Advertisment

୧୨ ମାସ ପରେ ଦଳକୁ ଫେରିଲେ ଜୋଫ୍ରା ଆର୍ଚର, ବିଶ୍ୱକପ ଦଳ ଘୋଷଣା କଲା ଡିଫେଣ୍ଡିଂ ଚାମ୍ପିୟନ

ଦୀର୍ଘ ୧୨ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ କମବ୍ୟାକ କରିଛନ୍ତି ଦ୍ରୁତ ବୋଲର ଜୋଫ୍ରା ଆର୍ଚର।

Jofra Archer

Jofra Archer

Advertisment

୨୦୨୨ରେ ଟି-୨୦ ବିଶ୍ୱକପ ଜିତିଥିବା ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଆଗମୀ ବିଶ୍ୱକପ ପାଇଁ ଆଜି ସ୍କ୍ୱାଡ ଘୋଷଣା କରିଛି। ୨୦୨୨ ଭଳି ୨୦୨୪ରେ ମଧ୍ୟ ଇଂଲଣ୍ଡ ଅଭିଜ୍ଞ ଜୋଶ ବଟଲରଙ୍କ ନେତୃତ୍ୱରେ ଟ୍ରଫି ପାଇଁ ଟକ୍କର କରିବ। ସେହିପରି ଦୀର୍ଘ ୧୨ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ କମବ୍ୟାକ କରିଛନ୍ତି ଦ୍ରୁତ ବୋଲର ଜୋଫ୍ରା ଆର୍ଚର।

Advertisment

ତାଙ୍କୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସାମିଲ କରିଛି। ଜୋଫ୍ରା ଶେଷଥର ପାଇଁ ୨୦୨୩ ମାର୍ଚ୍ଚରେ ଇଂଲଣ୍ଡ ପାଇଁ ଖେଳିଥିଲେ। ଏହାପରେ ସେ କହୁଣୀ ସମସ୍ୟା ପାଇଁ ବର୍ଷେ ହେଲା ଦଳ ଓ କ୍ରିକେଟରୁ ଦୂରେଇ ରହିଥିଲେ।

୨୦୨୧ରୁ ହିଁ ଆର୍ଚର ଆହତ ହୋଇ ଚାଲିଛନ୍ତି। ଦୁର୍ଘଟଣା ଠାରୁ ଆରମ୍ଭ କରି କହୁଣୀ ସମସ୍ୟା ଯୋଗୁ ସେ ଦଳରୁ ବାଦ ପଡ଼ିବାକୁ ଲାଗିଥିଲେ। ଏବେ କିନ୍ତୁ ସେ ଠିକ ଟି-୨୦ ବିଶ୍ୱକପ ପୂର୍ବରୁ ଫିଟ ହୋଇଛନ୍ତି। ସେ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ଥିବାରୁ ତାଙ୍କୁ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯାଇଛି।

Advertisment

ସେହିପରି ଇଂଲଣ୍ଡ ଦଳରୁ ନିୟମିତ ବାଦ ପଡ଼ିଥିବା ଅଭିଜ୍ଞ ଅଲରାଉଣ୍ଡର କ୍ରିସ ଜୋର୍ଡାନଙ୍କୁ ମଧ୍ୟ ଟି-୨୦ ବିଶ୍ୱକପ ଟିକେଟ ମିଳିଛି। ସେ ୨୦୨୩ ସେପ୍ଟେମ୍ବର ମାସରୁ ଇଂଲଣ୍ଡ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି।

ବଟଲରଙ୍କ ନେତୃତ୍ୱରେ ଘୋଷଣା ହୋଇଥିବା ୧୫ ଜଣିଆ ସ୍କ୍ୱାଡରେ ବ୍ୟାଟର ଭାବେ ୱିଲ ଜ୍ୟାକ୍ସ, ଫିଲ ସଲ୍ଟ ଓ ଜନ୍ନି ବେୟାରଷ୍ଟୋ ରହିଛନ୍ତି। ଏହାମାନେ ଦଳର ଟପ ଅର୍ଡର ସମ୍ଭାଳିବେ। ବେନ ଡକେଟ ସ୍କ୍ୱାଡରେ ରହିଥିବା ବେଳେ ଅଲରାଉଣ୍ଡର ମୋଇନ ଅଲୀ ମଧ୍ୟ ସୁଯୋଗ ପାଇଛନ୍ତି।

ଏମାନଙ୍କ ବ୍ୟତୀତ ହ୍ୟାରୀ ବ୍ରୁକ, ଲିଆମ ଲିଭଙ୍ଗଷ୍ଟୋନ ଓ ସାମ କରାନ ରହିଛନ୍ତି। ସ୍ପିନର ବୋଲିଂ ଦାୟିତ୍ୱ ଆଦିଲ ରଶିଦ ଓ ଟମ ହାର୍ଟଲୀ ନେବେ। ଆର୍ଚର, କରାନ ଓ ଜୋର୍ଡାନଙ୍କ ବ୍ୟତୀତ ଦ୍ରୁତ ବୋଲର ଭାବେ ସ୍କ୍ୱାଡରେ ରେସ ଟପଲୀ ଓ ମାର୍କ ଉଡ୍‌ ରହିଛନ୍ତି।

ଇଂଲଣ୍ଡର ବିଶ୍ୱକପ ସ୍କ୍ୱାଡ:ଜୋଶ ବଟଲର(ଅଧିନାୟକ), ମୋଇନ ଅଲୀ, ଜୋଫ୍ରା ଆର୍ଚର, ଜନ୍ନି ବେୟାରଷ୍ଟୋ, ହ୍ୟାରୀ ବ୍ରୁକ, ସାମ କରାନ, ବେନ ଡକେଟ, ଟମ ହାର୍ଟଲୀ, ୱିଲ ଜ୍ୟାକ୍ସ, କ୍ରିସ ଜୋର୍ଡାନ, ଲିଆମ ଲିଭଙ୍ଗଷ୍ଟୋନ, ଆଦିଲ ରଶିଦ, ଫିଲ ସଲ୍ଟ, ରେସ ଟପଲୀ ଓ ମାର୍କ ଉଡ୍‌।

T20 Cricket T20 World Cup Jofra Archer T20 Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe