Advertisment

IPL ପୂର୍ବରୁ ଦିଲ୍ଲୀକୁ ଝଟ୍‌କା, କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ କ୍ରିକେଟର୍‌

ନୂଆଦିଲ୍ଲୀ: ସପ୍ତାହକ ପରେ ଆରମ୍ଭ ହେବା ଆଇପିଏଲ୍‌-୧୪। ତେବେ ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଜୋରଦାର ଝଟ୍‌କା। ଘାରିଛି କରୋନା ସଙ୍କଟ। ଦଳର ଷ୍ଟାର ଅଲ୍‌ରାଉଣ୍ଡର ଅକ୍ଷର ପଟେଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଡିସି କ୍ୟାମ୍ପରୁ ସୂଚନା ମିଳିଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ଅକ୍ଷର ପଟେଲ ଏବେ ଆଇସୋଲେସନରେ ଅଛନ୍ତି। ସେ କରୋନାର ସବୁ ନିମୟ ପାଳନ କରିବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଚିକିତ୍ସା ଚାଲିଛି। ଏହାପୂର୍ବରୁ କୋଲକାତା […]

IPL ପୂର୍ବରୁ ଦିଲ୍ଲୀକୁ ଝଟ୍‌କା, କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ କ୍ରିକେଟର୍‌

Axar patel

Advertisment

ନୂଆଦିଲ୍ଲୀ: ସପ୍ତାହକ ପରେ ଆରମ୍ଭ ହେବା ଆଇପିଏଲ୍‌-୧୪। ତେବେ ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଜୋରଦାର ଝଟ୍‌କା। ଘାରିଛି କରୋନା ସଙ୍କଟ। ଦଳର ଷ୍ଟାର ଅଲ୍‌ରାଉଣ୍ଡର ଅକ୍ଷର ପଟେଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଡିସି କ୍ୟାମ୍ପରୁ ସୂଚନା ମିଳିଛି।

Advertisment

କରୋନା ପଜିଟିଭ ଚିହ୍ନଟ ହେବା ପରେ ଅକ୍ଷର ପଟେଲ ଏବେ ଆଇସୋଲେସନରେ ଅଛନ୍ତି। ସେ କରୋନାର ସବୁ ନିମୟ ପାଳନ କରିବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଚିକିତ୍ସା ଚାଲିଛି। ଏହାପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍‌ର ବ୍ୟାଟ୍‌ସ ମ୍ୟାନ୍‌ ନୀତିଶ ରାଣା କରୋନାରେ ଆକ୍ରାନ୍ତ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ଆସନ୍ତା ୯ ତାରିଖରୁ ଆଇପିଏଲ୍‌ ସିଜିନ୍‌ ୧୪ ଆରମ୍ଭ ହେବ। ତେବେ ଏପ୍ରିଲ ୧୦ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ପ୍ରଥମ ମ୍ୟାଚ୍‌ ଖେଳିବ। ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ ପରସ୍ପର ମୁହାଁମୁହିଁ ହେବେ।

Advertisment

https://twitter.com/ani_digital/status/1378263936940695554?s=20

IPL 2021 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe