Advertisment

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୯୪ ରନ୍‌ର ଟାର୍ଗେଟ ଦେଲା ଲକ୍ଷ୍ନୌ ସୁପର ଜିଆଣ୍ଟସ୍

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Kyle Mayers

Kyle Mayers

Advertisment

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମ ଠାରେ ଆଜି ଆଇପିଏଲ ତୃତୀୟ ମ୍ୟାଚ ଲକ୍ଷ୍ନୌ ସୁପର ଜାୟାଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍।

Advertisment

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୯୩ ରନ କରିଥିଲା । ଲକ୍ଷ୍ନୌ ଆରମ୍ଭରୁ ନିଜ ଅଧିନାୟକ କେଏଲ ରାହୁଲଙ୍କ ଓ୍ୱିକେଟ ହରାଇଥିଲା। ସେ ମାତ୍ର ୮ ରନ୍ କରିଥିଲେ। ତେବେ ଓପନର କାଇଲ୍ ମେୟର୍ସଙ୍କ ବିସ୍ଫୋରକ ଇନିଂସ ଦଳକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହୋଇଥିଲା। ସେ ମାତ୍ର ୩୮ଟି ବଲରେ ୭ଟି ଛକା ଓ ୨ଟି ଚୌକା ସହ ୭୩ ରନ କରିଥିଲେ। ମଧ୍ୟମ କ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ନିକୋଲାସ ପୁରନ ୨୧ ବଲରେ ଗୁରୁତ୍ୱପୂର୍ଣ୍ଣ ୩୬ରନ କରିଥିଲେ । ଦିପକ ହୁଦା ୧୭ ରନ ଓ ଆୟୁଷ ବଦାନି ୧୮ ରନ କରିଥିଲେ ।

ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ଓ ଚେତନ ସକାରିଆ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ। ଯେତେବେଳେ କି ଅକ୍ଷର ପଟେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Advertisment
IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe