Advertisment

ଚେନ୍ନାଇ ବୋଲରଙ୍କୁ ନିର୍ଧୁମ ଧୋଇଲେ ପୃଥ୍ୱୀ, ଦିଲ୍ଲୀ ୧୭୨/୫

ଦୁବାଇ: ପୃଥ୍ୱୀ ଶ’ଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ କ୍ୟାପଟେନ୍ ଋଷଭ ପନ୍ତ ଓ ଶିମରନ୍ ହେଟମେୟରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର୍ କିଙ୍ଗସ୍ ବିପକ୍ଷ କ୍ୱାଲିଫାୟର୍-୧ରେ ୫ ୱିକେଟ୍ ହରାଇ ୧୭୨ ରନ୍ କରିଛି। ଫଳରେ ଫାଇନାଲ୍ ଟିକେଟ୍ କାଟିବା ପାଇଁ ଚେନ୍ନାଇକୁ ୧୭୩ ରନ୍ କରିବାକୁ ପଡ଼ିବ। ଦିଲ୍ଲୀ ପକ୍ଷରୁ ପୃଥ୍ୱୀ ମାତ୍ର ୩୪ ବଲରେ ୭ ଚୌକା ଓ ୩ ଛକା ସହ ୬୦ ରନ୍ କରିଛନ୍ତି। ସେହିପରି ଋଷଭ […]

author-image
Ranjit Kumar Jena
ଚେନ୍ନାଇ ବୋଲରଙ୍କୁ ନିର୍ଧୁମ ଧୋଇଲେ ପୃଥ୍ୱୀ, ଦିଲ୍ଲୀ ୧୭୨/୫

prthvi-shaw

ଦୁବାଇ: ପୃଥ୍ୱୀ ଶ’ଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ କ୍ୟାପଟେନ୍ ଋଷଭ ପନ୍ତ ଓ ଶିମରନ୍ ହେଟମେୟରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର୍ କିଙ୍ଗସ୍ ବିପକ୍ଷ କ୍ୱାଲିଫାୟର୍-୧ରେ ୫ ୱିକେଟ୍ ହରାଇ ୧୭୨ ରନ୍ କରିଛି। ଫଳରେ ଫାଇନାଲ୍ ଟିକେଟ୍ କାଟିବା ପାଇଁ ଚେନ୍ନାଇକୁ ୧୭୩ ରନ୍ କରିବାକୁ ପଡ଼ିବ। ଦିଲ୍ଲୀ ପକ୍ଷରୁ ପୃଥ୍ୱୀ ମାତ୍ର ୩୪ ବଲରେ ୭ ଚୌକା ଓ ୩ ଛକା ସହ ୬୦ ରନ୍ କରିଛନ୍ତି। ସେହିପରି ଋଷଭ ପନ୍ତ (୫୧) ଓ ହେଟମେୟର୍ (୩୭) ଦ୍ରୁତ ଇନିଂସ୍ ଖେଳି ଦିଲ୍ଲୀକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଛନ୍ତି।

Advertisment

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା କ୍ୱାଲିଫାୟର୍-୧ ମୁକାବିଲାରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଦିଲ୍ଲୀ ପାଇଁ ପୃଥ୍ୱୀ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ଆରମ୍ଭରୁ ହିଁ ଦ୍ରୁତ ରନ୍ କରିଥିଲେ। ଗୋଟିଏ କ୍ରମାଗତ ୱିକେଟ୍ ପତନ ଚାଲିଥିବା ବେଳେ ପୃଥ୍ୱୀ ନିର୍ଭୀକ ବ୍ୟାଟିଂ କରି ଟିମର ରନ୍ ଗତି ବଢ଼ାଇଥିଲେ।

ଅନ୍ୟପଟେ ଓପ୍ନର ଶିଖର ଧୱନ୍ (୭)ଙ୍କୁ ଦିଲ୍ଲୀ ଶସ୍ତାରେ ହରାଇଥିଲା। ଧୱନଙ୍କୁ ଜୋଶ୍ ହେଜଲଉଡ୍ ଆଉଟ୍ କରିଥିଲେ। ଇନଫର୍ମ ବ୍ୟାଟ୍ସମ୍ୟାନ୍ ଶ୍ରେୟର୍ ଆୟର୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ସେହିପରି ଅକ୍ଷର ପଟେଲ୍ (୧୦) ମଧ୍ୟ କିଛି ଖାସ୍ କରିପାରିନଥିଲେ। ଟିମର ସ୍କୋର ୮୦ ରନ୍ ଥିବା ବେଳେ ପୃଥ୍ୱୀଙ୍କୁ ଆଉଟ୍ କରି ରବୀନ୍ଦ୍ର ଜାଡେଜା ଚେନ୍ନାଇକୁ ବଡ଼ ସଫଳତା ଦେଇଥିଲେ।

Advertisment

ଏହା ପରେ ଦଳର ରନ୍ ଗତିକୁ ପୁଣିଥରେ ଟ୍ରାକକୁ ଆଣିଥିଲେ ପନ୍ତ ଓ ହେଟମେୟର୍। ଦୁହେଁ ଚେନ୍ନାଇର ମଜଭୁତ୍ ବୋଲିଂ ଆଟାକକୁ ଦୃଢ଼ତାର ସହ ସାମ୍ନା କରିଥିଲେ ଏବଂ ପଞ୍ଚମ ୱିକେଟ୍ ପାଇଁ ୮୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ହେଟମେୟର୍ ୨୪ ବଲରେ ୩୭ (୩ ଚୌକା, ୧ ଛକା) ରନ୍ କରି ଡ୍ୱେନ୍ ବ୍ରାଭୋଙ୍କ ଶିକାର ହୋଇଥିଲେ। ଏହା ପରେ ପନ୍ତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୧୭୨ ରନରେ ପହଞ୍ଚାଇଛନ୍ତି। ପନ୍ତ ୩୫ ବଲରେ ୩ ଚୌକା ଓ ୨ ଛକା ସହ ୫୧ ରନ୍ କରି ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ହେଜଲଉଡ୍ ୨ଟି ୱିକେଟ୍ ନେଇଥିବା ବେଳେ ଜାଡେଜା, ବ୍ରାଭୋ ଓ ମୋଇନ୍ ଅଲୀ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

IPL 2021