Advertisment

ବାରବାଟୀରେ ଖେଳାଯିବ ଆଇପିଏଲ ମ୍ୟାଚ୍!

ଦିଲ୍ଲୀର ଘରୋଇ ଗ୍ରାଉଣ୍ଡ ହେଉଛି ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ। ଏଠାରେ ଦଳ ତା’ର ଅଧିକାଂଶ ମ୍ୟାଚ୍‌ ଖେଳିବ।

Barabati Stadium

Barabati Stadium

Advertisment

ଓଡ଼ିଆ କ୍ରିକେଟ ପ୍ରେମୀଙ୍କୁ ମିଳିପାରେ ଖୁସି ଖବର। କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇପାରେ ଆଇପିଏଲ ମ୍ୟାଚ୍‌। ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଦୁଇଟି ମ୍ୟାଚ୍‌ ପୁଣେ ଓ କଟକରେ ଖେଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ଦିଲ୍ଲୀର ଘରୋଇ ଗ୍ରାଉଣ୍ଡ ହେଉଛି ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ। ଏଠାରେ ଦଳ ତା’ର ଅଧିକାଂଶ ମ୍ୟାଚ୍‌ ଖେଳିବ। କିନ୍ତୁ ପ୍ରଥମ ଦୁଇଟି ମ୍ୟାଚ୍‌ ଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। କାରଣ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ମହିଳା ପ୍ରିମିୟର ଲିଗ୍‌ର ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୧୭ ତାରିଖରେ ଅନୁଷ୍ଠିତ ହେବ।

ମାର୍ଚ୍ଚ ୨୦ରୁ ୨୨ ମଧ୍ୟରେ ଆଇପିଏଲ ଆରମ୍ଭ ହୋଇପାରେ। ତେଣୁ ଏତେ କମ ସମୟ ମଧ୍ୟରେ ଆଇପିଏଲ ପାଇଁ ଷ୍ଟାଡିୟମକୁ ପ୍ରସ୍ତୁତ କରିବା କର୍ତ୍ତୃପକ୍ଷଙ୍କ ପାଇଁ ସହଜ ହେବନି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଦୁଇଟି ମ୍ୟାଚ୍‌ ପୁଣେ ଓ କଟକରେ ଖେଳିବାକୁ ଯାଉଥିବା କୁହାଯାଇଛି।

Advertisment

କିନ୍ତୁ ଏକଥା ଆଜି ଘୋଷଣା ହେବାକୁ ଥିବା ଆଇପିଏଲ ମ୍ୟାଚ୍‌ ସୂଚୀ ଘୋଷଣା ହେବା ପରେ ସ୍ପଷ୍ଟ ହେବ। ଡେକାନ ଚାର୍ଜସ(ଏବେ ସନ ରାଇଜର୍ସ ହାଇଦ୍ରାବାଦ) ଏକଦା ବାରବାଟୀକୁ ତା’ର ହୋମ ଗ୍ରାଉଣ୍ଡ କରିଥିଲେ। ଏଥିଯୋଗୁ କଟକରେ ଆଇପିଏଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା।

IPL Barabati Stadium IPL 2024 Delhi Capitals
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe