ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମକୁ ବଡ଼ ଝଟକା ଲାଗିଛି। ଟିମର ପେସ୍ ବୋଲର ଦୀପକ ଚହର ଆହତ କାରଣରୁ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି। ତେବେ ଏ ନେଇ ବିସିସିଆଇ ପକ୍ଷରୁ ଅଫିସିଆଲ୍ ଘୋଷଣା କରାଯାଇନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ରେ ବୋଲିଂ କରୁଥିବା ବେଳେ ଚହରଙ୍କ ମାଂସପେଶୀରେ ସମସ୍ୟା ହୋଇଥିଲା। ସେ ତୁରନ୍ତ ପଡ଼ିଆ ଛାଡ଼ିଥିଲେ ଏବଂ ବୋଲିଂ କରିବାକୁ ଆସିନଥିଲେ। ଚହର୍ ଏହି ମ୍ୟାଚରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଶ୍ରୀଲଙ୍କା ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା

deepak-chahar

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମକୁ ବଡ଼ ଝଟକା ଲାଗିଛି। ଟିମର ପେସ୍ ବୋଲର ଦୀପକ ଚହର ଆହତ କାରଣରୁ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି। ତେବେ ଏ ନେଇ ବିସିସିଆଇ ପକ୍ଷରୁ ଅଫିସିଆଲ୍ ଘୋଷଣା କରାଯାଇନାହିଁ।

Advertisment

ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ରେ ବୋଲିଂ କରୁଥିବା ବେଳେ ଚହରଙ୍କ ମାଂସପେଶୀରେ ସମସ୍ୟା ହୋଇଥିଲା। ସେ ତୁରନ୍ତ ପଡ଼ିଆ ଛାଡ଼ିଥିଲେ ଏବଂ ବୋଲିଂ କରିବାକୁ ଆସିନଥିଲେ। ଚହର୍ ଏହି ମ୍ୟାଚରେ ମାତ୍ର ୧.୫ ଓଭର ବୋଲିଂ କରିପାରିଥିଲେ। ଆହତ କାରଣରୁ ଚହର ଟିମ୍ ଇଣ୍ଡିଆର ବାୟୋ-ବବଲ୍ ଛାଡ଼ି ଦେଇଛନ୍ତି। ସେ ଏବେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)କୁ ଯିବେ, ଯେଉଁଠାରେ ୫-୬ରୁ ସପ୍ତାହ ରିହାବରେ ରହିବେ।

କୋଲକାତାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ଚହର୍ ନିଜର ଦ୍ୱିତୀୟ ଓଭରର ଶେଷ ବଲ୍ ପାଇଁ ରନଅପ୍ ନେଉଥିବା ବେଳେ ହଠାତ୍ ତାଙ୍କର ମାଂସପେଶୀ ଟାଣି ହୋଇଯାଇଥିଲା। ଯେଉଁ କାରଣରୁ ସେ ପୂରା ୪ ଓଭର ବୋଲିଂ କରିପାରିନଥିଲେ। ତାଙ୍କ ବଦଳରେ ଭେଙ୍କଟେଶ ଆୟର୍ ବୋଲିଂ କରିଥିଲେ। ମ୍ୟାଚରେ ମଧ୍ୟ ଚହର୍ ୨ଟି ୱିକେଟ୍ ମଧ୍ୟ ନେଇଥିଲେ। ତେବେ ଦୀପକଙ୍କ ସ୍ଥାନରେ କେଉଁ ବୋଲରଙ୍କୁ ଟିମରେ ସାମିଲ୍ କରାଯିବ, ତାହା ଜଣାପଡ଼ିନାହିଁ।

Advertisment

ଶ୍ରୀଲଙ୍କା ଗସ୍ତରୁ ବାଦ୍ ପଡ଼ିବା ପରେ ଚହର୍ ଏବେ ସିଧା ଆଇପିଏଲରେ ନଜର ଆସିପାରନ୍ତି। ନିକଟରେ ଆଇପିଏଲର ମେଗା ଅକ୍ସନରେ ଚହରଙ୍କୁ ଚେନ୍ନାଇ ସୁପର୍ କିଙ୍ଗସ୍ ୧୪ କୋଟି ଟଙ୍କାରେ କିଣିଥିଲା। ସେ ପୂର୍ବରୁ ମଧ୍ୟ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିଆସିଥିଲେ।

ସୂଚନାଯୋଗ୍ୟ, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଫେବୃଆରୀ ୨୪ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯିବ। ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଯଥାକ୍ରମେ ୨୬ ଓ ୨୮ରେ ଧର୍ମଶାଳାରେ ଅନୁଷ୍ଠିତ ହେବ। ଏହା ପରେ ମାର୍ଚ୍ଚ ୪ ତାରିଖରୁ ପ୍ରଥମ ଟେଷ୍ଟ ମୋହାଲି ଏବଂ ଦ୍ୱିତୀୟ ଟେଷ୍ଟ ମାର୍ଚ୍ଚ ୧୨ରୁ ବେଙ୍ଗାଲୁରୁରେ ଖେଳାଯିବ।