Advertisment

ଗୁଜରାଟ ଟାଇଟନ୍ସକୁ ୧୬୩ ରନର ଟାର୍ଗେଟ, ବୋଲିଂରେ କମାଲ ଦେଖାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୧୬୩ ରନର ଟାର୍ଗେଟ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ।

ଅଦ୍ୟତନ ହୋଇଛି
David Warner

David Warner

Advertisment

ନୂଆଦିଲ୍ଲୀ : ଆଜି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୧୬୩ ରନର ଟାର୍ଗେଟ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଗୁଜରାଟ ଟାଇଟନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେଣୁ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୬୨ ରନ କରିଥିଲା। ଦଳର କୌଣସି ଖେଳାଳି ବିଶେଷ ଭଲ ବ୍ୟାଟିଂ ଦେଖାଇ ପାରି ନ ଥିଲେ। ଦିଲ୍ଲୀ କ୍ୟାପିଟାଲ୍ସର ବୋଲରମାନେ ଉତ୍ତର ବୋଲିଂର ପ୍ରଦର୍ଶନ କରିଥିଲେ।

Advertisment

ଦିଲ୍ଲୀ ପକ୍ଷରୁ ଡେଭିଡ ଓ୍ୱାର୍ନର ୩୭ ରନ(୭ ଚୌକା), ଅକ୍ଷର ପଟେଲ ୩୬ ରନ(୨ ଚୌକା, ୩ ଛକା), ସରଫରାଜ ଖାଁ ୩୦ ରନ(୨ ଚୌକା) ଓ ଅଭିଷେକ ପୋରେଲ ୨୦ ରନ(୨ ଛକା) କରିଥିଲେ। ପୃଥିବୀ ଶ ଓ ମିଚେଲ ମାର୍ସ ବ୍ୟାଟିଂରେ ଚମତ୍କାର ଦେଖାଇବାରେ ବିଫଳ ହୋଇଥିଲେ। ଉଭୟ ଯଥାକ୍ରମେ ୭ ଓ ୪ ରନ କରିଥିଲେ। ସେହିପରି ରିଲି ରୋସୋ ମଧ୍ୟ ଖାତା ଖୋଲିପାରିନଥିଲେ ।

ଗୁଜରାଟ ପକ୍ଷରୁ ମହମ୍ମଦ ସମି ଓ ରସିଦ ଖାଁ ଉନ୍ନତ ବୋଲିଂ ପ୍ରଦର୍ଶନ କରି ୩ଟି ଲେଖାଏଁ ଓ୍ୱିକେଟ ଓ ଅଲଜାରି ଜୋସେଫ ୨ଟି ଓ୍ୱିକେଟ ନେଇଥିଲେ।

Advertisment

ସେପଟେ ଲକ୍ଷ୍ୟକୁ ପିଛା କରୁଥିବା ଗୁଜୁରାଟ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

Cricket IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe