Advertisment

ହ୍ୟାରୀ ବ୍ରୁକଙ୍କ ବଦଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଆସିଲେ ଏହି ଖେଳାଳି

ଦକ୍ଷିଣ ଆଫ୍ରିକା କ୍ରିକେଟର ଟି-୨୦ ଚ୍ୟାଲେଞ୍ଜରେ ୩୦ ବର୍ଷୀୟ ୱିଲିୟମ୍ସ ଦମଦାର ପ୍ରଦର୍ଶନ କରିଛନ୍ତି। ସୁପର କିଙ୍ଗସ ପାଇଁ ସେ ୯ଟି ମ୍ୟାଚ୍‌ ଖେଳି ୧୫ଟି ୱିକେଟ ନେଇଛନ୍ତି।

Lizaad Williams

Lizaad Williams

Advertisment

ବ୍ୟକ୍ତିଗତ କାରଣ ପାଇଁ ଚଳିତ ଆଇପିଏଲରୁ ଓହରି ଯାଇଥିବା ହ୍ୟାରୀ ବ୍ରୁକଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ୫ଟି ମ୍ୟାଚ୍‌ରୁ ୪ ପରାଜୟ ସହ ପଏଣ୍ଟ ଟେବୁଲର ସବୁଠାରୁ ତଳେ ଥିବା ଋଷଭ ପନ୍ତଙ୍କ ଦିଲ୍ଲୀ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଲିଜାଡ ୱିଲୟମ୍ସଙ୍କୁ ନିଜ ସହ ସାମିଲ କରିଛି। ବ୍ରୁକଙ୍କ ସ୍ଥାନରେ ସେ ଦଳକୁ ଆସିଛନ୍ତି।

Advertisment

ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା କ୍ରିକେଟର ଟି-୨୦ ଚ୍ୟାଲେଞ୍ଜରେ ୩୦ ବର୍ଷୀୟ ୱିଲିୟମ୍ସ ଦମଦାର ପ୍ରଦର୍ଶନ କରିଛନ୍ତି। ସୁପର କିଙ୍ଗସ ପାଇଁ ସେ ୯ଟି ମ୍ୟାଚ୍‌ ଖେଳି ୧୫ଟି ୱିକେଟ ନେଇଛନ୍ତି।

୨୦୨୧ରେ ଦକ୍ଷିଣ ଆଫ୍ରିକା ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ୱିଲିୟମ୍ସ ୨ଟି ଟେଷ୍ଟ, ୪ଟି ଦିନିକିଆ ଓ ୧୧ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ମୂଳ ଦର ୫୦ ଲକ୍ଷ ଟଙ୍କାରେ ନିଜ ସହ ସାମିଲ କରିଛି।

Advertisment

ଚଳିତ ଆଇପିଏଲ ପୂର୍ବରୁ ଦୁବାଇରେ ଅକ୍ସନ ହୋଇଥିଲା। ଏହି ସମୟରେ ଦିଲ୍ଲୀ ବ୍ରୁକଙ୍କୁ ୪ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ସେ ବ୍ୟକ୍ତିଗତ କାରଣ ପାଇଁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ।

ଫେବୃଆରୀ ମାସରେ ବ୍ରୁକଙ୍କ ଜେଜେ ମା’ ପ୍ରାଣ ହରାଇଥିଲେ। ଏଥିପାଇଁ ସେ ଇଂଲଣ୍ଡ ପାଇଁ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ମଧ୍ୟ ଖେଳି ନଥିଲେ। ଆଇପିଏଲ ପୂର୍ବରୁ ବ୍ରୁକ ଖେଳିବେ ନାହିଁ ବୋଲି ମନା କରି ଦେଇଥିଲେ ହେଁ ଦିଲ୍ଲୀ ଏଯାଏ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରି ନଥିଲା। ହେଲେ ୪ ମ୍ୟାଚ୍‌ ହାରିବା ପରେ ଦଳ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିଛି। 

IPL IPL 2024 Delhi Capitals Harry Brook Lizaad Williams
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe