Advertisment

ମହିଳା ଟି-୨୦ ବିଶ୍ୱକପ: ଭାରତକୁ ୧୧୯ ରନର ଟାର୍ଗେଟ ଦେଲେ ୱେଷ୍ଟଇଣ୍ଡିଜ

ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଣ୍ଡିଜ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୧୮ ରନ କରିଛି।

ଅଦ୍ୟତନ ହୋଇଛି
Team India

Team India

Advertisment

ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ପାଇଁ ଭାରତୀୟ ଦଳକୁ ମିଳିଛି ୧୧୯ ରନର ଟାର୍ଗେଟ। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଥିବା ଭାରତ ଆଜି ଦ୍ୱିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ଭେଟିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଣ୍ଡିଜ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୧୮ ରନ କରିଛି। ଫଳରେ ହରମନପ୍ରୀତ କୌରଙ୍କ ଭାରତୀୟ ଦଳକୁ ବିଶ୍ୱକପରେ ଦ୍ୱିତୀୟ ବିଜୟ ପାଇଁ ୧୧୯ ରନର ଟାର୍ଗେଟ ମିଳିଛି।

Advertisment

ଆହତ ଯୋଗୁ ପ୍ରଥମ ମ୍ୟାଚ୍‌ ଖେଳୁ ନଥିବା ସ୍ମୃତି ମନ୍ଧାନା ଆଜି କମବ୍ୟାକ କରିଛନ୍ତି। ଏଥିସହ ଅଲରାଉଣ୍ଡର ଦେବିକା ବୈଦ୍ୟ ମଧ୍ୟ ଆଜି ଖେଳୁଛନ୍ତି। ତେଣୁ ଭାରତୀୟ ମହିଳା ଦଳ ବେଶ ସହଜରେ ମ୍ୟାଚ୍‌କୁ ଜିତି ନେବ ବୋଲି ସମସ୍ତେ ଆଶା ରଖିଛନ୍ତି।

କେପ ଟାଉନରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଇଣ୍ଡିଜ ଅଧିନାୟକ ହାଲି ମାଥ୍ୟୁସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦ୍ୱିତୀୟ ଓଭରର ପ୍ରଥମ ବଲରେ ପୂଜା ବସ୍ତ୍ରକର ୨ ରନ କରିଥିବା ମାଥ୍ୟୁସଙ୍କୁ ଆଉଟ କରି ଇଣ୍ଡିଜକୁ ପ୍ରଥମ ଝଟକା ଦେଇଥିଲେ। ତେବେ ଦ୍ୱିତୀୟ ୱିକେଟ ପାଇଁ ଭାରତକୁ ବେଶ ସଂଘର୍ଷ କରିବାକୁ ପଡ଼ିଥିଲା।

Advertisment

ଅଭିଜ୍ଞ ଷ୍ଟିଫାନି ଟେଲର ଓ ଶେମାନି କାମ୍ପବେଲ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୪ରୁ ନେଇ ୭୭ ରନରେ ପହଞ୍ଚାଇଥିଲେ। ଦଳୀୟ ସ୍କୋର ୭୭ ଥିବା ବେଳେ ଦୀପ୍ତି ଶର୍ମା ଇଣ୍ଡିଜ ଟିମକୁ ଯୁଗଳ ଝଟକା ଦେଇଥିଲେ। ସେ ପ୍ରଥମେ ୩୦ ରନ କରିଥିବା କାମ୍ପବେଲ ଓ ପରେ ୪୨ ରନ କରିଥିବା ଟେଲରଙ୍କୁ ଆଉଟ କରିଥିଲେ।

୭୮ ରନରେ ୩ ୱିକେଟ ହରାଇ ଇଣ୍ଡିଜ ଦଳ ବ୍ୟାକଫୁଟକୁ ଠେଲି ହୋଇ ଯାଇଥିଲା। ଏତିକି ବେଳେ ଚିନେଲେ ହେନରୀ(୨) ମଧ୍ୟ ରନ ଆଉଟ ହୋଇଯାଇଥିଲେ। ଚେଦିନ ନେସନ ଓ ଶାବିକାର ଗଜନାବି ଲଢ଼ୁଆ ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ୧୧୪ରେ ପହଞ୍ଚାଇଥିଲେ। ହେଲେ ୧୫ ରନ କରିଥିବା ଗଜନାବିଙ୍କୁ ଆଉଟ କରି ରେଣୁକା ଠାକୁର ସିଂହ ଇଣ୍ଡିଜକୁ ୫ମ ଝଟକା ଦେଇଥିଲେ।

ସେହିପରି ଆଫି ଫ୍ଲେଚର ପ୍ରଥମ ବଲରେ ହିଁ ଖାତା ଖୋଲିବା ପୂର୍ବରୁ ଦୀପ୍ତିଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ତେବେ ନେସନ ଅପରାଜିତ ୨୧ ରନ କରିବାରୁ ଇଣ୍ଡିଜ୍‌ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୧୮ ରନ କରିବାକୁ ସକ୍ଷମ ହୋଇଛି। ଶେଷ ଭାଗରେ ରାଶିଦା ୱିଲିୟମ୍ସ ମଧ୍ୟ ଅପରାଜିତ ୨ ରନ କରିଥିଲେ।

ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରେଣୁକା ଓ ପୂଜା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

T20 World Cup Women Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe