Advertisment

ଟସ୍ ଜିତିଲା ଦିଲ୍ଲୀ, ଫେରିଲେ ଅକ୍ଷର ପଟେଲ୍

ଚେନ୍ନାଇ: ଚଳିତ ଆଇପିଏଲର ରବିବାର ଖେଳାଯାଉଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ  କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚରେ ଦିଲ୍ଲୀ ଗୋଟିଏ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ। ଲଲିତ ଯାଦବଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲ ଟିମକୁ କମବ୍ୟାକ୍ କରିଛନ୍ତି। ସେହିପରି ହାଇଦ୍ରାବାଦ ଟିମରେ ମଧ୍ୟ ଗୋଟିଏ ପରିବର୍ତ୍ତନ କରାଯାଇଛି। ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଥିବା ତାଙ୍କ ସ୍ଥାନରେ ଜେ ସୁଚିତ୍ ହାଇଦ୍ରାବାଦ ପକ୍ଷରୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଟସ୍ ଜିତିଲା ଦିଲ୍ଲୀ, ଫେରିଲେ ଅକ୍ଷର ପଟେଲ୍

ipl-match-20

ଚେନ୍ନାଇ: ଚଳିତ ଆଇପିଏଲର ରବିବାର ଖେଳାଯାଉଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ  କରିବାକୁ ନିଷ୍ପତ୍ତି ନେଇଛି।

Advertisment

ଏହି ମ୍ୟାଚରେ ଦିଲ୍ଲୀ ଗୋଟିଏ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ। ଲଲିତ ଯାଦବଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲ ଟିମକୁ କମବ୍ୟାକ୍ କରିଛନ୍ତି। ସେହିପରି ହାଇଦ୍ରାବାଦ ଟିମରେ ମଧ୍ୟ ଗୋଟିଏ ପରିବର୍ତ୍ତନ କରାଯାଇଛି। ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଥିବା ତାଙ୍କ ସ୍ଥାନରେ ଜେ ସୁଚିତ୍ ହାଇଦ୍ରାବାଦ ପକ୍ଷରୁ ଡେବ୍ୟୁ କରିବେ।

ସୂଚନାଯୋଗ୍ୟ, ଉଭୟ ଦିଲ୍ଲୀ ଓ ହାଇଦ୍ରାବାଦ ସେମାନଙ୍କର ଶେଷ ମ୍ୟାଚରେ ବିଜୟୀ ହୋଇଛନ୍ତି। ଦିଲ୍ଲୀ ତା'ର ପୂର୍ବ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିବା ବେଳେ ସନରାଇଜର୍ସ ପଞ୍ଜାବ କିଙ୍ଗ୍‌ସକୁ ହରାଇଥିଲା।

Advertisment

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱିୀ ଶ', ଶିଖର ଧୱନ୍, ଷ୍ଟିଭ୍ ସ୍ମିଥ୍, ଋଷଭ ପନ୍ତ (କ୍ୟାପଟେନ୍), ଶିମରନ୍ ହେଟମେୟର୍, ମାର୍କସ୍ ଷ୍ଟୋଇନିସ୍, ଅକ୍ଷର ପଟେଲ୍, ଆର୍ ଅଶ୍ୱିନ୍, କାଗିସୋ ରବାଡା, ଅମିତ୍ ମିଶ୍ର, ଆଭେଶ ଖାନ୍।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍ ୱାର୍ଣ୍ଣର୍ (କ୍ୟାପଟେନ୍), ଜନ୍ନି ବେୟାରଷ୍ଟୋ (ୱିକେଟକିପର), କେନ୍ ୱିଲିୟମସନ୍, ବିରାଟ୍‌ ସିଂହ, ବିଜୟ ଶଙ୍କର, ଅଭିଷେକ ଶର୍ମା, କେଦାର ଯାଦବ, ରଶିଦ୍ ଖାନ୍, ଜେ ସୁଚିତ୍, ଖଲୀଲ ଅହମ୍ମଦ, ସିଦ୍ଧାର୍ଥ କୌଲ୍।

IPL 2021